କ୍ଷେତକୁ ମିଳୁନି ପାଣି, ବାହାରିପାରୁନି ଧାନ ଥୋଡ଼

ମହାକାଳପଡ଼ା, ୯ା୧୧(ଡି.ଏନ.ଏ.): ଚାଷର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀମାନଙ୍କ ପାଖରେ ଏହିସବୁ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପଞ୍ଚାୟତଗୁଡ଼ିକରେ ଚାଷଜମିରେ ପାଣି ଅଭାବରୁ କ୍ଷେତରେ ଧାନ ଥୋଡ ବାହାରି ପାରୁନାହିଁ। କ୍ଷେତ ପାଖ ଦେଇ ଗୋବରୀ ନଦୀ ଶାଖା ଯୋରି ଥିବାବେଳେ ନିକଟ ଚାଷଜମିରେ ଜଳସେଚନ ପାଇଁ ସରକାରଙ୍କ ପକ୍ଷରୁ ୬ଟି ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯାଇଛି। ଲକ୍ଷ୍ୟ ଥିଲା ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ମରୁଡ଼ି ପରିସ୍ଥିତିରେ ଜମିକୁ ଜଳସେଚିତ କରାଯିବ। ମାତ୍ର ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଉଠା ଜଳସେଚନ ପଏଣ୍ଟଗୁଡିକ କାମରେ ଆସୁନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାର୍ଯ୍ୟ ପାଇଁ ଧାନ କ୍ଷେତରେ ପାଣି ମାଡ଼ି ନ ପାରିବାରୁ ଚାଷ ଜମି ଫାଟି ଆଁ କଲାଣି। ଏହାର ପ୍ରତିବାଦ କରି ବ୍ଲକର ବଳିପାଳ ପଞ୍ଚାୟତର ଅନ୍ଦୁଳି, ବସାଘର, କଳପଡ଼ା ଆଦି ଗ୍ରାମର ଶହେରୁ ଅଧିକ ଚାଷୀ ଓ ଭାଗ ଚାଷୀମାନେ ଉଠା ଜଳସେଚନ ପଏଣ୍ଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀ ରଞ୍ଜନ ମଲିକ, ପ୍ରବୀର ମଲିକ, ସୁରେନ୍ଦ୍ର ମଲିକ, ଅମୂଲ୍ୟ ମଲିକ, ସାଧୁ ମଲିକ, ଯଦୁ ମଲିକ, ରବୀନ୍ଦ୍ର ମଲିକ, ନୃସିଂହ ମଲିକ, ଟୁକୁନା କର, ବାବାଜୀ ସାହୁ, ଦିଲୀପ କୁମାର ମହାନ୍ତି, ବିଭୁ ରାଉତ, ବାବାଜୀ ମଲିକଙ୍କ ସମେତ ବହୁ ଚାଷୀଙ୍କ କହିବା କଥା, ଏହି ଅଞ୍ଚଳରେ ୫୦୦ ଏକରରୁ ଅଧିକ ଚାଷଜମିରେ ବର୍ଷାର ଅଭାବ ସମୟରେ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଜଳସେଚନ ହୋଇଥାଏ। ଚଳିତବର୍ଷ ଦୁର୍ଗାପୂଜା ପରେ ବର୍ଷା ଅଭାବ ଦେଖାଯାଇଛି। ବିଭିନ୍ନ କିସମର ସଙ୍କର ଜାତୀୟ ଧାନଗୁଡ଼ିକ ଥୋଡ ବାହାରିବା ବେଳକୁ ଗଛ ମୂଳରେ ପାଣି ନାହିଁ। ଫଳରେ ଧାନ ଥୋଡ ବାହାରିପାରୁନାହିଁ। ଧାନ ଗଛଗୁଡିକ ଶୁଖିବାକୁ ବସିଲାଣି। ଉଠା ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ଲାଗ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଯଦି ୨ ଦିନ ମଧ୍ୟରେ ଚାଷ ଜମିରେ ଜଳସେଚନ ନ ହୁଏ ତେବେ ଆମେ ବାଧ୍ୟ ହୋଇ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ (ବାବର ସେକ୍ସନ) ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ଆମର ଜୀବନ ଜୀବିକା ପାଇଁ ବିଭିନ୍ନ ବ୍ୟାଙ୍କ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଖରୁ ଋଣ କରି ଧାନ ଚାଷ କରିଥିଲୁ। ଯେତେବେଳେ ଆମ ବର୍ଷକର ଆହାର ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପାଇଁ ଉଜୁଡ଼ି ଯାଉଛି, ସେତେବେଳେ ଆମେ ବାଧ୍ୟ ହୋଇ ବିଭିନ୍ନ ଆଇନଗତ ପନ୍ଥା ଅବଲମ୍ବନ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ବହୁ ଚାଷୀ ଉଠା ଜଳସେଚନ ପଏଣ୍ଟ ନିକଟରେ ପହଞ୍ଚତ୍ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବିରୋଧରେ ବର୍ଶୀ ଥିଲେ। ଏ ସମ୍ପର୍କରେ ବ୍ଲକର ବାବର ବିଦ୍ୟୁତ୍‌ ବିଭାଗ ସେକ୍ସନ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ସାମଲଙ୍କୁ ଯୋଗାଯୋଗ ଲାଗି ଦିନତମାମ ଫୋନ କରାଯାଇଥିଲେ ହେଁ ମୋବାଇଲ ବନ୍ଦ ରହିଥିଲା। ସରକାରଙ୍କ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବିଦ୍ୟୁତ୍‌ ବିଭାଗ ସେକ୍ସନ କନିଷ୍ଠ ଯନ୍ତ୍ରୀଙ୍କ ମୋବାଇଲ ବନ୍ଦ ହେବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri