କୁଜଙ୍ଗରେ ମରୁଡିର ପଦଧ୍ୱନୀ : ତଳିକୁ ଦେଖି ଟଳିପଡ଼ିଲେ ଚାଷୀ

କୁଜଙ୍ଗ,୨୩ା୭(ସ୍ବ.ପ୍ର.): ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବର୍ଷା ଦେଖାନାହିଁ। ଏଥିଯୋଗୁ ଜଗତ୍‌ସିଂହପୁର ଜିଲାର ଉପକୂଳ କୁଜଙ୍ଗ ଅଞ୍ଚଳରେ ମରୁଡ଼ିର ପଦଧ୍ୱନୀ ଶୁଣାଗଲାଣି। ବହୁ କଷ୍ଟରେ ଚାଷୀ ଯେଉଁ ତଳି ପକାଇଥିଲେ ବର୍ଷା ଅଭାବରୁ ସେସବୁ ନଷ୍ଟ ହେବାକୁ ବସିଲାଣି। ଏଥିରେ ମ୍ରିୟମାଣ ହୋଇ ବାଲିଆ ପଞ୍ଚାୟତ ପାରିଅଙ୍ଗ ଗ୍ରାମର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ହେଲେ ମହେଶ୍ୱର ନାୟକ (୬୧)। ନିଜ ବିଲରେ ତଳିଘେରା ନଷ୍ଟ ହେବାର ଦେଖି ସେ ଧୈର୍ଯ୍ୟ ହରାଇଥିଲେ। ଫଳରେ ବିଲରେ ହିଁ ହୃଦ୍‌ଘାତର ଶିକାର ହୋଇ ସେ ଟଳିପଡିଲେ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମହେଶ୍ୱର ନିଜ ତଳି ବିଲ ଦେଖିବାକୁ ଯାଇଥିଲେ। ବର୍ଷା ତଥା ଜଳସେଚନ ଅଭାବ ଓ ଗ୍ରୀଷ୍ମ ପ୍ରକୋପରେ ତାଙ୍କ ଜମିରେ ତଳି ସବୁ ଜଳିଯାଇଥିଲା। ଏହା ତାଙ୍କୁ ଗଭୀର ଆଘାତ ଦେଇଥିଲା। ଏବର୍ଷ ଚାଷ କରି ନ ପାରିଲେ କିପରି ଚଳିବେ ଭାବି ସେ ସଜ୍ଞାହୀନ ହୋଇ ପଡିଯାଇଥିଲେ। ଏହା ଦେଖି ନିକଟରେ ଚାଷ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମହେଶ୍ୱର ଏହି ଅଞ୍ଚଳର ଜଣେ ଅଗ୍ରଣୀ ଚାଷୀ ଥିଲେ। ଚାଷ ହିଁ ତାଙ୍କ ପରିବାର ପ୍ରତିପୋଷଣର ଏକମାତ୍ର ପନ୍ଥା ଥିଲା। ତେଣୁ ତଳିଘେରା ନଷ୍ଟ ହୋଇଯାଇଥିବା ଦେଖି ସେ ହୃଦ୍‌ଘାତର ଶିକାର ହୋଇଥିବା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri