Posted inଜାତୀୟ

କୃଷକଙ୍କୁ ମିଳିବ ୩୦୦୦ ପେନ୍‌ସନ

ରାଞ୍ଚତ୍,୧୩-୯(ପି.ଟି.):କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ଲାଗି ବହୁପ୍ରତୀକ୍ଷିତ ପେନ୍‌ସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ଠାରେ ଶୁଭାରମ୍ଭ କରିଛନ୍ତି। ‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ ମିଳିବ। ଯେଉଁ କୃଷକମାନଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ସେହିପରି କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପେନସନ ପ୍ରଦାନ ପାଇଁ ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନ ଧନ ଯୋଜନା’ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ଲାଗି ‘ସ୍ବରୋଜଗାର’ ପେନ୍‌ସନ ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ସମସ୍ତ ଯୋଜନାରେ ଆବେଦନର ବୟସସୀମା ୧୮ରୁ ୪୦ ବର୍ଷ ରଖାଯାଇଛି ଓ ସେମାନେ ୬୦ ବର୍ଷ ବୟସରେ ପହଞ୍ଚତ୍ବା ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ଏଥିସହିତ ଝାଡ଼ଖଣ୍ଡ ବିଧାନସଭାର ନୂଆ ବିଲ୍ଡିଂ ଓ ଏକ ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। କୁଟେ ଗ୍ରାମରେ ନିର୍ମିତ ତିନି ମହଲା ବିଶିଷ୍ଟ ନୂଆ ବିଧାନସଭା ବିଲ୍ଡିଂ ନିର୍ମାଣରେ ୪୬୫ କୋଟି ଟଙ୍କା ବ୍ୟୟ ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ସଚିବାଳୟର ନୂଆ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନ୍‌ଲାଇନରେ ଦେଶରେ ୪୬୨ ଏକଲବ୍ୟ ମଡେଲ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏନ୍‌ଡିଏ ଦ୍ୱିତୀୟ ପାଳି ସରକାର ଦେଶରୁ ଦୁର୍ନୀତି ହ୍ରାସ କରିବା ସହ ଆତଙ୍କବାଦକୁ କାବୁ କରିବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ବିକାଶର ଉଚ୍ଚ ସୋପାନକୁ ନେଇଯିବା ଲାଗି ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସରକାର ପ୍ରଥମ ୧୦୦ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୧୦୦ ଦିନରେ ଦେଶ ତାଙ୍କ ମନ୍ତ୍ରଣାଳୟର ଦ୍ରୁତ କାର୍ଯ୍ୟକ୍ରମର କେବଳ ଟ୍ରେଲର ଦେଖିଛି, ପୂରା ଚଳଚ୍ଚିତ୍ର ଦେଖିବାକୁ ବାକି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆକ୍ଷେପ କରି ମୋଦି କହିଥିଲେ, ଦୁର୍ନୀତି ଦୂର କରିବା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ। ନିଜକୁ ଆଇନ ଅଦାଲତରୁ ଊର୍ଦ୍ଧ୍ୱରେ ବୋଲି ଭାବୁଥିବା ବ୍ୟକ୍ତି ଏବେ ଜାମିନ ପାଇଁ କୋର୍ଟଙ୍କ ଶରଣାପନ୍ନ ଓ ଅନ୍ୟ କେତେଜଣ ଜେଲ୍‌ ଯାଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ ଏବେ ତିହାର ଜେଲ୍‌ରେ ଅଛନ୍ତି।
ମୁସଲମାନଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଏଥିପାଇଁ ପାର୍ଲାମେଣ୍ଟର ପ୍ରଥମ ଅଧିବେଶନରେ ତିନି ତଲାକ ବିଲ୍‌ ଗୃହୀତ ହୋଇଥିବା କହିଥିଲେ। ଝାଡ଼ଖଣ୍ଡରେ ରଘୁବର ଦାସ ସରକାର ଗତ ୫ ବର୍ଷ ମଧ୍ୟରେ ସ୍ବଚ୍ଛତା ଆଣିବା ଦିଗରେ ସମସ୍ତ ପ୍ରୟାସ କରିଥିବାରୁ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଆୟୁଷ୍ମାନଥ ଭାରତ ସ୍ବାସ୍ଥ୍ୟବୀମା ଯୋଜନାରେ ଦେଶର ୪୪ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟିରୁ ଊର୍ଦ୍ଧ୍ୱ ଘର ନିର୍ମାଣ ହୋଇଥିବାବେଳେ ଆଉ ୨ କୋଟି ନିର୍ମାଣାଧୀନ ରହିଛି। ଏହା ବ୍ୟତୀତ ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ ହେବା ସହ ୮ କୋଟି ପରିବାରକୁ ମାଗଣାରେ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri