କିଡ୍‌ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି

ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ ହେଉଛି। ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଦୂରର କଥା ଏହି ରୋଗ କାହିଁକି ବ୍ୟାପୁଛି ତାହାର କାରଣ ମଧ୍ୟ ଜଣାପଡିନି । ପି. ଲକ୍ଷ୍ମୀପୁର ଏବଂ ଏହାର ଆଖପାଖ ଅଞ୍ଚଳରେ କିଡ଼ନୀ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହୋଇଆସୁଥିବାରୁ ଗତ ମାସରେ ଏକ ମେଡିକାଲ ଟିମ୍‌ ଯାଇ ତଦନ୍ତ କରିଥିଲେ । ହେଲେ ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ପଡ଼ି ନ ଥିଲା। ଅଞ୍ଚଳରେ ବିଶୁଦ୍ଧ ପାଣି ମିଳୁ ନ ଥିବା ପି ଲକ୍ଷ୍ମୀପୁରର ମୁତ୍ୟାଲମ୍ମା ଗାଁ କମିଟି ପକ୍ଷରୁ ଅଭିଯୋଗ ହୋଇଛି । ସୋମବାର ଗାଁ କମିଟି କର୍ମକର୍ତ୍ତା ଛତ୍ରପୁର ଆସି ଏ ସମ୍ପର୍କରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଋଷିକୁଲ୍ୟା ନଦୀରୁ ପାଇପ୍‌ ଯୋଗେ ଜଳ ଯୋଗାଣ ସହ କିଡନୀ ଆକ୍ରାନ୍ତମାନଙ୍କ ଚିକିସତ୍ା ପାଇଁ ଗାଁ କମିଟି ପକ୍ଷରୁ ଦାବି ହୋଇଛି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ପି.ଲକ୍ଷ୍ମୀପୁର ଗାଁର ଗୌରାଙ୍ଗ ସାହୁ, ସୁରେନ୍ଦ୍ର ସାହୁ, ମୁତ୍ୟାଲା ସାହୁ, କ୍ଷୀର ସାହୁ, ଭଗବାନ ସାହୁ, ଏମ୍‌ ଆପନ୍ନା ଓ ଏମ୍‌ ବୁଦାମ୍ମାଙ୍କ ମୃତ୍ୟୁ ଘଟିଛି ବୋଲି ଗାଁ କମିଟି ପକ୍ଷରୁ କୁହାଯାଇଛି। ସେହିପରି ହରେକୃଷ୍ଣ ସେଠୀ, ବିଜୟଲକ୍ଷ୍ମୀ ଦେବୀ, କାଜଲ ସେଠୀ, ଏମ୍‌ ଦମୟନ୍ତୀ, ଏସ୍‌ ଏରାୟା, ଏମ୍‌ ସାବିତ୍ରୀ ଓ ଏମ୍‌ ନାର୍ସାମ୍ମା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିସତ୍ତ ହେଉଥିବା ମଧ୍ୟ କୁହାଯାଇଛି । ଏମାନଙ୍କ ଚିକିସତ୍ା ପାଇଁ ବ୍ୟବସ୍ଥା କରିବାକୁ ଗାଁ କମିଟି ଅନୁରୋଧ କରିଛି । ଗୋପାଳପୁର ଏନଏସିକୁ କାଳିପଲ୍ଳୀ ପଞ୍ଚାୟତ ଦେଇ ଋଷିକୁଲ୍ୟା ନଦୀରୁ ପାଇପ ଯୋଗେ ଜଳଯୋଗାଣ ହେବାର ଯୋଜନା ହୋଇଛି । ଏଣୁ ଉକ୍ତ ପ୍ରକଳ୍ପରୁ ପାଇପ ଯୋଗେ ପି. ଲକ୍ଷ୍ମୀପୁର ଗାଁକୁ ପାଣି ଯୋଗାଇବାକୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri