କୁକୁଡ଼ା ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼: ଜଣେ ଗୁରୁତର; ୬ ଆହତ, ୨ଅଟକ

ଭଦ୍ରକ ଅଫିସ,୧୯ା୪: କୁକୁଡ଼ା ଚୋରି ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଉଭୟ ପକ୍ଷର ଜଣେ ଗୁରୁତର ଏବଂ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମଞ୍ଚଳ ଥାନା ରାହାଞ୍ଜ ପଞ୍ଚାୟତର ମେଲଣପଦା ଗାଁରେ।
ସୂଚନାନୁଯାୟୀ ଗାଁର ଜନୈକ ବ୍ୟକ୍ତି ୩ଟି କୁକୁଡ଼ା ସାଇକେଲରେ ଟାଙ୍ଗି ଆଣିଥିଲେ। ପରେ ସାଇକେଲ ରାସ୍ତା ଉପରେ ରଖି କୌଣସି କାମରେ ଯାଇଥିବା ବେଳେ କୁକୁଡ଼ାଗୁଡ଼ିକୁ କୁକୁର ନେଇଥିଲା। କିନ୍ତୁ କୁକୁଡ଼ା ଆଣିଥିବା ବ୍ୟକ୍ତି କୁକୁଡ଼ାକୁ କେହି ନେଇଯାଇଥିବା ସନ୍ଦେହ କରିଥିଲେ। ପରେ ସଂପୃକ୍ତ ବ୍ୟକ୍ତି ସନ୍ଦେହରେ କେତେକ ଲୋକଙ୍କୁ ଗାଳିଗୁଲଜ କରିଥିବା ସୂଚନା ମିଳିଛ। ତେବେ ଏହି କଥାର ସମାଧାନ ହୋଇଥିଲା। ପରେ ପୁଣି ଏହି କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଉଭୟ ପକ୍ଷ ଛୁରାମାଡ଼ କରିଥିଲେ। ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଉଭୟପକ୍ଷର ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଶନିବାର ବିଳମ୍ବିତ ରାତିରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛ। ତେବେ ସାଇକେଲରେ ଥିବା ୩ଟି କୁକୁଡ଼ାକୁ କୁକୁର ନେଇଯାଇଥିବା ଶୁଣିବା ପାଇଁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri