କାର୍‌ ଆଗ ସିଟ୍‌ରେ ବେଲ୍ଟ ବାନ୍ଧି ଶିଶୁଙ୍କୁ ନେବା ମନା : ପୋଲିସ କମିଶନରଙ୍କ ଚିଠିର ଉତ୍ତର ରଖିଲେ ଆର୍‌ଟିଓ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : କାର୍‌ର ଆଗ ସିଟ୍‌ରେ ୬ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷ ବୟସର ପିଲାଙ୍କୁ ବସାଇ ନେବା ମନା। ଏପରିକି ସିଟ୍‌ ବେଲ୍ଟ ବାନ୍ଧି ନିଆଯିବା ମଧ୍ୟ ଠିକ୍‌ ନୁହେଁ। ଏହା ଶିଶୁଙ୍କ ପାଇଁ ବିପଦ ଆଣିପାରେ। ତେଣୁ ଏହାକୁ ଦଣ୍ଡନୀୟ ଭାବେ ବିଚାର କରାଯାଇପାରେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆର୍‌ଟିଓ ସୂଚନା ଆଧାରରେ କହିଛନ୍ତି।
ମିଳିଥିବା ସୂଚନାନୁସାରେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କାରଣ ଏଯାଏ ବହୁ ନିୟମ ବିଷୟରେ ଲୋକେ ଜାଣିନାହାନ୍ତି। ଏଥିପାଇଁ କମିଶନର ଷଡ଼ଙ୍ଗୀ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହୋଇଛନ୍ତି। ନିକଟରେ ଜଣେ ବ୍ୟକ୍ତି କମିଶନରଙ୍କୁ ଟୁଇଟ୍‌ କରି କାର୍‌ରେ ଛୋଟ ଶିଶୁଙ୍କ ଯାତାୟାତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏ ସଂକ୍ରାନ୍ତରେ ଉତ୍ତର ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆର୍‌ଟିଓ-୧କୁ ଜଣାଇବାକୁ କୁହାଯାଇଥିଲା। ଆର୍‌ଟିଓ ପ୍ରଦୀପ ମହାନ୍ତି ଜଣାଇନ୍ତି ଯେ, କାର୍‌ର ଆଗ ସିଟ୍‌ରେ ୬ ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷର ଶିଶୁଙ୍କୁ ସିଟ୍‌ବେଲ୍ଟ ବାନ୍ଧି କେହି ନେଇପାରିବେ ନାହିଁ। କାରଣ ଗାଡ଼ିଟି ହମ୍ସ କିମ୍ବା ଖାଲରେ ପଡ଼ିଗଲେ ପିଲାଟି ସିଟ୍‌ରୁ ବାହାରି ଯିବାର ସମ୍ଭାବନା ରହିଛି। ତେଣୁ ଶିଶୁଙ୍କୁ ଏଭଳି ନେବା ଦଣ୍ଡନୀୟ। କିନ୍ତୁ କାର ଆଗରେ ଜଣେ ବୟସ୍କ ବ୍ୟକ୍ତି ଏହି ବୟସର ଶିଶୁଙ୍କୁ ଧରି ନିଜେ ସିଟ୍‌ବେଲ୍ଟ ବାନ୍ଧି ନେଇପାରିବେ ବୋଲି ଆର୍‌ଟିଓ ମହାନ୍ତି କହିଛନ୍ତି।
କେବଳ ଏହି ଗୋଟିଏ ସମସ୍ୟା ନୁହେଁ, ସାଇବର ଅପରାଧ ହେଉ କିମ୍ବା ଡିଏଲ୍‌ ହଜିଯିବା କଥା ହେଉ ଅଥବା ଛୋଟବଡ଼ କୌଣସି ସମସ୍ୟା ହେଉ ପୋଲିସ କମିଶନର ନିଜ ଟୁଇଟ୍‌ ମାଧ୍ୟମରେ ସମାଧାନର ବାଟ ବତାଉଛନ୍ତି। ଯଦି କୌଣସି ବ୍ୟକ୍ତି ଏକ ଥାନାରୁ ନ୍ୟାୟ ପାଇପାରୁନାହାନ୍ତି, ସେ ଘଟଣା ସମ୍ପର୍କରେ କମିଶନରଙ୍କୁ ଜଣାଇଲେ ତୁରନ୍ତ ତଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ତେଣୁ ଟୁଇଟ୍‌ ମାଧ୍ୟମରେ ସମସ୍ୟା ଜଣାଇବାକୁ କମିଶନର ଷଡ଼ଙ୍ଗୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri