କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର ପ୍ରତିଯୋଗିତା ଲାଗିରହିଥିଲା। ଭଦ୍ରକ ଜିଲାରେ ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଦୁଇଥର କାଳିଆ ଯୋଜନା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜିଲାରେ ମୋଟ ୧, ୬୫, ୫୪୨ ଚାଷୀଙ୍କୁ ଦୁଇଥର ଲେଖାଏ ଅନୁକମ୍ପା ରାଶି ମିଳିଛି। ତୃତୀୟ ପର୍ଯ୍ୟାୟରେ ଟଙ୍କା ମିଳିବା ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲାସ୍ତରରେ ନିର୍ଦ୍ଦିଷ୍ଟ ଭାବେ ଏକ କମିଟି କରାଯାଇଛି। ଏହି କମିଟି ବ୍ଲକସ୍ତରୀୟ କମିଟି ମାଧ୍ୟମରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛି। ଏହି ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଯୋଗ୍ୟ ତାଲିକା ମଧ୍ୟରେ ସବା ଆଗରେ ବାସୁଦେବପୁର ବ୍ଲକ ରହିଛି।
ମିଳିଥିବା ସୂଚନା ମୁତାବକ ବାସୁଦେବପୁର ବ୍ଲକରେ ମୋଟ ୨୮,୭୧୪ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିରୁ ୨୦,୮୮୯ ଜଣ ଯୋଗ୍ୟ ଓ ୫,୮୪୧ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି। ସେହିଭଳି ଭଦ୍ରକ ବ୍ଲକରେ ମୋଟ ୨୦, ୩୪୦ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭, ୩୩୬ ଜଣ ଯୋଗ୍ୟ ଓ ବର୍ତ୍ତମାନ ସୁଦ୍ଧା ୮୯୨ ଜଣ ଅଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି। ଭଣ୍ଡାରିପୋଖରୀରେ ବ୍ଲକରେ ସାମିଲ ଥିବା ୧୫,୯୩୫ ହିତାଧିକାରୀଙ୍କ ମଧ୍ୟରୁ ୧୨,୬୬୯ ଜଣ ଯୋଗ୍ୟ ଓ ୨,୯୨୦ ଜଣ ଅଯୋଗ୍ୟ, ବନ୍ତରେ ୨୦,୧୦୬ ଜଣଙ୍କ ମଧ୍ୟରୁ ୧୭,୦୮୩ ଯୋଗ୍ୟ ଓ ୨,୧୮୭ ଜଣ ଅଯୋଗ୍ୟ, ଚାନ୍ଦବାଲିରେ ୩୦,୧୨୨ ହିତାଧିକାରୀଙ୍କ ଭିତରୁ ୨୭,୯୨୧ ଜଣ ଯୋଗ୍ୟ ଓ ୧, ୭୫୧ ଅଯୋଗ୍ୟ ତାଲିକାରେ ଅଛନ୍ତି। ଧାମନଗର ବ୍ଲକରେ ୨୨,୨୭୬ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିବା ବେଳେ ୧୮, ୮୫୩ ଜଣ ଯୋଗ୍ୟ ଓ ୨, ୬୫୫ ଅଯୋଗ୍ୟ, ତିହିଡ଼ିରେ ୨୮,୦୪୯ ହିତାଧିକାରୀଙ୍କ ମଧ୍ୟରୁ ୨୪,୯୨୫ଜଣ ଯୋଗ୍ୟ ଓ ୧, ୬୩୬ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ସବିଶେଷ ତଥ୍ୟ ଅନୁଯାୟୀ ଜିଲାରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବା ପୂର୍ବରୁ ୧, ୭୪, ୬୫୦ ଚାଷୀ ନୂଆ ଆବେଦନକାରୀ ଅଛନ୍ତି। ଏହି ଚାଷୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅଯୋଗ୍ୟ ବାହାରିବେ। ଯାଞ୍ଚ ହେବା ପରେ ଏହା ସ୍ପଷ୍ଟ ହେବ ବୋଲି ଜଣେ ଜିଲାସ୍ତରୀୟ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଭୋଟ ହାତେଇବା ପାଇଁ ଏହି ଯୋଜନା କରିଥିଲେ। ଯୋଗ୍ୟ ଓ ଅଯୋଗ୍ୟଙ୍କୁ ଟଙ୍କା ଦେଇସାରିବା ପରେ ଏଭଳି ଚିହ୍ନଟ କରିବା ହାସ୍ୟାସ୍ପଦ ବୋଲି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri