Posted inଫୁରସତ

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି  ନେବା ପୂର୍ବରୁ  ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ…

ଆଜିକାଲି କେବଳ ଟଙ୍କା ପଇସା କାରବାର ନୁହେଁ। ସଞ୍ଚୟ କରିବାର ଅନ୍ୟତମ ମାଧ୍ୟମ ହେଲା ବ୍ୟାଙ୍କ। ଏବେ କେବଳ ଜାତୀୟ ସ୍ବୀକୃତିପ୍ରାପ୍ତ ନୁହେଁ, ଅନେକ ବେସରକାରୀ ବ୍ୟାଙ୍କରେ ଟଙ୍କା ଦେଣନେଣ କରିହେଉଛି। ଆକାଉଣ୍ଟ ଖୋଲିବା ସମୟରେ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଆବଶ୍ୟକ କାଗଜପତ୍ର ଦେବାକୁ ପଡିଥାଏ। ସମସ୍ତ ସର୍ତ୍ତ ପୂରଣ ପରେ ସେହି ବ୍ୟାଙ୍କରେ ଆକାଉଣ୍ଟ ଖୋଲଯାଏ। ଠିକ୍‌ ସେହିପରି ଯେତେବେଳେ ଆପଣ ନିଜ ଆକାଉଣ୍ଟ ବନ୍ଦ କରିବାକୁ ଚାହୁଁଛନ୍ତି ସେପରି କେତେକ ନିୟମ ପାଳନ କରିବାକୁ ପଡେ। କୌଣସି ବି ଖାତା ଅନ୍‌ଲାଇନ୍‌ କ୍ଲୋଜ ହୁଏ ନାହିଁ। ଖାତା ବନ୍ଦ କରିବାକୁ ହେଲେ ଆପଣଙ୍କ ନିକଟତମ ବ୍ୟାଙ୍କ ଯିବାକୁ ପଡିଥାଏ। ଯଦି ଆପଣଙ୍କ ଡରମାଟ୍‌ ଆକାଉଣ୍ଟ ଥାଏ ତେବେ ତାକୁ ବନ୍ଦ କରିବାକୁ ହେଲେ ପ୍ରଥମେ ତାକୁ ଚାଲୁ କରିବାକୁ ପଡିଥାଏ। ଡରମାଟ୍‌ ଆକାଉଣ୍ଟ ଆମେ ତାକୁ କହିବା ଯେଉଁ ଆକାଉଣ୍ଟରେ ଦୁଇବର୍ଷ ହେବ କିଛି ନେଣଦେଣ(ଟ୍ରାଞ୍ଜାକ୍‌ଶନ୍‌) ହୋଇ ନ ଥିବ। ଡରମାଟ ଆକାଉଣ୍ଟ ବନ୍ଦ କରିବାକୁ ହେଲେ ବି ବ୍ୟାଙ୍କରେ ଫର୍ମ ପୂରଣ କରିବାକୁ ପଡିଥାଏ। ଖାତାକୁ ବନ୍ଦ କରିବା ପୂର୍ବରୁ ଦେଖିବାକୁ ପଡିଥାଏ ଯେ ଏଥିରେ ବୀମା ପଲିସି, କ୍ରେଡିଟ୍‌ କାର୍ଡ ପେମେଣ୍ଟ, ଡିମାଟ୍‌ ଓ ଟ୍ରେଡିଂ ଆକାଉଣ୍ଟ, ଲୋନ୍‌ ଓ ସେଭିଂ ଆକାଉଣ୍ଟ ଆଦି କିଛି ଲିଙ୍କ ନାହିଁ ତ ? ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ସହ ଏସବୁକୁ ଲିଙ୍କ କରିଥାନ୍ତି। ଯଦି ଆପଣଙ୍କ ଜଏଣ୍ଟ ଆକାଉଣ୍ଟ ଥାଏ ତେବେ ଖାତା ବନ୍ଦ କିରବାକୁ ହେଲେ ଦୁଇଜଣ ଖାତାଧାରୀଙ୍କୁ ବ୍ୟାଙ୍କରେ ଉପସ୍ଥିତ ରହିବା ଜରୁରୀ। କିନ୍ତୁ କେତେକ ବ୍ୟାଙ୍କରେ ଖାତାଧାରୀ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌(ଏନ୍‌ଓସି) ଦେଇ ନିଜର ଆକାଉଣ୍ଟ ବନ୍ଦ କରି ପାରିବେ।
ଆକାଉଣ୍ଟ ବନ୍ଦ କରିବାକୁ ହେଲେ ଆପଣାନ୍ତୁ ଏହି ପ୍ରକ୍ରିୟା
-ଆପଣ ଯେଉଁ ଖାତା ବନ୍ଦକରିବାକୁ ଯୋଜନା କରୁଛନ୍ତି , ଯଦି ସେଥିରେ କିଛି ଜମାରାଶି ଅଛି ତାକୁ ଖାତାରୁ ଉଠାଇ ପାରିବେ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିପାରିବେ। ଏହି ରାଶିକୁ ମଧ୍ୟ ଡିମାଣ୍ଡ ଡ୍ରାଫ୍ଟ କରି ମଧ୍ୟ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତରିତ କରିପାରିବେ।
-ଟ୍ରାନ୍ସଫର କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆକାଉଣ୍ଟର ଲାଷ୍ଟ ଟ୍ରାଞ୍ଜାକଶନ୍‌ର ଷ୍ଟେଟମେଣ୍ଟ ନିଜ ପାଖରେ ନିଶ୍ଚିତ ରଖନ୍ତୁ।
-ଏହାପରେ ଆକଉଣ୍ଟ କ୍ଲୋଜର ଫର୍ମ ପୂରଣ କରନ୍ତୁ। ବ୍ୟାଙ୍କ କର୍ମଚାରୀଙ୍କ ପାଖକୁ ଯାଇ ଫର୍ମ ଡିପୋଜିଟ୍‌ କରନ୍ତୁ। ବ୍ୟାଙ୍କ କ୍ଲୋଜର ଫର୍ମ ଭରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବନି। ଏହି ଫର୍ମ ମଧ୍ୟ ଆପଣଙ୍କ ବ୍ୟାଙ୍କର ଓ୍ବେବ୍‌ସାଇଟ୍‌୍‌କୁ ଯାଇ ଡାଉନ୍‌ଲୋଡ୍‌ କରିବାକୁ ହେବ।
-ଆପଣଙ୍କୁ ଖାତା ବନ୍ଦ କରିବାକୁ ହେଲେ ଅତିକମ୍‌ରେ ଗୋଟିଏ କାରଣ ଦର୍ଶାଇବାକୁ ପଡିବ।
-ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର କ୍ରେଡିଟ୍‌ କାର୍ଡ ପେମେଣ୍ଟ , ଡିମାଟ୍‌ ଓ ଟ୍ରେଡିଙ୍ଗ ଆକାଉଣ୍ଟ,ବୀମା,ଲୋନ ଆଦିରେ ଲିଙ୍କ ଥାଏ ତେବେ ପ୍ରଥମେ ନିଜର ଅଲଗା ଆକାଉଣ୍ଟକୁ ଏସବୁକୁ ଲିଙ୍କ କରି ଦିଅନ୍ତୁ। କାରଣ ଆକାଉଣ୍ଟ ବନ୍ଦ କରିବା ସମୟରେ ଡିଲିଙ୍କିଙ୍ଗ ଫର୍ମ ପୂରଣ କରିବାକୁ ପଡିଥାଏ।
-ଏହା ପରେ ବ୍ୟାଙ୍କ ଅଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ କରିବାର ଆପ୍ଲିକେଶନ୍‌ ଓ ସେଲ୍‌ଫ ଆଟେଷ୍ଟେଡ୍‌ କିମ୍ବା ନିଜ ସାଇନ୍‌ ହୋଇଥିବା ଲେଟର ବ୍ୟାଙ୍କରେ ଜମା କରିବାକୁ ପଡ଼ିଥାଏ।
-ଏସବୁ ପରେ ଆପଣଙ୍କୁ ଚେକ୍‌ବୁକ୍‌,ଏଟିଏମ୍‌କାର୍ଡ,କ୍ରେଡିଟ୍‌ କାର୍ଡ ଆଦି ବ୍ୟାଙ୍କ୍‌କୁ ଫେରାଇବାକୁ ପଡ଼ିଥାଏ।
-ଏହାପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଖାତା ସହ ଜଡିତ କୌଣସି ଟ୍ୟାକ୍ସ ପେଣ୍ଡିଂ ହୋଇଥାଏ ତାକୁ ଯାଞ୍ଚ କରିବାକୁ ପଡ଼େ। କୌଣସି ବି ଜରିମାନା, ବାକି କିମ୍ବା ଭାଲ୍ୟୁ ଆଡେଡ୍‌ ସର୍ଭିସ ଦେବାକୁ ଥାଏ ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ଚାର୍ଜ କରିଥାଏ।
-କିଛି ପ୍ରାଇଭେଟ୍‌ ବ୍ୟାଙ୍କ ରହିଛି , ଖାତା ବନ୍ଦ କରିବାର ଚାର୍ଜ ନେଇଥାନ୍ତି। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା- ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ୧୪ଦିନ ଭିତରେ ଆକାଉଣ୍ଟ କ୍ଲୋଜ କରୁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ଚାର୍ଜ ନେବ ନାହିଁ। ଯଦି ଆପଣ ୧୪ଦିନରୁ ଅଧିକ ଏକବର୍ଷ ମଧ୍ୟରେ ଆକାଉଣ୍ଟ ବନ୍ଦ କରି ଦେଉଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କ୍ଲୋଜର ଚାର୍ଜ ନେଇପାରିବ।
-ଶେଷରେ ବ୍ୟାଙ୍କ ଅଧିକାରୀ ଆକନଲେଜ୍‌ମେଣ୍ଟର ଗୋଟିଏ କପି ଦେବେ ଓ ୧୦ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ।
-ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ବ୍ୟାଙ୍କ ରେଜିଷ୍ଟର୍ଡ ଇମେଲ୍‌ ଆଇଡି ସହିତ ମୋବାଇଲକୁ ମଧ୍ୟ ଏସ୍‌ଏମ୍‌ଏସ୍‌ ଆସିଯିବ ଯେ ଆପଣଙ୍କ ଆକାଉଣ୍ଟ କ୍ଲୋଜ ହୋଇଗଲା।
କାହିଁକି ଜରୁରୀ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ କରିବା….
-ଆଜିକାଲିର ଯୁବପିଢ଼ି କ୍ରେଡିଟକାର୍ଡ, ସ୍ବାର୍ଟକାର୍ଡ, ଭିଜାକାର୍ଡ ଆଦି ଚକ୍କରରେ ଅନେକ ବ୍ୟାଙ୍କରେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଦିଅନ୍ତି କିମ୍ବା ପୁଣି ବାରମ୍ବାର ଚାକିରି ବଦଳିବା କାରଣରୁ ତାଙ୍କୁ କମ୍ପାନୀ ଦ୍ୱାରା ଅଲଗା ଅଲଗା ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଖୋଲିବାକୁ ପଡିଥାଏ। ଯେଉଁକାରଣରୁ ସେମାନଙ୍କ ପାଖରେ ମଲ୍‌ଟିପଲ ସେଭିଂ ଆକାଉଣ୍ଟ ହୋଇଯାଏ। ମଲ୍‌ଟିପଲ ସେଭିଂ ଆକାଉଣ୍ଟ ରଖିବା ଦ୍ୱାରା ଫାଇଦା କମ୍‌ କ୍ଷତି ଅଧିକ ହୋଇଥାଏ। ଅର୍ଥାତ୍‌ ଏତେ ବ୍ୟାଙ୍କ ଆକାଉଣ୍ଟ ରଖିବା ବଦଳରେ ତାକୁ ବନ୍ଦ କରିଦେବା ଠିକ୍‌ ହେବ। କାହିଁକି ନା ବ୍ୟାଙ୍କ ଆକାଉଣ୍ଟ ଯେତେକମ୍‌ ହେବ, ତାକୁ ମେଣ୍ଟେନ୍‌ କରିବା ଓ ତା’ ଉପରେ ନଜର ରଖିବା ସହଜ ହେବ।
-ସେଭିଂ ଆକାଉଣ୍ଟ ହେବା ଦ୍ୱାରା କେତେ ପ୍ରକାର ଶୁଳ୍କ ଦେବାକୁ ପଡିଥାଏ। ଯେମିତିକି ଡେବିଟ୍‌ କାର୍ଡ,ଏସ୍‌ଏମ୍‌ଏସ୍‌ ଚାର୍ଜ,ଏଟିଏମ୍‌ ଉପଯୋଗ ଚାର୍ଜ ଆଦି ଦେବାକୁ ହେବ। ମଲ୍‌ଟିପଲ୍‌ ଆକାଉଣ୍ଟ ହେବା ଦ୍ୱାରା ବିନା କାରଣରେ ଏହାର ଶୁଳ୍କ ଦେବାକୁ ପଡିଥାଏ। ଏହାଠୁ ଭଲ ହେବ ଅତିରିକ୍ତ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିଦିଅନ୍ତୁ।
-ଅଧିକ ବ୍ୟାଙ୍କ ଆକାଉଣ୍ଟ ହେବା କାରଣରୁ ଆପଣଙ୍କୁ ସେଥିରେ ମିନିମମ୍‌ ବାଲାନ୍ସ ରଖିବା ଜରୁରୀ। ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ ନ କରିବା ଫଳରେ ବ୍ୟାଙ୍କ ଦ୍ୱାରା ଲଗାଯାଇଥିବା ପେନାଲ୍‌ଟି ଆପଣଙ୍କୁ ଭରିବାକୁ ପଡିପାରେ।
-ସେଭିଂସ୍‌ ବ୍ୟାଙ୍କ ଆକାଉଣ୍ଟରେ ବହୁତ କମ୍‌ ସୁଧ ମିଳିଥାଏ। ଏହା ବଦଳରେ ସେଭିଂ ଜମାରାଶିକୁ ଫିକ୍ସଡ୍‌ ଡିପୋଜିଟ୍‌,ମ୍ୟୁଚୁଆଲ୍‌ ଫଣ୍ଡ କିମ୍ବା ଡିମାଟ୍‌ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିବ। -ମହାଶ୍ୱେତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri