କେନାଲ ଶୁଖିଲା, ପ୍ରଭାବିତ ହେବ ରବିଚାଷ

ମାଲକାନଗିରି, ୩।୧(ସ୍ବ.ପ୍ର.) – ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ ଥିଲେ। ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଥାନ୍ତେ ଚାଷ କାମ। କିନ୍ତୁ ପ୍ରଶାସନ ପକ୍ଷରୁ କେନାଲରେ ପାଣି ଛଡା ନ ଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଅସୁବିଧା ନେଇ କୋରୁକୋଣ୍ଡା ଅଞ୍ଚଳର କେତେକ ଚାଷୀ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ପାଣି ଛଡା ନ ଗଲେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି।
ବିଗତ ବର୍ଷମାନଙ୍କରେ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ରବିଚାଷ ନିମନ୍ତେ ପାଣି ଛଡା ଯାଇଥାଏ। ଏହାକୁ ନଜରରେ ରଖି ଜିଲାରେ ଚାଷୀ ପ୍ରସ୍ତୁତ ହୋଇଥିଲେ। ଅନେକ ଚାଷୀ ଡିସେମ୍ବରରୁ ଚାଷ କାମ ଆରମ୍ଭ କରିଦେଇଛନ୍ତି। ତେବେ ଚଳିତବର୍ଷ ଜାନୁୟାରୀ ପ୍ରଥମ ସପ୍ତାହ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନାଲରେ ପାଣି ଛାଡିବା ନାମ ଧରୁନି ପ୍ରଶାସନ। ଡିସେମ୍ବର ମାସରେ କେନାଲରେ ପାଣି ଛଡାଯିବାକୁ ଆଖି ଆଗରେ ରଖି ଚାଷୀମାନେ ବିଭିନ୍ନ ପନିପରିବା ତଥା ଚିନାବାଦାମ ଚାଷ ନିମନ୍ତେ ଜମି ପ୍ରସ୍ତୁତ କରିସାରିଛନ୍ତି। ଏହା ବ୍ୟତୀତ ଗ୍ରୀଷ୍ମଋତୁରେ ମାଲକାନଗିରିରେ ତାପମାତ୍ରା ୪୫ରୁ ୪୮ଡିଗ୍ରୀ ରହୁଛି। ସେହି ସମୟ ଚାଷ ପାଇଁ ଉପଯୁକ୍ତ ନୁହେଁ। ତେଣୁ ଶୀତଦିନ ଆରମ୍ଭରୁ ଚାଷ କଲେ ଖରା ପୂର୍ବରୁ ଶେଷ ହେବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଅଣଦେଖା କରିଛନ୍ତି। ଏ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଯଥାଶୀଘ୍ର ପାଣି ଛଡା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଚଳିତବଷର୍ର୍ ରବି ଫସଲ ପାଇଁ ଡକାଯାଇଥିବା ବୈଠକରେ ଡିସେମ୍ବରରୁ କେନାଲରେ ପାଣି ଛଡାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନେ ଜାନୁୟାରୀ ୧୫ରେ ପାଣି ଛାଡିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ବିଳମ୍ବରେ ପାଣି ଛଡାଯିବା ସମ୍ପର୍କରେ ଚିତ୍ରକୋଣ୍ଡା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂଚନା ଦେଇପାରିବେ ବୋଲି ସେ କହିଛନ୍ତି। ତେବେ ଆସନ୍ତା ୪ତାରିଖ ସୁଦ୍ଧା ସତୀଗୁଡା କେନାଲରେ ପାଣି ଛଡାଯିବ ବୋଲି ସତୀଗୁଡା ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶତ୍ରୁଘ୍ନ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri