କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର ଅଫିସ୍‌,୩୧ା୭- ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର ଜାତୀୟ ଉପ ସଭାପତି ସୁଶାନ୍ତ ଝା ବିପ୍ଳବୀ ପତାକା ଉତ୍ତୋଳନ କରିବା ପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆୟୋଜକଙ୍କ ପକ୍ଷରୁ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଭଗବାନ ସାହୁ ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇଥିଲେ। ଗଞ୍ଜାମର କୃଷକ ଆନ୍ଦୋଳନର ଅବତାରଣା କରି ଦେଶରେ କୃଷି ସଙ୍କଟର ସମାଧାନ ପାଇଁ ଏକ ଶକ୍ତିଶାଳଳୀ କୃଷକ ଆନ୍ଦୋଳନର ଆବଶ୍ୟକତା ରହିଥିବା କହିଥିଲେ। ଜାତୀୟ ଉପ ସଭାପତି ସୁଶାନ୍ତ ଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଡ଼. ଗୋଲକ ବିହାରୀ ନାଥ ଦେଶରେ କୃଷି ସଙ୍କଟ ପଛରେ ଜନବିରୋଧୀ ସରକାରୀ ନୀତି ଦାୟୀ ବୋଲି କହିଥିଲେ। ଦେଶର ଅର୍ଥନୀତି ଖରାପ ସ୍ଥିତିରେ ରହିଥିବା ବେଳେ ବେରୋଜଗାରୀ, ଆର୍ଥିକ ବୈଷମ୍ୟ ଚରମ ସୀମାରେ ପହଞ୍ଚିଛି। ଏଭଳି ସ୍ଥିତିରେ ସରକାର ଏହି ସଙ୍କଟର ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ଲଲିପପ୍‌ ବାଣ୍ଟିବାରେ ଲାଗିଛନ୍ତି। ସରକାରଙ୍କ ବହୁ ପ୍ରଚାରିତ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଘୋଷଣା ଏକ ଧୂଅଁାବାଣ । ଫସଲର ଲାଭଜନକ ଦର ପ୍ରଦାନ ଜରିଆରେ ହିଁ କୃଷି ସଙ୍କଟରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।ପ୍ରଫେସର ନାଥ କହିଥିଲେ, ଭୂସଂସ୍କାର ନଁାରେ କ୍ରମାଗତ ଭାବେ ସବୁ ସରକାର ପ୍ରତାରଣା କରିଛନ୍ତି। ସାମ୍ରାଜ୍ୟବାଦୀ କମ୍ପାନୀଙ୍କ ଚାପରେ ଦେଶରେ ଭୂସଂସ୍କାରକୁ ରାଜନୀତିର ଏଜେଣ୍ଡାରୁ ହଟେଇ ଦିଆଯାଇଛି। ଜମିର ଉପଯୁକ୍ତ ବଣ୍ଟନ, ଜମି ସିଲିଂର ସୀମା ହ୍ରାସ କରିବା, ସରକାରୀ ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ମଧ୍ୟ ଦେଇ ହିଁ ଦେଶରେ ଉଭୟ କୃଷି ଏବଂ କୃଷକର ବିକାଶ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ବିକାଶ ନଁାରେ କର୍ପୋରେଟ୍‌ମାନଙ୍କୁ ଜମି ହସ୍ତାନ୍ତରର ବିରୋଧ କରିବା ସହିତ ଚାଷୀ ହାତରେ ଜମିର ଅଧିକାର କଥା କହିଥିଲେ। ଯେଉଁ ପର୍ଯ୍ୟନ୍ତ ଚାଷୀର ଜମି ଉପରେ ଅଧିକାର ନାହିଁ ସେ ପର୍ଯ୍ୟନ୍ତ ଚାଷୀର ଶ୍ରମ କଦାପି ତାର ନିଜର ହୋଇପାରିବ ନାହିଁ ବୋଲି କହିଥିଲେ। ଅପରାହ୍ନରେ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଆଇକେଏମ୍‌ଏସ୍‌ ଜାତୀୟ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଡ଼. ଆଶିଷ ମିତ୍ତଲ ଦେଶର କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଚିଠା ଉପସ୍ଥାପନ କରିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ନିଜ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଗତିଶୀଳ ସଂସ୍କୃତିକ ସଂଘ କଳାକାରମାନେ ଅଂଶଗ୍ରହଣ କରି ସଂଗ୍ରାମୀ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଜାତୀୟ କମିଟି ଉପସଭାପତି ଭି. ଚଲପତି ରାଓ, ସମ୍ପାଦକ କେ. ରଙ୍ଗେୟା, ଜାତୀୟ କମିଟି ସଭ୍ୟ ରାମବୃକ୍ଷ ରାମ, ଧରମପାଲ ସିଂ, ପଞ୍ଜାବର ଚାଷୀନେତା ତାରସେନ ପିଟର, ଉତ୍ତର ପ୍ରଦେଶରୁ ହୀରାଲାଲ, ବିହାରର ଶମ୍ଭୁ ସିଂ ପ୍ରମୁଖ ଜାତୀୟ କମିଟି ସଭ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେତୁବାଦୀ ସଂଗଠନର ସମ୍ପାଦକ କେ. ନାନ୍ଦେଶୁ ସେନାପତି, ଇଂ. ରାଜା ସୁରେଶ, ସ୍ବାସ୍ଥ୍ୟ-ଶିକ୍ଷା ଆନ୍ଦୋଳନର ନେତା ଅବନୀ କୁମାର ଗୟା, ଆଡ଼ଭୋକେଟ୍‌ କେ. ସୁବ୍ରମଣ୍ୟମ୍‌ ରାଓ, ଖାଉଟି ଅଧିକାର କର୍ମୀ କାମେଶ୍ୱର ରାଓ, ପ୍ରଗତିଶୀଳ ବୁଦ୍ଧିଜୀବୀ ପି. କାମେଶ୍ୱର ରାଓ, ଶ୍ରମିକ ନେତା କର୍ମଚାରୀ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଅଭ୍ୟର୍ଥନା ସମିତିର ସଦସ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri