କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର ପ୍ରତିଯୋଗିତା ଲାଗିରହିଥିଲା। ଭଦ୍ରକ ଜିଲାରେ ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଦୁଇଥର କାଳିଆ ଯୋଜନା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜିଲାରେ ମୋଟ ୧, ୬୫, ୫୪୨ ଚାଷୀଙ୍କୁ ଦୁଇଥର ଲେଖାଏ ଅନୁକମ୍ପା ରାଶି ମିଳିଛି। ତୃତୀୟ ପର୍ଯ୍ୟାୟରେ ଟଙ୍କା ମିଳିବା ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲାସ୍ତରରେ ନିର୍ଦ୍ଦିଷ୍ଟ ଭାବେ ଏକ କମିଟି କରାଯାଇଛି। ଏହି କମିଟି ବ୍ଲକସ୍ତରୀୟ କମିଟି ମାଧ୍ୟମରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛି। ଏହି ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଯୋଗ୍ୟ ତାଲିକା ମଧ୍ୟରେ ସବା ଆଗରେ ବାସୁଦେବପୁର ବ୍ଲକ ରହିଛି।
ମିଳିଥିବା ସୂଚନା ମୁତାବକ ବାସୁଦେବପୁର ବ୍ଲକରେ ମୋଟ ୨୮,୭୧୪ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିରୁ ୨୦,୮୮୯ ଜଣ ଯୋଗ୍ୟ ଓ ୫,୮୪୧ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି। ସେହିଭଳି ଭଦ୍ରକ ବ୍ଲକରେ ମୋଟ ୨୦, ୩୪୦ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭, ୩୩୬ ଜଣ ଯୋଗ୍ୟ ଓ ବର୍ତ୍ତମାନ ସୁଦ୍ଧା ୮୯୨ ଜଣ ଅଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି। ଭଣ୍ଡାରିପୋଖରୀରେ ବ୍ଲକରେ ସାମିଲ ଥିବା ୧୫,୯୩୫ ହିତାଧିକାରୀଙ୍କ ମଧ୍ୟରୁ ୧୨,୬୬୯ ଜଣ ଯୋଗ୍ୟ ଓ ୨,୯୨୦ ଜଣ ଅଯୋଗ୍ୟ, ବନ୍ତରେ ୨୦,୧୦୬ ଜଣଙ୍କ ମଧ୍ୟରୁ ୧୭,୦୮୩ ଯୋଗ୍ୟ ଓ ୨,୧୮୭ ଜଣ ଅଯୋଗ୍ୟ, ଚାନ୍ଦବାଲିରେ ୩୦,୧୨୨ ହିତାଧିକାରୀଙ୍କ ଭିତରୁ ୨୭,୯୨୧ ଜଣ ଯୋଗ୍ୟ ଓ ୧, ୭୫୧ ଅଯୋଗ୍ୟ ତାଲିକାରେ ଅଛନ୍ତି। ଧାମନଗର ବ୍ଲକରେ ୨୨,୨୭୬ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିବା ବେଳେ ୧୮, ୮୫୩ ଜଣ ଯୋଗ୍ୟ ଓ ୨, ୬୫୫ ଅଯୋଗ୍ୟ, ତିହିଡ଼ିରେ ୨୮,୦୪୯ ହିତାଧିକାରୀଙ୍କ ମଧ୍ୟରୁ ୨୪,୯୨୫ଜଣ ଯୋଗ୍ୟ ଓ ୧, ୬୩୬ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ସବିଶେଷ ତଥ୍ୟ ଅନୁଯାୟୀ ଜିଲାରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବା ପୂର୍ବରୁ ୧, ୭୪, ୬୫୦ ଚାଷୀ ନୂଆ ଆବେଦନକାରୀ ଅଛନ୍ତି। ଏହି ଚାଷୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅଯୋଗ୍ୟ ବାହାରିବେ। ଯାଞ୍ଚ ହେବା ପରେ ଏହା ସ୍ପଷ୍ଟ ହେବ ବୋଲି ଜଣେ ଜିଲାସ୍ତରୀୟ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଭୋଟ ହାତେଇବା ପାଇଁ ଏହି ଯୋଜନା କରିଥିଲେ। ଯୋଗ୍ୟ ଓ ଅଯୋଗ୍ୟଙ୍କୁ ଟଙ୍କା ଦେଇସାରିବା ପରେ ଏଭଳି ଚିହ୍ନଟ କରିବା ହାସ୍ୟାସ୍ପଦ ବୋଲି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?