କାହିଁକି ଦେଖେଇ ହେଉଛେ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଚାଇନାର ଏଭଳି ପରିସ୍ଥିତିରେ ଭାରତ ସହଯୋଗର ହାତ ବଢ଼ାଇଛି। ଏହା ଖୁସିର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ଫେବୃୟାରୀ ୨୦୨୦ରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଚିଠି ଲେଖି ସମସ୍ତ ସହଯୋଗ ଓ ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା କହିଛନ୍ତି। ଏକ ଦେଶ ବିପଦରେ ପଡ଼ିଥିବା ବେଳେ ତାହାକୁ ସାହାଯ୍ୟର ହାତ ବଢ଼ାଇବା ଯେକୌଣସି ରାଷ୍ଟ୍ର ପକ୍ଷେ କରଣୀୟ। କିନ୍ତୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବା ହେଉଛି ବିଜ୍ଞତାର ପରିଚୟ। ଭାରତ ଅଦ୍ୟାବଧି କରୋନା ଭାଇରସ୍‌ କେଉଁଠାରୁ ଆସିଛି ଓ ଏଥିଲାଗି ସମ୍ଭାବ୍ୟ ଔଷଧ କ’ଣ ହୋଇପାରେ ତାହାର କୌଣସି ସନ୍ଧାନ ପାଇନାହିଁ। ସମ୍ଭବତଃ ଭାରତ ସେଭଳି ଗବେଷଣା କରିବାକୁ ସକ୍ଷମ ନୁହେଁ। ଏଠାରେ ଘଟୁଥିବା ମ୍ୟାଲେରିଆ ଓ ଫାଇଲେରିଆ ଭଳି ଜଣାଶୁଣା ରୋଗଠାରୁ ଆରମ୍ଭ କରି ଅନେକ ଅଜଣା ରୋଗର ପ୍ରତିକାର ଦିଗରେ କୌଣସି ଗବେଷଣା କରାଯାଇପାରୁ ନାହିଁ। ମ୍ୟାଲେରିଆ ଭଳି ରୋଗ ପାଇଁ ମିଳୁଥିବା ଔଷଧର ଜନ୍ମ ଭାରତ ମାଟିରେ ଘଟି ନ ଥିଲା। ଏହିସବୁ ଔଷଧ ପ୍ରସ୍ତୁତ କଲା ବେଳେ ବିଦେଶରେ ହୋଇଥିବା ବୈଜ୍ଞାନିକ ଗବେଷଣା ଅନୁଯାୟୀ କରାଯାଇଥାଏ। ଏପରି ସ୍ଥଳେ ଚାଇନାକୁ ଭାରତ କିଭଳି ଓ କେଉଁ ଭାବେ ସହଯୋଗ ଯୋଗାଇ ଦେବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
କରୋନା ଭୂତାଣୁ ସଂକ୍ରାନ୍ତରେ ଚାଇନାକୁ ଭାରତର ସହଯୋଗ ବିଷୟରେ ଚିନ୍ତା କଲା ବେଳେ ଦୁଇଟି ବିଷୟ ଉପରେ ଦୃଷ୍ଟିନିବଦ୍ଧ କରିବା ନିହାତି ଆବଶ୍ୟକ। ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ବଞ୍ଚିବା ଆଶା କ୍ଷୀଣ। ଦ୍ୱିତୀୟରେ ଯେଉଁମାନଙ୍କଠାରେ ଭୂତାଣୁ ଥିବା ଲକ୍ଷ୍ୟ କରାଯାଉଛି, ସେମାନେ ତତ୍‌କ୍ଷଣାତ୍‌ ତାହାର ବାହକ ପାଲଟି ଯାଉଛନ୍ତି। ଏଭଳି ପରିପ୍ରେକ୍ଷୀରେ ଚାଇନାକୁ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗକାରୀଙ୍କୁ ଯଦି ଚାଇନା ପଠାନ୍ତି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବବତ୍‌ ରହିବ ବୋଲି କୌଣସି ନିଶ୍ଚିତତା ନାହିଁ। ଦ୍ୱିତୀୟରେ ସେମାନେ ସେଠାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲାବେଳକୁ କରୋନା ଭାଇରସ୍‌ର ବାହକ ସାଜିପାରନ୍ତି। ଏମିତି ଦେଖିଲେ ଅସଂଖ୍ୟ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଭାରତରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ନ ଥିବା ବେଳେ ଏଭଳି ଅବାସ୍ତବ ସହଯୋଗର ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନିଜକୁ ଏବଂ ଦେଶକୁ ଅଡ଼ୁଆରେ ପକାଉଛନ୍ତି। ବୋଧହୁଏ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଷ୍ଟ୍ର ଚାଇନା ସହ ବାଣିଜ୍ୟ ସମ୍ପର୍କ ମଧ୍ୟ ଛିନ୍ନ କଲେଣି। ଏପରିକି ବିମାନସେବା ଚଳାଚଳ ମଧ୍ୟ ନିଷିଦ୍ଧ କରିଛନ୍ତି। ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଚାଇନା ସହ ଦ୍ରବ୍ୟ ଆମଦାନୀ କିମ୍ବା ରପ୍ତାନି କରିବାକୁ ଅମଙ୍ଗ ହେଲେଣି, ସେଭଳି ସ୍ଥଳେ ଭାରତୀୟ ନେତୃତ୍ୱଙ୍କ ସମବେଦନା କେଉଁ ଆଶାକୁ ଉଜ୍ଜୀବିତ କରୁଛି ବୁଝିବା କଷ୍ଟକର। ଭାରତ ଏବେ ପୃଥିବୀ ସ୍ତରର ନେତା ଭାବେ ନିଜକୁ ପ୍ରଦର୍ଶନ କରିବା ଲାଗି ଚେଷ୍ଟିତ ଥିବା ଭଳି ମନେହୁଏ। କିନ୍ତୁ କଥାରେ ଅଛି- ‘ଆପେ ବଞ୍ଚିଲେ ବାପର ନାଁ’। ଏହାବ୍ୟତୀତ ଏଠାରେ ସ୍ବୀକାରଯୋଗ୍ୟ ଯେ, ଭାରତର ଗବେଷଣା ଓ ବିକାଶ ଦିଗରେ ପ୍ରବଳ ଦୁର୍ବଳତା ଦେଶକୁ ପଛରେ ପକାଇଛି। ଅନ୍ୟପଟେ ଆମେରିକା ଭଳି ରାଷ୍ଟ୍ର, ଯିଏକି ବିଶ୍ୱ ବ୍ୟାପାରରେ ଅଧିକ ମୁଣ୍ଡ ଖେଳାଉଥିଲା, ସେ ଆଜି ‘ଆମେରିକା ଆଗ’ ବା ‘ଆମେରିକା ଫାଷ୍ଟ’ ଚିନ୍ତାଧାରାକୁ ଦୃଢ଼ୀଭୂତ କରୁଛି। କରୋନା ଭଳି ଗମ୍ଭୀର ସ୍ଥିତି ଉପୁଜିଥିବା ବେଳେ ଭାରତ ଲୋକଦେଖାଣିଆ ସଦିଚ୍ଛା ବାର୍ତ୍ତା ବା ଗୁଡ୍‌ଓ୍ବିଲ ମେସେଜ୍‌ରେ ସୀମିତ ରହିବା ଦରକାର। ଏହାଠାରୁ ଅଧିକ ବଳେଇଲେ ବିନା ଦକ୍ଷତାରେ ଦେଖେଇ ହେଲା ଭଳି ମନେହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri