‘କେନ୍ଦ୍ରୀୟ ଅନୁଦାନକୁ ହରିଲୁଟ କରିଛନ୍ତି ରାଜ୍ୟ ସରକାର’: ଅମିତ ଶାହ

ଡୁବୁରୀ/କାଳିଆପାଣି, ୨୮ା୪(ଡି.ଏନ.ଏ): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ୫ବର୍ଷ ମଧ୍ୟରେ ୫ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ଏହି ଅର୍ଥକୁ ବିଭିନ୍ନ ଉପାୟରେ ରାଜ୍ୟ ସରକାର ହରିଲୁଟ କରିଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି।
ଶନିବାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଡୁବୁରୀ ଇନ୍ଦିରା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶାହ କହିଥିଲେ ଯେ, ଦେଶରେ ମୋଦି ସରକାର ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଥିବାବେଳେ ତାହା ଲୋକଙ୍କ କାମରେ ଆସିନାହଁି। ଫଳରେ ଆଜି ବି ଲୋକଙ୍କ ନିକଟରେ ସର୍ବନିମ୍ନ ସୁବିଧା ସୁଯୋଗ ପହଞ୍ଚିପାରି ନାହଁି। ଏବେ ବି ପିଇବା ପାଣି, ରାସ୍ତା, ବିଜୁଳି ଭଳି ମୌଳିକ ସମସ୍ୟା ଲାଗି ରହିଥିବାବେଳେ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଲୋକେ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। କେନ୍ଦ୍ରରୁ ଆସୁଥିବା ଅନୁଦାନ ଅର୍ଥମନ୍ତ୍ରୀ, ବିଧାୟକ ଓ ଏମ୍‌ପିମାନେ ମିଳିମିଶି ହରିଲୁଟ କରୁଛନ୍ତି। ରାଜ୍ୟରେ ଭାଜପା ସରକାର ଆସିଲେ ଏହାର ଖୁଲାସା ହେବ ବୋଲି ଶାହ କହିଥିଲେ। ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ସରକାର ଆସିବାର ୯୦ଦିନ ମଧ୍ୟରେ ଜେଲ ପଠାଇ ଦିଆଯିବ ବୋଲି ଶାହ କହିଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଯେଉଁ ବ୍ୟକ୍ତି ୨୦ ବର୍ଷ ହେଲା ଓଡ଼ିଆ ଶିଖିପାରିଲେ ନାହିଁ; ସେ କ’ଣ ଓଡ଼ିଆଙ୍କ ସମସ୍ୟା ବୁଝିବେ ବୋଲି ଶାହ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଦିନକୁ ୧୮ଘଣ୍ଟା କାମ କରୁଛନ୍ତି। ଦେଶର ବିକାଶ ତଥା ସାର୍ବଭୌମତ୍ୱ ରକ୍ଷା କରିବା କ୍ଷେତ୍ରରେ କାହା ସହ ମୋଦି ସରକାର ସାଲିସ କରିବାର ପ୍ରଶ୍ନ ଉଠୁନାହଁି ବୋଲି ମଧ୍ୟ କହିଥିଲେ। ଏଥିସହ ଶାହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ା
ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁକିନ୍ଦା ବିଧାୟକଙ୍କୁ ସମାଲୋଚନା କରିବା ସହ ତାଙ୍କ ବାପା ପ୍ରଫୁଲ୍ଲ ଘଡ଼େଇ ରାଜ୍ୟ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ମଧ୍ୟ ସୁକିନ୍ଦାବାସୀଙ୍କ ପାଇଁ କୌଣସି କାମ କରି ନ ଥିବା କହିଥିଲେ। ଭାଜପା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପୂର୍ବତନ ମନ୍ତ୍ରୀ ସମୀର ଦେ ପ୍ରମୁଖ ରାଜ୍ୟ ସରକାରଙ୍କ ସମୟ ସରିଗଲାଣି ଓ ପଦ୍ମ ଫୁଲ ଫୁଟିବା ଆରମ୍ଭ କଲାଣି ବୋଲି ମନ୍ତବ୍ୟ ଦେଇଥିଲେ। ଏହି ସଭାରେ ଯାଜପୁର ଲୋକସଭା ପ୍ରାର୍ଥୀ ଅମିୟ ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ପ୍ରାର୍ଥୀ ତୁଷାର ପରିଡା, କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶାହ ଅପରାହ୍ନ ୨ଟା ୪୫ରେ ସଭାସ୍ଥଳରେ ପହଞ୍ଚିଥିଲେ। ୩ଟା ୩୦ରେ ସଭା କାର୍ଯ୍ୟ ଶେଷ ହୋଇଥିଲା। ଏହି ସଭାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri