Posted inରାଜ୍ୟ

କାଳିଆପଡ଼ାଠାରେ ୩ କାର୍‌ ଦୁର୍ଘଟଣାଗ୍ରସ୍ତ: ୭ ଗୁରୁତର

ନୟାଗଡ଼ ଅଫିସ, ୮ା୭: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଆଡ଼କଟା କାଳିଆପଡ଼ାଠାରେ ସୋମବାର ସକାଳେ ୨ଟି ବରଯାତ୍ରୀ କାର୍‌ ସହ ଅନ୍ୟ ଏକ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରତର ରହିଛି। ସେମାନେ ହେଲେ ଦଶପଲ୍ଲା ହାଟସାହିର ପାଣ୍ଡବ ସ୍ବାଇଁ, ନବ କିଶୋର ପ୍ରଧାନ, ବାଣପୁରର ପ୍ରଶାନ୍ତ ସ୍ବାଇଁ, ଉଲା ବାରିକ, ଚିଲିକାର ରମେଶ ପ୍ରଧାନ, ଭାରତୀ ପ୍ରଧାନ, ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ।
ପ୍ରକାଶ ଯେ, ଦଶପଲ୍ଲା ହାଟସାହିରେ ଏକ ବିବାହ କାର୍ଯ୍ୟକ୍ରମ ରହିଥିଲା। ବରଙ୍କ ସମ୍ପର୍କୀୟମାନେ ଦୁଇଟି କାର୍‌ ଯୋଗେ କଣ୍ଟିଲୋ ବିଜିପୁରକୁ ବରଯାତ୍ରୀ ଭାବେ ଯାଇଥିଲେ। ସେଠାରୁ ସେମାନେ ଦଶପଲ୍ଲାକୁ ଫେରୁଥିବା ବେଳେ କାଳିଆପଡ଼ାଠାରେ ଗଣିଆପଟୁ ଆସୁଥିବା ଏକ କାର୍‌ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ପ୍ରଥମ ବରଯାତ୍ରୀ କାର୍‌କୁ ଧକ୍କା ଦେବାପରେ ପଛରେ ଆସୁଥିବା ଆଉ ଏକ କାର୍‌କୁ ମଧ୍ୟ ଧକ୍କା ହୋଇଥିଲା। ଫଳରେ ୩ଟି ଗାଡ଼ିରେ ଥିବା ୧୨ଜଣ ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri