କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା) ଏବଂ ଉଚ୍ଚ ସଦନ ସିନେଟ୍‌ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଚାଲିଛି। ୪୩୫ ଆସନ ବିଶିଷ୍ଟ ହାଉସ୍‌୍‌ରେ ଶାସକ ଡେମୋକ୍ରାଟିକ୍‌ ପାର୍ଟିର ସଂଖ୍ୟାଗରିଷ୍ଠ ୨୨୦ ଓ ବିରୋଧୀ ରିପବ୍ଲିକାନ୍‌ ପାର୍ଟିର ୨୧୨ ସଦସ୍ୟ ଅଛନ୍ତି। ନିମ୍ନ ସଦନର ସମସ୍ତ ୪୩୫ ଆସନରେ ବହୁପ୍ରତୀକ୍ଷିତ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେଉଛି। ସେହିପରି ୧୦୦ ଆସନ ବିଶିଷ୍ଟ ସିନେଟ୍‌ରେ ୪୮ ଡେମୋକ୍ରାଟ୍ସଙ୍କ ସମେତ ୨ ସ୍ବାଧୀନ ସଦସ୍ୟ ଥିବାବେଳେ ରିପବ୍ଲିକାନ୍‌ଙ୍କ ସଂଖ୍ୟା ହେଉଛି ୫୦। ଉଚ୍ଚ ସଦନରେ ପ୍ରତି ରାଜ୍ୟରୁ ୨ ଜଣ ଲେଖାଏ ସିନେଟର ପ୍ରତିନିଧିତ୍ୱ କରିଥାଆନ୍ତି। ଏହାର ପ୍ରାୟ ଏକ-ତୃତୀୟାଂଶ ଅର୍ଥାତ୍‌ ୩୫ ଆସନରେ ମତଦାନ ଚାଲିଛି। ଏଥିସହ ୩୬ ଗଭର୍ନରଶିପ୍ସ, ରାଜ୍ୟ ବିଧାନସଭା, ସ୍ଥାନୀୟ କାଉନ୍‌ସିଲ୍ସ ଓ ସ୍କୁଲ ବୋର୍ଡଗୁଡ଼ିକ ପାଇଁ ମଧ୍ୟ ଭୋଟିଂ ଜାରି ରହିଛି। ରିପବ୍ଲିକାନ୍‌ମାନଙ୍କୁ ଆଉ ୫ଟି ରାଜ୍ୟରେ ସଫଳତା ମିଳିଲେ ପ୍ରତିନିଧି ସଭାରେ ସେମାନେ ସଂଖ୍ୟାଗରିଷ୍ଠତା ଲାଭ କରିବେ। ସେହିପରି ସିନେଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ବିରୋଧୀ ଦଳକୁ ଆଉ ମାତ୍ର ଗୋଟିଏ ଆସନ ଅକ୍ତିଆର କରିବାକୁ ପଡ଼ିବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦଳ ହାଉସ୍‌ ମେଜୋରିଟି ଦିଗରେ ଅଗ୍ରସର ହେଉଥିବାବେଳେ ସିନେଟ୍‌ ପାଇଁ ଦୁଇ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେଉଥିବା ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। କାରଣ ଆମେରିକାର ଇତିହାସ କୁହେ, ଦ୍ୱିବାର୍ଷିକ ନିର୍ବାଚନ ପ୍ରାୟତଃ କ୍ଷମତାସୀନ ଦଳ ବିରୋଧରେ ଯାଇଥାଏ। ଏଥର ଉଭୟ ଗୃହ ପାଇଁ ମୋଟ ୧,୨୦୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିନେଟରେ ଦୁଇ ଦଳ ୫୦ ଲେଖାଏ ଆସନ ଦଖଲ କଲେ ଉଚ୍ଚ ସଦନକୁ କିଏ ନିୟନ୍ତ୍ରଣ କରିବ ସେହି ନିଷ୍ପତ୍ତି ଉଚ୍ଚ ସଦନର ପ୍ରେସିଡେଣ୍ଟ ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ ନେବେ। ଅର୍ଥାତ୍‌ ଡେମୋକ୍ରାଟ୍ସଙ୍କ ନିୟନ୍ତ୍ରଣରେ ସିନେଟ୍‌ ରହିବ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ ନିଜ ସପକ୍ଷକୁ ଟାଣିବାରେ ସଫଳ ହୋଇଥିବା ଆରିଜୋନା, ଜର୍ଜିଆ, ମିଶିଗାନ୍‌, ପେନ୍‌ସିଲଭାନିଆ, ଓ୍ବିସ୍କୋନ୍‌ସିନ ଓ ନେଭାଡା ଭଳି ରାଜ୍ୟଗୁଡ଼ିକର ପରିଣାମ ଉପରେ ଏଥର ସର୍ବାଧିକ ନଜର ରହିଛି। ପ୍ରକାଶଯୋଗ୍ୟ, ୧୯୩୪ ମସିହା ପରଠୁ କେବଳ ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ, ବିଲ୍‌ କ୍ଲିଣ୍ଟନ୍‌(୧୯୯୮) ଏବଂ ଜର୍ଜ ଡବ୍ଲ୍ୟୁ. ବୁଶ୍‌(୨୦୦୨)ଙ୍କ ସମୟରେ ଶାସକ ଦଳ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟୀ ହୋଇଛି।

ମତଦାନ ସମୟ ଓ ଫଳାଫଳ

ଫ୍ଲୋରିଡା ୟୁନିଭର୍ସିଟିର ୟୁଏସ୍‌ ଇଲେକ୍ସନ ପ୍ରୋଜେକ୍ଟରୁ ମିଳିଥିବା ତଥ୍ୟାନୁସାରେ ୪୧ ନିୟୁତରୁ ଊର୍ଦ୍ଧ୍ୱ ଆମେରିକୀୟ ମେଲ୍‌-ଇନ୍‌ ବାଲଟ୍ସ ବା ଆର୍ଲି ଇନ୍‌-ପର୍ସନ ପୋଲ୍ସ ଜରିଆରେ ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିସାରିଛନ୍ତି। ଇଷ୍ଟର୍ନ ଟାଇମ୍‌ (ଇଟି) ପୂର୍ବାହ୍ନ ୫ଟାରେ ଭେର୍ମୋଣ୍ଟ ରାଜ୍ୟରେ ମତଦାନ ହୋଇଛି। ଆମେରିକାର ସମସ୍ତ ୫୦ ରାଜ୍ୟରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଛି। ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରୁ ଜର୍ଜିଆ, ପେନ୍‌ସିଲ୍‌ଭାନିଆ, ନ୍ୟୁ ହାମ୍ପଶାୟାର ଓ ଫ୍ଲୋରିଡା ହେଉଛି ଇନ୍‌-ପର୍ସନ ଭୋଟିଂରେ ପ୍ରଥମ, ଯାହା ଉପରେ ସମସ୍ତଙ୍କ ନଜର ରହିବ। କାରଣ ଆଗକୁ ସିନେଟ୍‌କୁ କିଏ ନିୟନ୍ତ୍ରଣ କରିବ ତାହା ଏହି ରାଜ୍ୟଗୁଡ଼ିକ ଉପରେ ନିର୍ଭର କରେ। ପେନ୍‌ସିଲ୍‌ଭାନିଆ ଓ ଜର୍ଜିଆ ଭଳି କେତେକ ରାଜ୍ୟରେ ଭୋଟ ଗଣତି ବିଳମ୍ବିତ ହୋଇପାରେ। ତେଣୁ ବିଜୟୀ ଦଳର ନାମ ଜାଣିବା ପୂର୍ବରୁ ଆମେରିକୀୟମାନେ ଶୋଇବାକୁ ଯିବେ। ମିଡ୍‌ଟମର୍‌ସର ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ବିଳମ୍ବ ହୋଇପାରେ ବୋଲି ଇନ୍‌ସାଇଡ୍‌ ଇଲେକ୍ସନ୍ସ ପ୍ରକାଶକ ନାଥନ୍‌ ଗୋନ୍‌ଜାଲେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri