କାହା ପାଇଁ ପୁଣ୍ୟ

ସୁଧାକର ଦାସ
ସକାଳୁ ଚା’ କପ୍‌ ଆଉ ପେପର ଧରି ବସିଥିଲି, ମଝି ମଝିରେ ଗୁଡ୍‌ ମର୍ନିଂ ମେସେଜ୍‌ ଆସୁଥାଏ ହାଟ୍ସଆପ୍‌ରେ। ସ୍ତ୍ରୀ ଆସି ପାଖରେ ବସିଲେ। ଜମା ଖବରକାଗଜ ନ ପଢ଼ି କେବଳ ହେଡ୍‌ଲାଇନ ଉପରେ ଆଖି ପକେଇ ଲଘୁଚାପର ସ୍ଥିତି କ’ଣ, କଶ୍ମୀରରେ ଗଣ୍ଡଗୋଳ ବନ୍ଦ ହେଲାଣି କି ନାହିଁ, କୋର୍ଟ ମିତ୍ର କିଏ ଭଳି ମତେ ପ୍ରଶ୍ନ ପଚାରିବା ତାଙ୍କ ପାଇଁ ଗୋଟେ ସବୁଦିନିଆ କଥା। ସେମିତି ଗୋଟେ କ’ଣ ସେଦିନ ପଚାରିବେ ପଚାରିବେ ହେଉଥିବା ବେଳେ ତାଙ୍କ ଫୋନଟା ରିଙ୍ଗ ହେଲା। ପୁଅ ଫୋନ କରିଛି ହଷ୍ଟେଲରୁ… ଫୋନଟାକୁ ରିସିଭ୍‌ କରି ସ୍ପିକର ଅନ କରି ଥୋଇଦେଲେ ଟି’ପୟ ଉପରେ। ପୁଅ କହିଲା ମାମା, ଆମ କ୍ୟାମ୍ପସରେ ରକ୍ତଦାନ ଶିବିର ଆଜି ହେଉଛି। ମୁଁ ବି ନାଁ ଦେଇଛି, ମୋ ପାଳି ୧୧ଟା ବେଳକୁ ପଡ଼ିବ। ତୁ ପାଗଳ ନା କ’ଣ? ଏତିକି କହି ଫୋନର ସ୍ପିକରଟା ବନ୍ଦ କରିଦେଇ କାନରେ ଲଗେଇ ସ୍ତ୍ରୀ ଉଠିଗଲେ ଶୋଇବା ଘରକୁ। ଶୋଇବା ଘରୁ ଯେତିକି ଶବ୍ଦ ମୋ କାନରେ ପଡୁଥିଲା ସେଥିରୁ ବୁଝିବାରେ ଆଦୌ ଅସୁବିଧା ନ ଥିଲା ଯେ ମୋ ସ୍ତ୍ରୀ ବାରମ୍ବାର ପୁଅକୁ ପ୍ରବର୍ତ୍ତାଉଥିଲେ ରକ୍ତଦାନ ନ କରିବା ପାଇଁ।
ମୁଁ, ମୋ ସ୍ତ୍ରୀ ବୋଲି ବଢ଼େଇ ଚଢ଼େଇ କହୁନି କିନ୍ତୁ ଏହା ସତ୍ୟ ଯେ ଦାନ, ଧର୍ମ, ପୂଜା, ବ୍ରତ, ଓଷା, ଉପବାସ ପାଳନରେ ଯିଏ ତାଙ୍କୁ ଦେଖିଛି, ଜାଣିଛି, ସେ ତାଙ୍କୁ ଶହେକୁ ଶହେ ନମ୍ବର ଦେବ। ବର୍ଷକ ବାରମାସ ମୋ ଘର ମହକୁଥାଏ ଚୁଆ, ଚନ୍ଦନ, ଧୂପ, ଅଗୁରୁ ବାସରେ। ସକାଳଟା ଲାଗୁଥାଏ ପବିତ୍ର ପବିତ୍ର ଆଉ ସଞ୍ଜରେ ଘଣ୍ଟି, ଘଣ୍ଟା, ଶଙ୍ଖର ପାବନ ନିନାଦ। ଯୋଗୀ, ଭିକାରି କେବେ ଦୁଆରୁ ଫେରି ନାହାନ୍ତି କି ସହରଠୁ ନେଇ ଆମ ଗାଁ ଯାଏ, ଏମିତି କୋଉ ମନ୍ଦିର ନାହିଁ ଯୋଉଠିକି ଯାଇ ସେ ଦାନଧର୍ମ ନ କରିଛନ୍ତି। ବର୍ଷକର ସଂକ୍ରାନ୍ତି, ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ, ପର୍ବପର୍ବାଣି ତାଙ୍କ ମୁହେଁ ମୁହେଁ ଥାଏ। ଆଉ ଆକସ୍ମିକ କୌଣସି ସଙ୍କଟ କି ବିପଦ ଆପଦରୁ ମୁଁ କି ମୋ’ ପରିବାର ବର୍ତ୍ତିଗଲେ ମୋତେ ଲାଗେ ବୋଧହୁଏ ମୋ ସ୍ତ୍ରୀଙ୍କ ଧର୍ମବଳରୁ ଆମେ ରକ୍ଷା ପାଇଗଲୁ। ସେଦିନ ଖରାବେଳେ ମୁଁ ଖାଇବସିବା ବେଳେ ସ୍ତ୍ରୀଙ୍କୁ ପଚାରିଲି ଏତେ ଦାନଧର୍ମ କରୁଛ, ରକ୍ତଦାନଠୁ ମହାପୁଣ୍ୟ କାମ କିଛି ଅଛି? ପୁଅକୁ ମନା କଲ କାହିଁକି? ସ୍ତ୍ରୀଙ୍କ ଉତ୍ତର ଥିଲା ଏମିତି… ଏତେ ପୂଜାପାର୍ବଣ, ଦାନଧର୍ମ ଯାହା ପାଇଁ କରୁଛି ସେ ଯଦି ରକ୍ତ ଦେଇ ଶରୀର କ୍ଷୀଣ କରିବ, ତା’ ହେଲେ ମୋ ପୂଜାପାଠର ମୂଲ୍ୟ କ’ଣ? କୋଉ ମା’ ସଂସାରରେ ପୁଅକୁ କହିବ, ଯା’ ତୋ ଦେହରୁ ବୋତଲେ ରକ୍ତ ଦେଇଦେ। ଦୁଇଟି ତାତ୍ପର୍ଯ୍ୟ ଥିଲା ମୋ ସ୍ତ୍ରୀଙ୍କ କଥାରେ। ପ୍ରଥମଟି ହେଲା କିଛି ପାଇବା ଆଶାରେ ସେ ଦାନଧର୍ମ କରୁଛନ୍ତି ଓ ଦ୍ୱିତୀୟଟି ହେଲା ତାଙ୍କର ଅପତ୍ୟ ମୋହ। ମୁଁ କେବଳ ଆଚ୍ଛା, ଆଚ୍ଛା କହି ହାତ ଧୋଇବାକୁ ଉଠିଗଲି।
ସାରେ ଅଫିସ୍‌ରୁ ଫେରି ମୁଁ ବସିଥାଏ ଟିଭିକୁ ଅନେଇ। ସ୍ତ୍ରୀ ଚା’ କପ୍‌ଟେ ଧରି ଆସି ମୋ’ ଆଡ଼କୁ ବଢ଼େଇଦେଇ ମୋ କଡ଼ରେ ବସିପଡ଼ିଲେ। କିଛି ଘରୋଇ କଥାବାର୍ତ୍ତା ଚାଲିଥିବାବେଳେ ପୁଅ ମୋତେ ଫୋନ୍‌ କଲା ହଷ୍ଟେଲ୍‌ରୁ। ଦିନ ତମାମର କଥା ବଡ଼ ଖୁସିରେ କହିଗଲା ମୋତେ। ମଝିରେ କହିଲା ବାପା ତମେ ଜାଣିଲେ ଖୁସି ହେବ ଯେ, ମୁଁ ଆଜି ରକ୍ତଦାନ କରିଛି। ଅଚାନକ ମୋ ନଜର ପଡିଲା ସ୍ତ୍ରୀଙ୍କ ମୁହଁ ଉପରେ। ମୁଁ ଫୋନ୍‌ର ସ୍ପିକର ଅନ୍‌ କରିଦେଇ କହିଲି- ହଁ, ହାଲୋ… କ’ଣ କଲୁ ଆଜି…? ପୁଅ ସେପଟୁ କହୁଥିଲା ବ୍ଲଡ ଡୋନେଟ୍‌ କଲି ବାପା…। ତମେ ମାମାକୁ କହିବନି। ବହୁତ ରାଗିବ ସେ, ସକାଳେ ମତେ ମନା କରିଥିଲା। ମୁଁ ବ୍ଲଡ୍‌ ଦେବାବେଳେ ଭାବୁଥିଲି ମୋ ମାମାର ରକ୍ତ ମୋ ଦେହରେ ବହୁଛି। ସେ ସିନା ମୋତେ ରକ୍ତ ଦେବାକୁ ମନା କଲା ହେଲେ ମୋ ମାଧ୍ୟମରେ ତା’ ରକ୍ତ ଯେତେବେଳେ ଜଣଙ୍କ ଜୀବନ ବଞ୍ଚେଇବ ମୋ ମାମାର କେତେ ପୁଣ୍ୟ ହେବ! ବାପା ରିୟଲି ଇଟ୍ସ ଏ ଗ୍ରେଟ୍‌ ଫିଲିଙ୍ଗ୍‌ସ। ମୁଁ କହିଲି ଠିକ୍‌ ଅଛି, ଠିକ୍‌ ଅଛି… ହେଲେ ତୁ ମାମାକୁ ମିଛ କହି ଠକିଦେଲୁ? ପୁଅ ସେପଟୁ କହିଲା- ବାପା, ମାମାକୁ ପରେ କେମିତି ହାଣ୍ଡଲ କରିହେବ ସେ କଥା ମୁଁ ତୁମଠୁ ଶିଖିଯାଇଛି…। ତାକୁ ପଚାରିବ, ମୋ ଉପରେ ଲୋଭ ବୋଲି ସିନା ସେ ବ୍ଲଡ୍‌ ଦେବାକୁ ମନାକଲା, ହେଲେ ତା’ ଭଳି ଗୋଟେ ପୁଣ୍ୟାତ୍ମା କ’ଣ ରକ୍ତ ବିନା ମରି ଯାଉଥିବା ଲୋକଟାକୁ ଦେଖିପାରିବ? ସେ ସାରାଜୀବନ ଆମ ପାଇଁ ଖାଲି ପୁଣ୍ୟ କରୁଥିବ, ମୁଁ ବି ତ ମୋ ମାମାବାପାଙ୍କ ପାଇଁ କିଛି ପୁଣ୍ୟ କରିବି ନା…। ତମେ ଦେଖିବ ବାପା ଏଇ ଡାଏଲଗ୍‌ଟା ଟିକେ ଇମୋଶନାଲ ହୋଇ ତାକୁ କହିଦେବି… ଫଟ୍‌ କି ତା’ ମୁଡ୍‌ ଚେଞ୍ଜ ହୋଇଯିବ। ଓକେ ବାପା, ଟେକ୍‌ କେୟାର। ମୁଁ କଲ୍‌ଟା କାଟି ସ୍ତ୍ରୀଙ୍କ ମୁହଁକୁ ଚାହିଁଲି। ସେ ମୁହଁରେ ଯୋଉ ଭାବ ମୁଁ ଦେଖିଲି ମୋ ବାହାଘରର ତେଇଶ ବର୍ଷ ଭିତରେ କେବେ ଦେଖି ନ ଥିଲି… ନା ହସ, ନା ଲୁହ, ନା ଖୁସି ନା ବିଷାଦ…। ସେ ଭାବକୁ ବ୍ୟକ୍ତ କରିବାକୁ କୌଣସି ଲେଖକ କି କବି ପାଖରେ ଶବ୍ଦ ନ ଥିବ ଏ କଥା ମୁଁ ଗ୍ୟାରେଣ୍ଟି ଦେଇ କହିପାରିବି।
ସ୍ବାହା, କେନାଲ ରୋଡ୍‌, ଛତ୍ରବଜାର, କଟକ, ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri