ସିବିଆଇରେ ଅଧିକ ନିଯୁକ୍ତି

Dillip Cherian

ସରକାର ଶେଷରେ ଭାରତର ପ୍ରମୁଖ ଗୋଇନ୍ଦା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସର୍ବନିମ୍ନ ୫ ବର୍ଷ ସେବା କରିଥିବା ଅଧିକାରୀମାନେ ଏବେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ ଓ୍ବିଙ୍ଗ( ଆର୍‌ଆଣ୍ଡଏଡବ୍ଲ୍ୟୁ), ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି), ନ୍ୟାଶନାଲ ଇଣ୍ଟେଲିଜେନ୍ସ ଏଜେନ୍ସି(ଏନ୍‌ଆଇଏ)ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ରେ ପ୍ରବେଶ ପାଇଁ ଯୋଗ୍ୟ ହେବେ। ସିବିଆଇକୁ ବାଦ୍‌ ଦେଲେ ପୂର୍ବରୁ ଅନ୍ୟସବୁ ସଂସ୍ଥାରେ ଏହି ମାନଦଣ୍ଡ ଲାଗୁ କରାଯାଇଥିଲା। ଏହି ନୀତି ସିବିଆଇରେ ପ୍ରବେଶ ଲାଗି ଏସ୍‌ପି ର଼୍ୟାଙ୍କ ଅଧିକାରୀମାନଙ୍କ ପାଇଁ ପଥ ଉନ୍ମୁକ୍ତ କରିଛି। ସିବିଆଇରେ ଲଗାତର ଅଧିକାରୀଙ୍କ ଅଭାବ ତାହାର କାର୍ଯ୍ୟଦକ୍ଷତାରେ ବହୁ ବାଧା ସୃଷ୍ଟିକରିଛି। ଚଳିତ ମାସ ସୁଦ୍ଧା ୭୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୪୨ଟି ଏସ୍‌ପି ସ୍ତରୀୟ ପଦବୀ ଖାଲିଥିଲା। ସମସ୍ତ ୧୭ଟି ସଂସ୍ଥା ମଧ୍ୟରେ ଏହା ହେଉଛି ସର୍ବୋଚ୍ଚ ପଦବୀ ହାର। ଏହାପରେ ଆଇବିରେ ସମାନ ପଦବୀରେ ୩୨ଟି ଖାଲି ରହିଛି। ଏସ୍‌ପି ସ୍ତରର ଅଧିକାରୀମାନେ ମାମଲା ତଦାରଖ କରନ୍ତି ଏବଂ ସିଧାସଳଖ ଜଡ଼ିତ ହେଉଥିବାରୁ ଅନୁସନ୍ଧାନରେ ସେମାନଙ୍କର ସର୍ବାଧିକ ଗୁରୁତ୍ୱ ରହିଛି। ହେଲେ ସିବିଆଇ ହାଇ ପ୍ରୋଫାଇଲ ମାମଲା ପରିଚାଳନା କରୁଥିବାରୁ ଏସ୍‌ପି ସ୍ତରରେ ଖାଲିଥିବା ପଦବୀଗୁଡ଼ିକ ଏଜେନ୍ସିର ଦୁର୍ନୀତି ନିବାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଆସୁଛି। ଆଇବି ସେହିପରି ଆଇଜି, ଏଡିଜି ଏବଂ ଡିଜି ର଼୍ୟାଙ୍କ୍‌କୁ ସାମିଲ କରି ଏହାର କ୍ୟାଡରକୁ ସମ୍ପ୍ରସାରିତ କରିଛି। ପୂର୍ବରୁ ଏହା ଏସ୍‌ପି ଓ ଡିଆଇଜି ର଼୍ୟାଙ୍କ୍‌ରେ ସୀମିତ ଥିଲା। ଏହି ନବୀକରଣ ନୀତି ମଧ୍ୟ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ନିଯୁକ୍ତି ଚୟନର ପରିବର୍ତ୍ତନକୁ ପ୍ରତିଫଳିତ କରେ। ପ୍ରତ୍ୟେକ ରାଜ୍ୟ ଏକ କେନ୍ଦ୍ରୀୟ ଡେପୁଟେଶନ କୋଟା ନିର୍ଦ୍ଦିିଷ୍ଟ କରେ, ଯାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପାଇଁ ତାଲିମପ୍ରାପ୍ତ ଏବଂ ଅଭିଜ୍ଞ ଅଧିକାରୀମାନଙ୍କୁ ଯୋଗାଇବା ସକାଶେ ଅତିରିକ୍ତ ନିଯୁକ୍ତି ଆବଶ୍ୟକ କରେ।
ଅଧିକାରୀ ହେବେ ରଥ ପ୍ରଭାରୀ
ଆସନ୍ତା ମାସରୁ ଆୟକର, କଷ୍ଟମ୍ସ, କେନ୍ଦ୍ରୀୟ ଏକ୍ସାଇଜ, ଅଡିଟ ଏବଂ ଆକାଉଣ୍ଟ, ଜଙ୍ଗଲ, ଡାକ, ଟେଲିକମ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହିତ ଏକ ଡଜନ ସହଯୋଗୀ କେନ୍ଦ୍ର ସରକାରୀ ସେବାର ଅଧିକାରୀମାନେ ‘ରଥ ପ୍ରଭାରୀ’ ବା ସ୍ବତନ୍ତ୍ର ଅଧିକାରୀ ଭାବରେ ଏକ ନିଆରା ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଦେଶବ୍ୟାପୀ ଯାତ୍ରା ଚାଲିବ। ଗତ ନଅ ବର୍ଷ ମଧ୍ୟରେ ମୋଦି ସରକାରଙ୍କ କୃତିତ୍ୱ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ନେଇ ସ୍ବତନ୍ତ୍ର ସଜ୍ଜିତ ରଥରେ ଏହି ଯାତ୍ରା ପ୍ରାୟ ୨.୬୯ ଲକ୍ଷ ଗ୍ରାମପଞ୍ଚାୟତ ଭ୍ରମଣ କରିବ। ୨୦୧୪ରୁ ମୋଦି ସରକାର ତାଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଜଣାଇବା ଲାଗି ଅମଲାତନ୍ତ୍ରୀମାନଙ୍କୁ ସ୍ଥିର କରିଛନ୍ତି। ଏହା ହେଉଛି ପ୍ରଥମ ଉଦାହରଣ, ଯେଉଁଥିରେ ଆଲାଏଡ ସର୍ଭିସରୁ ବହୁ ସଂଖ୍ୟକ ଅଧିକାରୀଙ୍କୁ ସରକାରଙ୍କ ସଫଳତାକୁ ସାମ୍ନାକୁ ଆଣିବା ଲାଗି ସଂଗଠିତ କରାଯାଇଛି। ବିକାଶ ସଙ୍କଳ୍ପ ଯାତ୍ରା ନାମକ ଏହି ଅଭିଯାନରେ ବିଭିନ୍ନ ଆଲାଏଡ୍‌ ସର୍ଭିସରୁ ମୋଟ ୧୭୦ ବାବୁ ଅଂଶଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ। ବିରୋଧୀ ଦଳଗୁଡ଼ିକ ଏହି ନିଷ୍ପତ୍ତିକୁ ସନ୍ଦେହରେ ଗ୍ରହଣ କରୁଛନ୍ତି ଏବଂ ରାଜନୈତିକ ପ୍ରଚାର ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଉପରେ ପ୍ରଶ୍ନ କରିଛନ୍ତି। ସମାଲୋଚକମାନେ ମତ ଦିଅନ୍ତି ଯେ, ବ୍ୟୁରୋକ୍ରାଟ୍‌ମାନଙ୍କୁ ରଥ ପ୍ରଭାରୀ ଭାବରେ ନିୟୋଜିତ କରିବା ଭୋଟରଙ୍କୁ ଅତ୍ୟଧିକ ପ୍ରଭାବିତ କରିବ। ଇଣ୍ଡିଆ ମେଣ୍ଟର ନେତାମାନେ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କେତେଜଣ ପୂର୍ବତନ ବାବୁଙ୍କ ସମେତ ବିଶେଷଜ୍ଞମାନେ ସ୍ବଚ୍ଛତା, ନୈତିକ ଶାସନ ଏବଂ ଲୋକଙ୍କ ଧାରଣାକୁ ନେଇ ଏହି ନିଷ୍ପତ୍ତିର ଗମ୍ଭୀର ନିହିତାର୍ଥକୁ ଦର୍ଶାଇ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ସମୀକ୍ଷା ଚାଲିବ ଏବଂ ଏହା ବିତର୍କର ବିଷୟ ହୋଇ ରହିବ।
ଜି୨୦ ଘୋଷଣାର କାର୍ଯ୍ୟାନ୍ବୟନ
ଜି୨୦ର ବହୁଆଡ଼ମ୍ବର ତଥା ଆକର୍ଷଣୀୟ କାର୍ଯ୍ୟକ୍ରମ ସ୍ମୃତିପଟରୁ କ୍ଷୀଣ ହୋଇ ଆସୁଥିବାବେଳେ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ଅଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି.କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକ କରି ଦିଲ୍ଲୀରେ ଜି୨୦ ନେତାଙ୍କ ଘୋଷଣାନାମାକୁ ବାସ୍ତବ କାର୍ଯ୍ୟରେ ପରିଣତ କରିବା ଲଗି ସମୀକ୍ଷା କରିଛନ୍ତି। ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି୨୦ର ପଥ ପ୍ରଦର୍ଶକ, ଜି୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅର୍ଥନୈତିକ ବ୍ୟାପାର ବିଭାଗ (ଡିଇଏ) ର ବରିଷ୍ଠ ଅଧିକାରୀମାନେ ଥିଲେ। ସୂଚନାନୁସାରେ ଦୃଢ଼, ସ୍ଥାୟୀ, ସନ୍ତୁଳିତ ତଥା ସମ୍ମିଳିତ ଅଭିବୃଦ୍ଧିଠାରୁ ଆରମ୍ଭ କରି ଆତଙ୍କବାଦ ତଥା ମନି ଲଣ୍ଡରିଂ ବିରୋଧୀ ବିଷୟ ଉପରେ ସାତୋଟି ୱେବିନାର୍‌ ବା ଅନ୍‌ଲାଇନ ସେମିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ୱେବିନାର୍‌ଗୁଡ଼ିକ ସମ୍ପୃକ୍ତ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେବ। ଏହାର ଲକ୍ଷ୍ୟ ହେଉଛି ନୂଆଦିଲ୍ଲୀ ନେତାଙ୍କ ଘୋଷଣାର ଫଳପ୍ରଦ କାର୍ଯ୍ୟାନ୍ବୟନ ପାଇଁ କ୍ଷେତ୍ର ବିଶେଷଜ୍ଞଙ୍କ ଠାରୁ ଅନ୍ତର୍ନିହିତ ସୂଚନା ଆଣିବା ଏବଂ କାର୍ଯ୍ୟକାରୀ ପ୍ରକ୍ରିୟା ଜାରି ରହିଛି ବୋଲି ନିଶ୍ଚତ କରିବାକୁ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ପଦ୍ଧତି ସ୍ଥାପନ କରିବା। ଆଗାମୀ ଜି୨୦ ଭର୍ଚୁଆଲ ଶିଖର ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରସ୍ତାବିତ ଏକ ପଦକ୍ଷେପ ବା ଯୋଜନା ବୋଲି ଡ. ମିଶ୍ର କହିଥିଲେ। ତେବେ ଏବକାର ସରକାର ଆଗାମୀ ନିର୍ବାଚନ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଶାସନ ପ୍ରସଙ୍ଗରେ କେତେ ସମୟ ଉତ୍ସର୍ଗ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri