କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଉଦ୍‌ଘାଟନ ପର୍ବ ଶେଷ କରାଯାଇଥିଲା। ହେଲେ ଏହି ଉଦଘାଟିତ ଶିଶୁ ପାର୍କଟି ଅଦ୍ୟାବଧି ଶିଶୁଙ୍କ ମନୋରଞ୍ଜନରେ ଆସିପାରୁନି। ପାର୍କ ପରିସରରେ ଅନାବନା ଘାସ ଲଟାରେ ପରିପୁର୍ଣ୍ଣ ରହିଥିବା ବେଳେ ମୁଖ୍ୟ ଗେଟ୍‌ରେ ତାଲା ଝୁଲୁଛି ଏବଂ ପାର୍କର ପ୍ରବେଶ ଦ୍ୱାରରେ ମୋରମ ଢଳାଯାଇ ରାସ୍ତା ଅବରୋଧ କରାଯାଇଛି। ଏଭଳି ଘଟଣାକୁ ନେଇ ମାସକ ତଳେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶିଶୁ ପାର୍କ ତୁରନ୍ତ ଖୋଲା ଯିବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ହେଲେ ପ୍ରଶାସନିକ ଅଧିକାରୀମାନେ ଏଥିରେ କର୍ଣ୍ଣପାତ କରି ନ ଥିଲେ। ପୁନର୍ବାର ୧୯ ତାରିଖ ସୋମବାର ଆନନ୍ଦପୁର ବ୍ଲକ ପରିସରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରେସ୍‌ କ୍ଲବର ସଦସ୍ୟମାନେ ଜିଲାପାଳ ଆଶିଷ ଠାକରେଙ୍କୁ ସାକ୍ଷାତ କରି ଶିଶୁ ପାର୍କ ଶିଶୁ ମାନଙ୍କ ବ୍ୟବହାର ପାଇଁ ଖୋଲାଯିବାକୁ ଦାବି କରାଯାଇଥିଲା। ଜିଲାପାଳ ଠାକରେ ଆନନ୍ଦପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଦୁଇ ଦିନ ମଧ୍ୟରେ ପାର୍କର ସମସ୍ତ କାର୍ଯ୍ୟ ଶେଷ କରି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲାପାଳଙ୍କ ନିର୍ଦ୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ ପାଇଁ ଦାବି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ (ପରିବେଶ ପର୍ଯ୍ୟଟନ) ପାଇଁ ଦାବି ହୋଇଛି। ଏନେଇ ଶୁକ୍ରବାର ଭବାନୀପାଟଣାରେ ଜଙ୍ଗଲ ଓ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ଅଟୋ ରିକ୍ସା ଶୋଭାଯାତ୍ରା: ଏହିସବୁ ଦାବି ରଖିଲେ…

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିସହ…

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri