କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୮ ଶ୍ରେଣୀକୁ ୩ ଗୃହ

ବଅଁରପାଳ, ୬।୭(ଡି.ଏନ୍‌.ଏ) – ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଥିବା କୁଲାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ ରହିଛି। ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶିକ୍ଷକ ଅଭାବ ଯୋଗୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନ ବହୁ ପଛକୁ ଚାଲିଯାଇଥିବା ନେଇ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ କହିବା ମୁତାବକ, ୧୮୯୮ରେ ସେମାନଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ଗଢି ଉଠିଥିଲା। ପରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥିଲା। ୧୨୧ ବର୍ଷର ପୁରୁଣା ଏହି ଶିକ୍ଷାନୁଷ୍ଠାନ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ହେଁ ଏଠାରେ ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ଉଦ୍ୟମ ହେଉନାହିଁ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୧୯ ଛାତ୍ରୀଛାତ୍ର ଏଠାରେ ପାଠ ପଢୁଥିଲେ ହେଁ ସେମାନଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ୮ଟି ଶ୍ରେଣୀ ପାଇଁ ମୋଟ ୩ଟି କୋଠରି ଥିବାରୁ ପାଠପଢାରେ ଅସୁବିଧା ହେଉଛି। ଏପରିକି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସୁଛନ୍ତି। ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାମାନଙ୍କୁୁ ଗୋଟିଏ ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟର ଅନ୍ୟ କୋଠରିଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଗୁଡିକର ମରାମତି କରାଯାଉନାହିଁ। ଅନ୍ୟପକ୍ଷରେ ୮ଟି ଶ୍ରେଣୀ ପାଇଁ ମାତ୍ର ୬ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଦୀର୍ଘ ଦିନ ହେଲା ଖାଲି ପଡିଛି। ବିଦ୍ୟାଳୟର ନିଜସ୍ବ ଖେଳ ପଡ଼ିଆ ନ ଥିବାରୁ ଛାତ୍ରୀଛାତ୍ର ଖେଳକୁଦ କରିପାରୁନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ଅବହେଳିତ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା କଳ୍ପନା ମଞ୍ଜରୀ ମହାପାତ୍ର କହିଛନ୍ତି, ଶ୍ରେଣୀଗୃହର ଘୋର ଅଭାବ ରହିଛି। ଘର ଅଭାବରୁ ୩ଟି କୋଠରିରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଲଳିତ ମୋହନ ସାହୁ କୁହନ୍ତି, ଅଳ୍ପ ଦିନ ତଳେ ସ୍କୁଲ ପରିଦର୍ଶନରେ ଯାଇଥିଲି। ଶ୍ରେଣୀ ଘରଗୁଡିକ ଭାଙ୍ଗି ରୁଜି ଯାଇଛି। ନାଲ୍‌କୋ ପାରିପାର୍ଶ୍ୱିକ ଅଞ୍ଚଳ ହୋଇଥିବାରୁ ସ୍କୁଲର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ନାଲ୍‌କୋ କର୍ତ୍ତୃପକ୍ଷକୁ ପ୍ରସ୍ତାବ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri