କାହା ପାଇଁ ପୁଣ୍ୟ

ସୁଧାକର ଦାସ
ସକାଳୁ ଚା’ କପ୍‌ ଆଉ ପେପର ଧରି ବସିଥିଲି, ମଝି ମଝିରେ ଗୁଡ୍‌ ମର୍ନିଂ ମେସେଜ୍‌ ଆସୁଥାଏ ହାଟ୍ସଆପ୍‌ରେ। ସ୍ତ୍ରୀ ଆସି ପାଖରେ ବସିଲେ। ଜମା ଖବରକାଗଜ ନ ପଢ଼ି କେବଳ ହେଡ୍‌ଲାଇନ ଉପରେ ଆଖି ପକେଇ ଲଘୁଚାପର ସ୍ଥିତି କ’ଣ, କଶ୍ମୀରରେ ଗଣ୍ଡଗୋଳ ବନ୍ଦ ହେଲାଣି କି ନାହିଁ, କୋର୍ଟ ମିତ୍ର କିଏ ଭଳି ମତେ ପ୍ରଶ୍ନ ପଚାରିବା ତାଙ୍କ ପାଇଁ ଗୋଟେ ସବୁଦିନିଆ କଥା। ସେମିତି ଗୋଟେ କ’ଣ ସେଦିନ ପଚାରିବେ ପଚାରିବେ ହେଉଥିବା ବେଳେ ତାଙ୍କ ଫୋନଟା ରିଙ୍ଗ ହେଲା। ପୁଅ ଫୋନ କରିଛି ହଷ୍ଟେଲରୁ… ଫୋନଟାକୁ ରିସିଭ୍‌ କରି ସ୍ପିକର ଅନ କରି ଥୋଇଦେଲେ ଟି’ପୟ ଉପରେ। ପୁଅ କହିଲା ମାମା, ଆମ କ୍ୟାମ୍ପସରେ ରକ୍ତଦାନ ଶିବିର ଆଜି ହେଉଛି। ମୁଁ ବି ନାଁ ଦେଇଛି, ମୋ ପାଳି ୧୧ଟା ବେଳକୁ ପଡ଼ିବ। ତୁ ପାଗଳ ନା କ’ଣ? ଏତିକି କହି ଫୋନର ସ୍ପିକରଟା ବନ୍ଦ କରିଦେଇ କାନରେ ଲଗେଇ ସ୍ତ୍ରୀ ଉଠିଗଲେ ଶୋଇବା ଘରକୁ। ଶୋଇବା ଘରୁ ଯେତିକି ଶବ୍ଦ ମୋ କାନରେ ପଡୁଥିଲା ସେଥିରୁ ବୁଝିବାରେ ଆଦୌ ଅସୁବିଧା ନ ଥିଲା ଯେ ମୋ ସ୍ତ୍ରୀ ବାରମ୍ବାର ପୁଅକୁ ପ୍ରବର୍ତ୍ତାଉଥିଲେ ରକ୍ତଦାନ ନ କରିବା ପାଇଁ।
ମୁଁ, ମୋ ସ୍ତ୍ରୀ ବୋଲି ବଢ଼େଇ ଚଢ଼େଇ କହୁନି କିନ୍ତୁ ଏହା ସତ୍ୟ ଯେ ଦାନ, ଧର୍ମ, ପୂଜା, ବ୍ରତ, ଓଷା, ଉପବାସ ପାଳନରେ ଯିଏ ତାଙ୍କୁ ଦେଖିଛି, ଜାଣିଛି, ସେ ତାଙ୍କୁ ଶହେକୁ ଶହେ ନମ୍ବର ଦେବ। ବର୍ଷକ ବାରମାସ ମୋ ଘର ମହକୁଥାଏ ଚୁଆ, ଚନ୍ଦନ, ଧୂପ, ଅଗୁରୁ ବାସରେ। ସକାଳଟା ଲାଗୁଥାଏ ପବିତ୍ର ପବିତ୍ର ଆଉ ସଞ୍ଜରେ ଘଣ୍ଟି, ଘଣ୍ଟା, ଶଙ୍ଖର ପାବନ ନିନାଦ। ଯୋଗୀ, ଭିକାରି କେବେ ଦୁଆରୁ ଫେରି ନାହାନ୍ତି କି ସହରଠୁ ନେଇ ଆମ ଗାଁ ଯାଏ, ଏମିତି କୋଉ ମନ୍ଦିର ନାହିଁ ଯୋଉଠିକି ଯାଇ ସେ ଦାନଧର୍ମ ନ କରିଛନ୍ତି। ବର୍ଷକର ସଂକ୍ରାନ୍ତି, ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ, ପର୍ବପର୍ବାଣି ତାଙ୍କ ମୁହେଁ ମୁହେଁ ଥାଏ। ଆଉ ଆକସ୍ମିକ କୌଣସି ସଙ୍କଟ କି ବିପଦ ଆପଦରୁ ମୁଁ କି ମୋ’ ପରିବାର ବର୍ତ୍ତିଗଲେ ମୋତେ ଲାଗେ ବୋଧହୁଏ ମୋ ସ୍ତ୍ରୀଙ୍କ ଧର୍ମବଳରୁ ଆମେ ରକ୍ଷା ପାଇଗଲୁ। ସେଦିନ ଖରାବେଳେ ମୁଁ ଖାଇବସିବା ବେଳେ ସ୍ତ୍ରୀଙ୍କୁ ପଚାରିଲି ଏତେ ଦାନଧର୍ମ କରୁଛ, ରକ୍ତଦାନଠୁ ମହାପୁଣ୍ୟ କାମ କିଛି ଅଛି? ପୁଅକୁ ମନା କଲ କାହିଁକି? ସ୍ତ୍ରୀଙ୍କ ଉତ୍ତର ଥିଲା ଏମିତି… ଏତେ ପୂଜାପାର୍ବଣ, ଦାନଧର୍ମ ଯାହା ପାଇଁ କରୁଛି ସେ ଯଦି ରକ୍ତ ଦେଇ ଶରୀର କ୍ଷୀଣ କରିବ, ତା’ ହେଲେ ମୋ ପୂଜାପାଠର ମୂଲ୍ୟ କ’ଣ? କୋଉ ମା’ ସଂସାରରେ ପୁଅକୁ କହିବ, ଯା’ ତୋ ଦେହରୁ ବୋତଲେ ରକ୍ତ ଦେଇଦେ। ଦୁଇଟି ତାତ୍ପର୍ଯ୍ୟ ଥିଲା ମୋ ସ୍ତ୍ରୀଙ୍କ କଥାରେ। ପ୍ରଥମଟି ହେଲା କିଛି ପାଇବା ଆଶାରେ ସେ ଦାନଧର୍ମ କରୁଛନ୍ତି ଓ ଦ୍ୱିତୀୟଟି ହେଲା ତାଙ୍କର ଅପତ୍ୟ ମୋହ। ମୁଁ କେବଳ ଆଚ୍ଛା, ଆଚ୍ଛା କହି ହାତ ଧୋଇବାକୁ ଉଠିଗଲି।
ସାରେ ଅଫିସ୍‌ରୁ ଫେରି ମୁଁ ବସିଥାଏ ଟିଭିକୁ ଅନେଇ। ସ୍ତ୍ରୀ ଚା’ କପ୍‌ଟେ ଧରି ଆସି ମୋ’ ଆଡ଼କୁ ବଢ଼େଇଦେଇ ମୋ କଡ଼ରେ ବସିପଡ଼ିଲେ। କିଛି ଘରୋଇ କଥାବାର୍ତ୍ତା ଚାଲିଥିବାବେଳେ ପୁଅ ମୋତେ ଫୋନ୍‌ କଲା ହଷ୍ଟେଲ୍‌ରୁ। ଦିନ ତମାମର କଥା ବଡ଼ ଖୁସିରେ କହିଗଲା ମୋତେ। ମଝିରେ କହିଲା ବାପା ତମେ ଜାଣିଲେ ଖୁସି ହେବ ଯେ, ମୁଁ ଆଜି ରକ୍ତଦାନ କରିଛି। ଅଚାନକ ମୋ ନଜର ପଡିଲା ସ୍ତ୍ରୀଙ୍କ ମୁହଁ ଉପରେ। ମୁଁ ଫୋନ୍‌ର ସ୍ପିକର ଅନ୍‌ କରିଦେଇ କହିଲି- ହଁ, ହାଲୋ… କ’ଣ କଲୁ ଆଜି…? ପୁଅ ସେପଟୁ କହୁଥିଲା ବ୍ଲଡ ଡୋନେଟ୍‌ କଲି ବାପା…। ତମେ ମାମାକୁ କହିବନି। ବହୁତ ରାଗିବ ସେ, ସକାଳେ ମତେ ମନା କରିଥିଲା। ମୁଁ ବ୍ଲଡ୍‌ ଦେବାବେଳେ ଭାବୁଥିଲି ମୋ ମାମାର ରକ୍ତ ମୋ ଦେହରେ ବହୁଛି। ସେ ସିନା ମୋତେ ରକ୍ତ ଦେବାକୁ ମନା କଲା ହେଲେ ମୋ ମାଧ୍ୟମରେ ତା’ ରକ୍ତ ଯେତେବେଳେ ଜଣଙ୍କ ଜୀବନ ବଞ୍ଚେଇବ ମୋ ମାମାର କେତେ ପୁଣ୍ୟ ହେବ! ବାପା ରିୟଲି ଇଟ୍ସ ଏ ଗ୍ରେଟ୍‌ ଫିଲିଙ୍ଗ୍‌ସ। ମୁଁ କହିଲି ଠିକ୍‌ ଅଛି, ଠିକ୍‌ ଅଛି… ହେଲେ ତୁ ମାମାକୁ ମିଛ କହି ଠକିଦେଲୁ? ପୁଅ ସେପଟୁ କହିଲା- ବାପା, ମାମାକୁ ପରେ କେମିତି ହାଣ୍ଡଲ କରିହେବ ସେ କଥା ମୁଁ ତୁମଠୁ ଶିଖିଯାଇଛି…। ତାକୁ ପଚାରିବ, ମୋ ଉପରେ ଲୋଭ ବୋଲି ସିନା ସେ ବ୍ଲଡ୍‌ ଦେବାକୁ ମନାକଲା, ହେଲେ ତା’ ଭଳି ଗୋଟେ ପୁଣ୍ୟାତ୍ମା କ’ଣ ରକ୍ତ ବିନା ମରି ଯାଉଥିବା ଲୋକଟାକୁ ଦେଖିପାରିବ? ସେ ସାରାଜୀବନ ଆମ ପାଇଁ ଖାଲି ପୁଣ୍ୟ କରୁଥିବ, ମୁଁ ବି ତ ମୋ ମାମାବାପାଙ୍କ ପାଇଁ କିଛି ପୁଣ୍ୟ କରିବି ନା…। ତମେ ଦେଖିବ ବାପା ଏଇ ଡାଏଲଗ୍‌ଟା ଟିକେ ଇମୋଶନାଲ ହୋଇ ତାକୁ କହିଦେବି… ଫଟ୍‌ କି ତା’ ମୁଡ୍‌ ଚେଞ୍ଜ ହୋଇଯିବ। ଓକେ ବାପା, ଟେକ୍‌ କେୟାର। ମୁଁ କଲ୍‌ଟା କାଟି ସ୍ତ୍ରୀଙ୍କ ମୁହଁକୁ ଚାହିଁଲି। ସେ ମୁହଁରେ ଯୋଉ ଭାବ ମୁଁ ଦେଖିଲି ମୋ ବାହାଘରର ତେଇଶ ବର୍ଷ ଭିତରେ କେବେ ଦେଖି ନ ଥିଲି… ନା ହସ, ନା ଲୁହ, ନା ଖୁସି ନା ବିଷାଦ…। ସେ ଭାବକୁ ବ୍ୟକ୍ତ କରିବାକୁ କୌଣସି ଲେଖକ କି କବି ପାଖରେ ଶବ୍ଦ ନ ଥିବ ଏ କଥା ମୁଁ ଗ୍ୟାରେଣ୍ଟି ଦେଇ କହିପାରିବି।
ସ୍ବାହା, କେନାଲ ରୋଡ୍‌, ଛତ୍ରବଜାର, କଟକ, ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?