କିରୋସିନ କୋଟା: ଅଗଷ୍ଟରୁ କଟିବ ୨୩%, ଫାଇଦା ଉଠାଇବେ କଳାବଜାରକାରୀ

କଟକ ଅଫିସ, ୯।୭: କଟକରେ କିରୋସିନ ଲିଟର ୧୦୦ ଟଙ୍କା। ଚୋରାରେ ବିକ୍ରି କରୁଥିବା ତେଜରାତି ଦୋକାନୀମାନେ କିରୋସିନ ଦେବା ପାଇଁ ଆଗରୁ ଅଗ୍ରିମ ନେଉଛନ୍ତି। ତେଜରାତି ଦୋକାନକୁ ଏହି ତେଲ କେଉଁଠୁ ଆସୁଛି, ତାହାକୁ ନେଇ ଲୋକେ ମଧ୍ୟ ଅନ୍ଧାରରେ ଅଛନ୍ତି। କଟକ ସହର ଓ ଜିଲାର ଗ୍ରାମାଞ୍ଚଳରେ ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ଏବେ ଅଗଷ୍ଟ ମାସ କୋଟାରୁ କେନ୍ଦ୍ର ସରକାର ୨୩% କିରୋସିନ କାଟିଥିବା ଜଣାପଡ଼ିଛି। ୨୩% କିରୋସିନ କଟାଯିବା ପରେ କଳାବଜାରକାରୀଙ୍କ ପାଇଁ ଆହୁରି ସୁବର୍ଣ୍ଣ ସୁଯୋଗ ଆଣିବ। ଏଣିକି କିରୋସିନ ଲିଟର ୧୫୦ ଟଙ୍କା ହେବ ବୋଲି ଲୋକେ ଆଶଙ୍କା କରିଛନ୍ତି।
ଖୋଲା ବଜାରରେ କିରୋସିନ ମୂଲ୍ୟ ଚଢ଼ା ରହିଥିବାବେଳେ ୨୦୧୭ରୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଥରୁଟିଏ ମଧ୍ୟ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମ କରାଯାଇନାହିଁ। ଏନ୍‌ଫୋର୍ସମେଣ୍ଟ ବନ୍ଦ ହେବା ପଛରେ ଜିଲା ଯୋଗାଣ ବିଭାଗର ଅଧିକାରୀମାନଙ୍କ ଯୁକ୍ତି ଅଜବ ରହିଛି। ଜିଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ କହିବା ଅନୁଯାୟୀ, ଆଧାର ଲିଙ୍କ୍‌ ହେବା ପରେ ଆଉ କଳାବଜାରର ପ୍ରଶ୍ନ କେଉଁଠୁ ଆସିବ। ତେବେ ଖୋଲାବଜାରରେ ଯେଉଁ ୧୦୦ ଟଙ୍କା ଦରରେ କିରୋସିନ ବିକ୍ରି କରାଯାଉଛି, ତାହା କେଉଁଠୁ ଆସୁଛି ବୋଲି ପଚାରିବାରୁ ହୁଏତ କାର୍ଡଧାରୀମାନେ ବିକ୍ରି କରିଦେଉଥିବେ ବୋଲି ମିଶ୍ର କହିଛନ୍ତି। କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଅଲଗା। କିରୋସିନରୁ ମିଳୁଥିବା ଟଙ୍କାକୁ ତଳୁ ଉପର ପର୍ଯ୍ୟନ୍ତ ବାଣ୍ଟକୁଣ୍ଟ କରାଯାଉଛି। ରିଟେଲର ପଏଣ୍ଟକୁ କେବେ କିରୋସିନ ଆସୁଛି ତାହା କାର୍ଡଧାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ବାହାରୁ କିରୋସିନ ଆସିଥିବା କଥା ଶୁଣି କାର୍ଡଧାରୀମାନେ ରିଟେଲରଙ୍କ ପାଖକୁ ଯିବା ପରେ ତେଲ ସରିଗଲାଣି ବୋଲି ଉତ୍ତର ମିଳୁଛି। କଟକ ସହରର ବସ୍ତିବାସିନ୍ଦାମାନେ ମହମବତି ଓ ଜଡ଼ାତେଲ ପ୍ରସ୍ତୁତ ଦୀପରେ ଜୀବନ ବିତାଉଥିବାବେଳେ କିରୋସିନ କେବଳ କଳାବଜାରକାରୀଙ୍କ ପାଇଁ ଆସିଥିବା ବସ୍ତିନେତା ବୃନ୍ଦାବନ ଦାସ ଆଜାଦ କହିଛନ୍ତି।
କଟକ ଜିଲାକୁ ପ୍ରତି ମାସରେ ୧୧ ଲକ୍ଷ ୩୩ହଜାର ୨୯୬ ଲିଟର କିରୋସିନ ଯୋଗାଣ ହେଉଛି। ଜିଲାର ୪ ଲକ୍ଷ ୭୨ହଜାର ୨୦୭ ପରିବାରର ୧୭ ଲକ୍ଷ ୮୩ହଜାର ୯୯ ଜଣ ଲୋକଙ୍କ ପାଇଁ ଏହି କିରୋସିନ ଯୋଗାଇ ଦିଆଯାଉଛି। ସରକାରୀ ନିୟମ ଅନୁଯାୟୀ କାର୍ଡ ପିଛା ୨ ଲିଟର ୪୦୦ ମିଲିଲିଟର କିରୋସିନ ଦେବାର ବ୍ୟବସ୍ଥା ରହିଛି। ମାତ୍ର ପ୍ରକୃତପକ୍ଷେ ଲୋକଙ୍କୁ କେଉଁଠି ୨ ଲିଟର ତ କେଉଁଠି ଦେଢ ଲିଟର ଦେଲ ଦିଆଯାଉଛି। ଗୋଟେପଟେ ଲୋକଙ୍କ କୋଟାରୁ ରିଟେଲରମାନେ କାଟି ରଖୁଥିବାବେଳେ ଅନ୍ୟପଟେ ଲୋକଙ୍କୁ ଆଦୌ ନ ଜଣାଇ ସେମାନଙ୍କ କିରୋସିନକୁ କଳାବଜାରରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି। କିଛିଦିନ ତଳେ ମାହାଙ୍ଗା ବ୍ଲକରେ କିରୋସିନ ବିକ୍ରିକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଲୋକଙ୍କ ପାଇଁ ଆସିଥିବା ଗୋଟିଏ ମାସର କୋଟାକୁ ସିଧା ବିକ୍ରି କରାଯିବା ନେଇ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ପ୍ରତିବାଦ କରିଥିଲେ। ଏହା ପରେ କିରୋସିନ କେଳେଙ୍କାରୀର ଖୋଳତାଡ଼ ହୋଇଥିଲା। ମାତ୍ର ଏହାର ଫଳ ଯୋଗାଣ ବିଭାଗ ଅଫିସ ଭିତରେ ସୀମିତ ରହିଥିଲା।
ଏବେ ଓଡ଼ିଶା ଅଗଷ୍ଟ ମାସରୁ ୨୩% କମ୍‌ କିରୋସିନ ପାଇବ। ଏପରିସ୍ଥଳେ କଟକରେ ୧୧ ଲକ୍ଷ ୩୩ହଜାର ୨୯୬ ଲିଟର ବଦଳରେ ପ୍ରାୟ ୮ ଲକ୍ଷ ଲିଟର କିରୋସିନ ମିଳିବ। ଏହାର ଭରପୂର ଫାଇଦା କଳାବଜାରକାରୀମାନେ ଉଠାଇବେ ବୋଲି ସାମାଜିକ କର୍ମୀ ପ୍ରଦୀପ ସାମଲ କହିଛନ୍ତି।
ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କୁହନ୍ତି, କିରୋସିନ କଳାବଜାର ହେଉଥିବା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯେଉଁଠି ଯୋଗାଣ ସାମଗ୍ରୀ ବଣ୍ଟନରେ ବିଭ୍ରାଟ ଉପୁଜୁଛି, ସେଠାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri