କ୍ଷେତକୁ ମିଳୁନି ପାଣି, ବାହାରିପାରୁନି ଧାନ ଥୋଡ଼

ମହାକାଳପଡ଼ା, ୯ା୧୧(ଡି.ଏନ.ଏ.): ଚାଷର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀମାନଙ୍କ ପାଖରେ ଏହିସବୁ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପଞ୍ଚାୟତଗୁଡ଼ିକରେ ଚାଷଜମିରେ ପାଣି ଅଭାବରୁ କ୍ଷେତରେ ଧାନ ଥୋଡ ବାହାରି ପାରୁନାହିଁ। କ୍ଷେତ ପାଖ ଦେଇ ଗୋବରୀ ନଦୀ ଶାଖା ଯୋରି ଥିବାବେଳେ ନିକଟ ଚାଷଜମିରେ ଜଳସେଚନ ପାଇଁ ସରକାରଙ୍କ ପକ୍ଷରୁ ୬ଟି ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯାଇଛି। ଲକ୍ଷ୍ୟ ଥିଲା ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ମରୁଡ଼ି ପରିସ୍ଥିତିରେ ଜମିକୁ ଜଳସେଚିତ କରାଯିବ। ମାତ୍ର ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଉଠା ଜଳସେଚନ ପଏଣ୍ଟଗୁଡିକ କାମରେ ଆସୁନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାର୍ଯ୍ୟ ପାଇଁ ଧାନ କ୍ଷେତରେ ପାଣି ମାଡ଼ି ନ ପାରିବାରୁ ଚାଷ ଜମି ଫାଟି ଆଁ କଲାଣି। ଏହାର ପ୍ରତିବାଦ କରି ବ୍ଲକର ବଳିପାଳ ପଞ୍ଚାୟତର ଅନ୍ଦୁଳି, ବସାଘର, କଳପଡ଼ା ଆଦି ଗ୍ରାମର ଶହେରୁ ଅଧିକ ଚାଷୀ ଓ ଭାଗ ଚାଷୀମାନେ ଉଠା ଜଳସେଚନ ପଏଣ୍ଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀ ରଞ୍ଜନ ମଲିକ, ପ୍ରବୀର ମଲିକ, ସୁରେନ୍ଦ୍ର ମଲିକ, ଅମୂଲ୍ୟ ମଲିକ, ସାଧୁ ମଲିକ, ଯଦୁ ମଲିକ, ରବୀନ୍ଦ୍ର ମଲିକ, ନୃସିଂହ ମଲିକ, ଟୁକୁନା କର, ବାବାଜୀ ସାହୁ, ଦିଲୀପ କୁମାର ମହାନ୍ତି, ବିଭୁ ରାଉତ, ବାବାଜୀ ମଲିକଙ୍କ ସମେତ ବହୁ ଚାଷୀଙ୍କ କହିବା କଥା, ଏହି ଅଞ୍ଚଳରେ ୫୦୦ ଏକରରୁ ଅଧିକ ଚାଷଜମିରେ ବର୍ଷାର ଅଭାବ ସମୟରେ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଜଳସେଚନ ହୋଇଥାଏ। ଚଳିତବର୍ଷ ଦୁର୍ଗାପୂଜା ପରେ ବର୍ଷା ଅଭାବ ଦେଖାଯାଇଛି। ବିଭିନ୍ନ କିସମର ସଙ୍କର ଜାତୀୟ ଧାନଗୁଡ଼ିକ ଥୋଡ ବାହାରିବା ବେଳକୁ ଗଛ ମୂଳରେ ପାଣି ନାହିଁ। ଫଳରେ ଧାନ ଥୋଡ ବାହାରିପାରୁନାହିଁ। ଧାନ ଗଛଗୁଡିକ ଶୁଖିବାକୁ ବସିଲାଣି। ଉଠା ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ଲାଗ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଯଦି ୨ ଦିନ ମଧ୍ୟରେ ଚାଷ ଜମିରେ ଜଳସେଚନ ନ ହୁଏ ତେବେ ଆମେ ବାଧ୍ୟ ହୋଇ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ (ବାବର ସେକ୍ସନ) ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ଆମର ଜୀବନ ଜୀବିକା ପାଇଁ ବିଭିନ୍ନ ବ୍ୟାଙ୍କ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଖରୁ ଋଣ କରି ଧାନ ଚାଷ କରିଥିଲୁ। ଯେତେବେଳେ ଆମ ବର୍ଷକର ଆହାର ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପାଇଁ ଉଜୁଡ଼ି ଯାଉଛି, ସେତେବେଳେ ଆମେ ବାଧ୍ୟ ହୋଇ ବିଭିନ୍ନ ଆଇନଗତ ପନ୍ଥା ଅବଲମ୍ବନ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ବହୁ ଚାଷୀ ଉଠା ଜଳସେଚନ ପଏଣ୍ଟ ନିକଟରେ ପହଞ୍ଚତ୍ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବିରୋଧରେ ବର୍ଶୀ ଥିଲେ। ଏ ସମ୍ପର୍କରେ ବ୍ଲକର ବାବର ବିଦ୍ୟୁତ୍‌ ବିଭାଗ ସେକ୍ସନ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ସାମଲଙ୍କୁ ଯୋଗାଯୋଗ ଲାଗି ଦିନତମାମ ଫୋନ କରାଯାଇଥିଲେ ହେଁ ମୋବାଇଲ ବନ୍ଦ ରହିଥିଲା। ସରକାରଙ୍କ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବିଦ୍ୟୁତ୍‌ ବିଭାଗ ସେକ୍ସନ କନିଷ୍ଠ ଯନ୍ତ୍ରୀଙ୍କ ମୋବାଇଲ ବନ୍ଦ ହେବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?