କିଶୋରୀ ଦଳର ବଳ

ବିଚିତ୍ର ବିଶ୍ୱାଳ

ସ୍ଵୟଂ ସହାୟକ ଦଳ ଜରିଆରେ ନିୟମିତ ଭାବେ ବୈଠକ ବସି, ସଞ୍ଚୟ କରି, ବ୍ୟାଙ୍କରୁ ଋଣ ନେଇ ଛୋଟ ବ୍ୟବସାୟ ବା ଉଦ୍ୟୋଗ ଧନ୍ଦା କରି ମହିଳାମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବାରେ ଯଥେଷ୍ଟ ଅଗ୍ରଗତି କରିପାରିଛନ୍ତି। ସ୍ବୟଂ ସହାୟକ ଦଳର ପରିଣାମ କେବଳ ମହିଳାମାନଙ୍କର ଆର୍ଥିକ ପ୍ରଗତିରେ ସୀମିତ ରହିନାହଁି। ସାମାଜିକ ଓ ରାଜନୈତିକ ବିକାଶ କ୍ଷେତ୍ରରେ ମଧ୍ୟ କେତେକାଂଶରେ ପରିବର୍ତ୍ତନ ଆସିଛି। ମହିଳା ସ୍ବୟଂ ସହାୟକ ଦଳକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଯଥେଷ୍ଟ ଆଗରେ ଅଛି। ମହିଳାମାନଙ୍କ ପରି ଆଉ ଗୋଟେ ପ୍ରଚୁର ସମ୍ଭାବନା ଥିବା ଗୋଷ୍ଠୀ ହେଉଛନ୍ତି କିଶୋରୀ ବାଳିକା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାଁ ଗହଳିର ଲକ୍ଷ ଲକ୍ଷ କିଶୋରୀ ବାଳିକାଙ୍କ ମଧ୍ୟରେ ଥିବା ସାମର୍ଥ୍ୟକୁ ଏପର୍ଯ୍ୟନ୍ତ ଠିକ୍‌ ଭାବେ ଉପଯୋଗ କରାଯାଇପାରି ନାହଁି। ସରକାରଙ୍କ ତରଫରୁ କେବଳ କିଶୋରୀଙ୍କର ସ୍ବାସ୍ଥ୍ୟ ଓ ପୁଷ୍ଟିର ଉନ୍ନତି କରିବା ପାଇଁ କିଛି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସେଥିରେ କିଶୋରୀମାନଙ୍କର ସଂପୂର୍ଣ୍ଣ କ୍ଷମତା କାର୍ଯ୍ୟରେ ଲାଗିପାରୁନାହଁି। କେବଳ କିଛି ସ୍ବେଚ୍ଛାସେବୀ ସଙ୍ଗଠନ କିଶୋରୀମାନଙ୍କର ସାମର୍ଥ୍ୟକୁ କାର୍ଯ୍ୟରେ ଲଗେଇବା ପରି କାମରେ ଜଡ଼ିତ ଅଛନ୍ତି। ଯେଉଁଥିରୁ ଅନେକ ସକାରାତ୍ମକ ଫଳ ମିଳୁଥିବା ବେଳେ ଭବିଷ୍ୟତ ପାଇଁ ଏକ ବଡ଼ ସମ୍ଭାବନାର ଆଶା ଜାଗ୍ରତ ହେଉଛି। ଓଡ଼ିଶାର କେତୋଟି ଜିଲାରେ କିଶୋରୀ ବାଳିକାମାନଙ୍କର ଦଳଗତ ପ୍ରୟାସ ସେମାନଙ୍କର ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷାକୁ ନିଶ୍ଚିତ କରୁଥିବା ସହିତ ଲିଙ୍ଗଗତ ବିଭେଦତାକୁ ମଧ୍ୟ କମ୍‌ କରିବାରେ ସହାୟକ ହେଉଛି।
ପରିବାରର ଆର୍ଥିକ ସ୍ବଚ୍ଛଳତା ନ ଥିବାରୁ ଗଜପତି ଜିଲା ନୂଆଗଡ଼ ବ୍ଲକ୍‌ର ଆଲିସିଂହ ଗ୍ରାମର ପ୍ରିୟଙ୍କାର ପାଠପଢ଼ାକୁ ତା’ର ପରିବାର ଅଧାରୁ ବନ୍ଦ କରିଦେଇଥିଲେ। ପ୍ରିୟଙ୍କାର ପଢ଼ିବାକୁ ଇଚ୍ଛା ଥାଇ ମଧ୍ୟ ପରିସ୍ଥିତି ସାମ୍ନାରେ ହାର୍‌ ମାନି ତା’ର ପାଠ ପଢ଼ିବାର ସ୍ବପ୍ନ ଅଧା ରହିଗଲା। କିନ୍ତୁ ଏହି ଭଙ୍ଗା ସ୍ବପ୍ନକୁ ନେଇ ପ୍ରିୟଙ୍କା ଅଧିକ ଦିନ ଚୁପ୍‌ ରହିଲା ନାହଁି। ଯେତେବେଳେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରେରଣାରେ ଗାଁ’ର କିଶୋରୀମାନେ ନିଜ ଭିତରେ ଗୋଟେ ଦଳ ଗଠନ କରି ନିୟମିତ ବୈଠକ କଲେ, ପ୍ରିୟଙ୍କା ସେହି ଦଳର ସଦସ୍ୟ ହେଲା ଓ ନିଜ ଇଚ୍ଛା କଥା ଦଳରେ ପ୍ରକାଶ କରିବାକୁ ସାହସ ଜୁଟେଇ ପାରିଲା। ଦଳର ସାଥୀମାନଙ୍କ ସହାୟତାରେ ପ୍ରିୟଙ୍କା ନିଜ ଅମାନିଆ ପରିବାର ଲୋକଙ୍କୁ ବୁଝେଇବାରେ ସମର୍ଥ ହେଲା ଓ ପୁଣି ଥରେ ପାଠପଢ଼ା ଆରମ୍ଭ କଲା। ଯେଉଁ ପ୍ରିୟଙ୍କା ଅଧାରୁ ପାଠ ଛାଡ଼ିଥିବା ଯୋଗୁ ହୁଏତ କମ୍‌ ବୟସରେ ବାହା ହୋଇ ନିଜ ଜୀବନକୁ ବିପନ୍ନ କରିଥା’ନ୍ତା, ସେ ଆଜି ୟୁନିଫର୍ମ ପିନ୍ଧି ହାତରେ ବହି ଖାତା ଧରି ସ୍କୁଲ୍‌ ଯାଉଛି। ସେହିପରି ଆର.ଉଦୟଗିରି ବ୍ଲକ୍‌ ଶବରପଲ୍ଲୀ ପଞ୍ଚାୟତର ରାମପୁର ଗାଁ’ର କିଶୋରୀ ବାଳିକାମାନେ ସଂପ୍ରତି ଏକ ନୂଆ ଇତିହାସ ତିଆରି କରିଛନ୍ତି। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନରୁ ଥିବା ସ୍ବପ୍ନ ଏବେ ସଫଳ ହୋଇଛି। ରାମପୁର ଗ୍ରାମର କିଶୋରୀ ଦଳର ସଭ୍ୟମାନେ ପ୍ରଥମ ଥର ପାଇଁ ନିଜ ଭିତରେ ଏକ କ୍ରିକେଟ ପ୍ରତିଯୋଗିତା କରିବାରେ ସଫଳ ହୋଇପାରିଛନ୍ତି। ଗଁା ଗହଳିରେ ପୁରୁଷମାନଙ୍କର ଖେଳ ଭାବେ ପରିଗଣିତ ହେଉଥିବା କ୍ରିକେଟ୍‌ ଖେଳି ସେମାନେ ତାଙ୍କ ସମାଜରେ ଥିବା ଲିଙ୍ଗଗତ ବିଭେଦତାକୁ କମ୍‌ କରିବା ଦିଗରେ ଏକ ସଫଳ ପଦକ୍ଷେପ ନେଇଛନ୍ତି। ଝିଅମାନଙ୍କ ମଧ୍ୟରେ ଥିବା ଅଫୁରନ୍ତ ଉତ୍ସାହ, ସାହସ ଓ କିଶୋରୀ ଦଳର ବଳ ଯୋଗୁ ଏପରି ଏକ ଐତିହାସିକ ପଦକ୍ଷେପ ସମ୍ଭବ ହୋଇପାରିଲା। କେବଳ ଏତିକି ନୁହେଁ, ଅବାରସିଂହ ପଞ୍ଚାୟତର ପଦ୍ମପୁର ଗ୍ରାମର କିଶୋରୀମାନେ ପୁଅମାନଙ୍କ ସହିତ ମିଶି କବାଡ଼ି ମଧ୍ୟ ଖେଳିବାର ଦେଖାଯାଉଛି। ତୃଣମୂଳସ୍ତରରେ ଲିଙ୍ଗଗତ ବିଭେଦତାକୁ ଦୂର କରିବାରେ ଏହିପରି ଛୋଟ ଛୋଟ ପଦକ୍ଷେପର ବହୁତ ଭୂମିକା ଅଛି। ରାୟଗଡ଼ ବ୍ଲକ୍‌ର ପୋତ୍ତାର, ଲୋବା, ଡମ୍ବଲ ଓ ଲକ୍ଷ୍ମୀପୁର ପଞ୍ଚାୟତର କିଶୋରୀମାନେ ଦଳବଦ୍ଧ ହୋଇ ସ୍ଥାନୀୟ ବନପାଳଙ୍କଠାରୁ ଚାରା ସଂଗ୍ରହ କରି ଗତ ସ୍ବାଧୀନତା ଦିବସରେ ନିଜ ଗାଁ’ର ଖାଲି ସ୍ଥାନମାନଙ୍କରେ ବୃକ୍ଷରୋପଣ କରିଛନ୍ତି। ଏହି ବ୍ଲକ୍‌ର ଏକ ଆଦିବାସୀବହୁଳ ଗ୍ରାମ ଗୋଟାସାହିର ଶିବାନୀ କାର୍ଜୀ, ଚିଲିକା କାର୍ଜୀ ଓ ଗାୟତ୍ରୀ କାର୍ଜୀ ଷଷ୍ଠ ଶ୍ରେଣୀରେ ସ୍କୁଲ୍‌ର ଡ୍ରପଆଉଟ୍‌ ହୋଇ ଘରେ ରହିଯାଇଥିଲେ। କିଶୋରୀ ଦଳ ଯୋଗୁ ସଂପ୍ରତି ସେମାନେ ପୁନର୍ବାର ସ୍କୁଲ୍‌କୁ ଫେରିଛନ୍ତି। ମୋହନା ବ୍ଲକ୍‌ର ମେରାପଲ୍ଲୀ ପଞ୍ଚାୟତର ପନ୍ଦର ବର୍ଷୀୟା ଅନିତା ମଲ୍ଲିକ କୁହନ୍ତି, କିଶୋରୀ ଦଳ ପାଇଁ ମୋ’ ଭିତରେ ସାହସ ଓ ନେତୃତ୍ୱ ନେବାର ଦକ୍ଷତା ବଢ଼ିପାରିଛି। ପୂର୍ବରୁ ଆମ ଘରେ ମୋ’ ପାଇଁ ବହୁତ ପ୍ରକାର ପ୍ରତିବନ୍ଧକ ଥିଲା। କିନ୍ତୁ ମଁୁ ସାହସ କରି ମୋ ପରିବାର ଲୋକମାନଙ୍କ ସହିତ କଥାବାର୍ତ୍ତା କରି ଏବେ ସେହି ସବୁ ପ୍ରତିବନ୍ଧକକୁ କମ୍‌ କରିବାରେ ସଫଳ ହୋଇପାରିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ଆଙ୍କୁଲପଦର ଗ୍ରାମର କିଶୋରୀ ବାଳିକାମାନେ ଦଳ ବଦ୍ଧ ହୋଇ ନିଜ ସ୍ବାସ୍ଥ୍ୟ ଓ ପୁଷ୍ଟିର ସୁରକ୍ଷା ପାଇଁ ନିୟମିତ ଭାବେ ଅଙ୍ଗନଓ୍ବାଡ଼ି ଓ ଆଶା ଦିଦିଙ୍କ ସହିତ ଆଲୋଚନା କରି ସରକାରୀ ସୁବିଧା ଯଥା ଲୌହ ବଟିକା, ଖୁସି ସାନିଟାରୀ ନାପ୍‌କିନ୍‌ ଆଦି ଠିକ୍‌ ଭାବେ ପାଇବାରେ ସକ୍ଷମ ହୋଇପାରିଛନ୍ତି। ବିଷମକଟକର ବରଡ଼ାଗୁଡ଼ା ଗ୍ରାମର ଷୋହଳ ବର୍ଷୀୟା ଗୀତା, ମୋହନାର ସତର ବର୍ଷୀୟା ମମତା ସଂଘର୍ଷ କରି ଓ କିଶୋରୀ ଦଳର ସହାୟତାରେ ନିଜର କମ୍‌ ବୟସରେ ବାହାଘରକୁ ବନ୍ଦ କରିପାରିଛନ୍ତି। କାଶିପୁର ରେଙ୍ଗା ପଞ୍ଚାୟତର ଡୁମେଲ୍‌ ଓ ଚମ୍ପାଯୋଡ଼ି ଗ୍ରାମର କିଶୋରୀ ଦଳ କମ୍‌ ବୟସରେ ବିବାହ ବନ୍ଦ କରିବା ପାଇଁ ଏକ ରାଲି କରି ସରପଞ୍ଚଙ୍କୁ ଜଣାଇଥିଲେ ଓ ସମଗ୍ର ପଞ୍ଚାୟତରେ କମ୍‌ ବୟସରେ ବିବାହ ବନ୍ଦ ପାଇଁ ସରପଞ୍ଚଙ୍କଠାରୁ ପ୍ରତିଶ୍ରୁତି ଆଦାୟ କରିଛନ୍ତି। ମୁନିଗୁଡ଼ା ବ୍ଲକ୍‌ର କିଶୋରୀମାନେ ପୁଷ୍ଟି ବଗିଚା କରି ନିଜର ଖାଦ୍ୟ ବିବିଧତା ବଢ଼ାଇବା ସହିତ ପରିବାରର ଖାଦ୍ୟ ବିବିଧତା ବଢ଼ାଇବାରେ ସକ୍ଷମ ହୋଇପାରିଛନ୍ତି। କିଶୋରୀମାନଙ୍କର ସଫଳତାର କାହାଣୀ କେବଳ ଏତିକି ଘଟଣାରେ ସୀମିତ ନାହଁି। ଏହି ତାଲିକା ବହୁତ ଲମ୍ବା। ସାରା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ କିଶୋରୀମାନେ ଦଳବଦ୍ଧ ହୋଇ ନିଜର ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ କମ୍‌ ବୟସରେ ବିବାହ ବନ୍ଦ କରୁଛନ୍ତି, ଅଧାରୁ ପାଠ ଛାଡ଼ିଥିବା କିଶୋରୀମାନଙ୍କୁ ପୁନଶ୍ଚ ସ୍କୁଲ୍‌ ପ୍ରେରଣ କରୁଛନ୍ତି ଓ ଲିଙ୍ଗଗତ ବିଭେଦତା କମ୍‌ କରିବା ପାଇଁ ଚମତ୍କାର ପଦକ୍ଷେପମାନ ନେଉଛନ୍ତି।
ଅପପୁଷ୍ଟି ଚକ୍ରକୁ ଭାଙ୍ଗିବା ପାଇଁ କିଶୋରୀ ବୟସ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା। କିଶୋରୀ ଅବସ୍ଥାରେ ଠିକ୍‌ ଭାବେ ପଦକ୍ଷେପ ନିଆଗଲେ ଅପପୁଷ୍ଟିକୁ ପରାସ୍ତ କରିବା ସହଜ ହେବ। ସମାଜରେ ଲିଙ୍ଗଗତ ବିଭେଦତାକୁ କମ୍‌ କରିବାକୁ ହେଲେ ଆମକୁ କିଶୋରୀ ଅବସ୍ଥାରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏବେ ସମୟ ଆସିଛି, କିଶୋରୀମାନଙ୍କ ମଧ୍ୟରେ ଥିବା ପ୍ରଚଣ୍ଡ ସାମର୍ଥ୍ୟକୁ ସେମାନଙ୍କର ତଥା ସମାଜର ବିକାଶ ପାଇଁ କାମରେ ଲଗେଇବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri