କେଜିଏଫ୍‌-୨ର ଷ୍ଟାର୍‌ କାଷ୍ଟଙ୍କ ପାରିଶ୍ରମିକ କେତେ ଜାଣନ୍ତି

କେଜିଏଫ୍‌ ୨ ଏପ୍ରିଲ ୧୨ରେ ମୁକ୍ତିଲାଭ କରିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ କେଜିଏଫ୍‌-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ୧୦ ଦିନ ମଧ୍ୟରେ ୮୦୦ କୋଟିରୁ ଅଧିକ ଆୟ କରିଛି। ଖୁବ ଶୀଘ୍ର ଏହି ଫିଲ୍ମ ୧୦୦୦ କୋଟି କ୍ଲବରେ ଯୋଗ ଦେବ। କେବଳ ଫିଲ୍ମର ହିନ୍ଦୀ ସଂସ୍କରଣ ୩୭୫ କୋଟି ରୋଜଗାର କରିଛି। ଫିଲ୍ମରେ ମୁଖ୍ୟ ଅଭିନେତା ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ମାଳବିକା ଅବିନାଶ, ଶ୍ରୀନିଧି ଶେଟ୍ଟୀ ଏବଂ ପ୍ରକାଶ ରାଜ ମଧ୍ୟ ଅଭିନୟ କରିଛନ୍ତି। ତେବେ ଫିଲ୍ମର ଷ୍ଟାର କାଷ୍ଟ କେତେ ପାରିଶ୍ରମିକ ନେଇଛନ୍ତି ସେ ବିଷୟରେ ଆସନ୍ତୁ ଜାଣିବା

ଦକ୍ଷିଣ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଅଭିନେତା ୟଶ ଏହି କେଜିଏଫ୍‌-୨ରେ ରକି ଭୂମିକାରେ ଅଭିନୟ କରିବାକୁ ୩୦ କୋଟି ଟଙ୍କା ନେଇଛନ୍ତି। ସାଧାରଣତଃ ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୨୦ କୋଟି ଚାର୍ଜ କରନ୍ତି।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଅଭିନୟ ପାଇଁ ୯ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଦକ୍ଷିଣ ଭାରତୀୟ ଫିଲ୍ମ।

ରବୀନା ଟଣ୍ଡନ ଏହି ଫିଲ୍ମ ପାଇଁ ସେ ୧.୫ କୋଟି ଟଙ୍କା ନେଇଛନ୍ତି।

ମଡେଲ ଏବଂ ଅଭିନେତ୍ରୀ ଶ୍ରୀନିଧି ଶେଟ୍ଟୀ କେଜିଏଫ୍‌-୨ ପାଇଁ ୩ କୋଟି ଟଙ୍କା ନେଇଛନ୍ତି।
ପ୍ରକାଶ ରାଜ କେଜିଏଫ୍‌-୨ ପାଇଁ ୮୦-୮୨ ଲକ୍ଷ ଟଙ୍କା ଗ୍ରହଣ ନେଇଛନ୍ତି।

ସେହିପରି ମାଳବିକା କେଜିଏଫ୍‌-୨ ପାଇଁ ୬୦-୬୨ ଲକ୍ଷ ଟଙ୍କା ନେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଗତ ମାଲିକାନାରେ ଗୋବରୀ ନଦୀର ଅଂଶ, ସହର ମଧ୍ୟରେ ବଢୁଛି ଜବରଦଖଲ

କେନ୍ଦ୍ରାପଡ଼ା,୩୦ା୪ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିକୁ ଇତିମଧ୍ୟରେ ୧୫୭ ବର୍ଷ ପୂରିଛି। ରାଜ୍ୟର ଏହି ସର୍ବପୁରାତନ ମ୍ୟୁନିସିପାଲିଟି ସଂପ୍ରତି ବିବିଧ ସମସ୍ୟାରେ ବୁଡ଼ିରହିଛି। ଜବରଦଖଲ ଏକ ମୁଖ୍ୟ…

ରାପିଡୋ ଡ୍ରାଇଭରରୁ ପାଲଟିଲେ ପ୍ରେମିକ: ଶାରୀରିକ ସମ୍ପର୍କ ରଖିବା ପରେ…

ଭୁବନେଶ୍ବର, ୧।୫ (ପ୍ରସନଜିତ୍‌ ସାହୁ):ରାପିଡୋ ଡ୍ରାଇଭରରୁ ପ୍ରେମିକ ପାଲଟିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଖଣ୍ଡା ଧରି ମାରିବାକୁ ଧମକ ଦେଇଛନ୍ତି।…

ଶ୍ରମିକ ଚାଲାଣ ରୋକିବା ଉପରେ ଅଭିନବ ପ୍ରୟାସ କଲା ବଲାଙ୍ଗୀର ପୋଲିସ, ଏହି ସବୁ ଅଞ୍ଚଳ ଦେଇ…

ବଲାଙ୍ଗୀର, ୧।୫ (ସୁନିଲ କୁମାର ମହାନ୍ତି) : ଶ୍ରମିକ ଚାଲାଣ ରୋକିବା ଏବଂ ଶ୍ରମିକମାନଙ୍କୁ ବନ୍ଧନ ଶ୍ରମରେ ଠେଲି ହେବାରୁ ରୋକିବା ପାଇଁ, ବଲାଙ୍ଗୀର ପୋଲିସ ଗୁରୁବାର…

ବିରାଟ କୋହଲିଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯିବ କି? ଅମ୍ପାୟାରଙ୍କ ସହ ଝଗଡ଼ା ପାଇଁ…

ନୂଆଦିଲ୍ଲୀ,୧।୫: IPL 2026 ର 42 ତମ ମ୍ୟାଚ ସମୟରେ, ଏକ ଲାଇଭ ଖେଳ ସମୟରେ ବିରାଟ କୋହଲି ପଡ଼ିଆର ମଝିରେ ଜଣେ ଅମ୍ପାୟାରଙ୍କ ସହ ମୁହାଁମୁହିଁ…

କର୍ମସିୟାଲ ପରେ ଏବେ ‘ଛୋଟୁ’ର ବି ବଢିଲା ଦାମ୍‌, ମହଙ୍ଗା ହେଲା ୫ ଲିଟର ସିଲିଣ୍ଡର

ନୂଆଦିଲ୍ଲୀ,୧।୫: ମାସର ପ୍ରଥମ ଦିନରେ, ତୈଳ କମ୍ପାନୀଗୁଡ଼ିକ ବାଣଜି୍ୟକ ଗ୍ୟାସ ସିଲିଣ୍ଡରର ସମାନ ମୂଲ୍ୟ ବୃଦ୍ଧି ପରେ ୫ କିଲୋଗ୍ରାମ ଫ୍ରି ଟ୍ରେଡ ଏଲପିଜି (FTL) ସିଲିଣ୍ଡରର…

ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ

ଓ୍ବାଶିଂଟନ୍‌,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ…

କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ…

ଅଧରାତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ପଶିଲେ ମମତା: ୩ ଘଣ୍ଟା ପରେ ସେଠାରୁ ବାହାରି କହିଲେ, ଜୀବନ-ମୃତ୍ୟୁ…

କୋଲକାତା,୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ତିନି ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (EVM) ସହିତ ଜଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri