କାନ୍ଥରେ ଗୌରବ ଗାଥା

ଢେଙ୍କାନାଳ ଅଫିସ, ୧୬।୩: କାନ୍ଥ ବଖାଣୁଛି ଗୌରବ ଗାଥା। ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଲୋକକଳା, ସାହିତ୍ୟ, ବ୍ୟକ୍ତିତ୍ୱ ସବୁକିଛି ଝଲସି ଉଠିଛି କାନ୍ଥରେ। ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନର କାନ୍ଥରେ ଏପରି ରଙ୍ଗବେରଙ୍ଗର ଚିତ୍ର ଆନମନା କରୁଛି ପର୍ଯ୍ୟଟକଙ୍କୁ। ରଙ୍ଗତୂଳୀରେ ନିଖୁଣ କଳାକୁ ଦେଖିଲେ ଲାଗୁଛି ଐତିହ୍ୟସମ୍ପନ୍ନ ଢେଙ୍କାନାଳ ସହର ଆଦର୍ଶ ସହର ଆଡ଼କୁ ପାଦ ବଢ଼ାଉଛି।
ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୯ରେ ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ଏହାକୁ ସାକାର ରୂପ ଦେବାକୁ ଅଣ୍ଟା ଭିଡ଼ିଛି ପୌରସଂସ୍ଥା। ପ୍ରାଥମିକ ପର୍ଯ୍ୟାୟରେ ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅଗ୍ରାଧିକାର ଦିଆଯାଇଛି। ଏହି କ୍ରମରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଷ୍ଟାଡିୟମ, ମିନି ଷ୍ଟାଡିୟମ, ପ୍ରଶାସନିକ ଅଧିକାରୀଙ୍କ ଆବାସିକ ଗୃହ ପାଚେରିଗୁଡ଼ିକରେ ଜିଲାର ଐତିହ୍ୟ ବିଭବକୁ ପ୍ରତିପାଦିତ କରୁଥିବା ଭଳି ଚିତ୍ର ଅଙ୍କାଯାଉଛି।
ପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା, କପିଳାସ ଶୈବପୀଠ, ମହିମା ସନ୍ନ୍ୟାସୀ, ଶହୀଦ ବାଜି ରାଉତ, ସପ୍ତଶଯ୍ୟାର ସବୁଜିମା, କପିଳାସ ଚିଡ଼ିଆଖାନା, ସଂରକ୍ଷିତ ଅଭୟାରଣ୍ୟ, ସମର କବି ବ୍ରଜନାଥ ବଡ଼ଜେନା, ମହାତ୍ମା ଗାନ୍ଧୀ, ସଂଗ୍ରାମୀ ସାରଙ୍ଗଧର ଦାସ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ନାରୀକବି ସୁଲକ୍ଷଣା ଦେବୀ, ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଚିତ୍ର କାନ୍ଥର ଶୋଭା ବଢ଼ାଉଛି। ଏଥିସହ ବିଭିନ୍ନ କ୍ରୀଡ଼ା, ଯୋଗାସନ, କନ୍ୟାସନ୍ତାନ ସୁରକ୍ଷା, ସମଗ୍ର ଶିକ୍ଷା ସମ୍ପର୍କିତ ଚିତ୍ର ଜନସଚେତନତା ସୃଷ୍ଟି କରୁଛି। ସେହିପରି କଣ୍ଢେଇନାଚ, ବିଭିନ୍ନ ଭଙ୍ଗୀରେ ଥିବା ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ଛବି ବେଶ୍‌ ଆକର୍ଷଣୀୟ ହୋଇଛି।
ଆଦର୍ଶ ସହର ପରିକଳ୍ପନା କେବଳ ଚିତ୍ରରେ ସୀମିତ ହୋଇ ରହିବ ନାହିଁ। ବାସହୀନଙ୍କୁ ଥଇଥାନ କରିବାକୁ ସ୍ଥାନୀୟ କାଠଗଡ଼ାରେ ୮ ଏକର ଜମି ଚିହ୍ନଟ କରାଯାଇଛି। ଏହି ଜାଗାରେ ଥଇଥାନ କଲୋନୀ ନିର୍ମାଣ କରାଯିବ। ମହିଷାପାଟରେ ୫ ଏକର ଜାଗାରେ ସ୍ମାର୍ଟ ପାର୍କ ନିର୍ମାଣ ହେବ। ଏଥି ଲାଗି ୧ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଦୀର୍ଘ ୨୦ବର୍ଷ ହେଲା ପୁରୁଣା ପୋଲିସ କାର୍ଯ୍ୟାଳୟ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଡ୍ରିଟ୍‌ ପାର୍କକୁ ପୁନରୁଦ୍ଧାର କରାଯିବ। ସହରର ଆବର୍ଜନା ପରିଚାଳନା ଲାଗି ଡମ୍ପିଂୟାର୍ଡ କରାଯାଇଛି। ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ, ନୂଆପୋଖରୀ ଓ କୁଞ୍ଜକାନ୍ତ ପୋଖରୀର ବିକାଶ କରାଯିବ। ଏଥିରେ ୫୦ ଲକ୍ଷ ଟଙ୍କା ଲେଖାଏ ବ୍ୟୟ ହେବ। ପୋଖରୀ ଚାରିପଟେ ଚଲାପଥ ରହିବ। ଆରଟିଓ ଅଫିସ ନିକଟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଡିଟୋରିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୋପବନ୍ଧୁ ଟାଉନ୍‌ ହଲ୍‌ର ବିକାଶ ଲାଗି ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମହିଷାପାଟ, ସୁଆଗୀ ଶ୍ମଶାନ ଅତ୍ୟାଧୁନିକ ରୂପ ପାଇବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ବାଦ୍‌ଦେଲେ ସହରର ଗଳିକନ୍ଦି, ରାସ୍ତାଘାଟର ଉନ୍ନତୀକରଣ ହେବ। ଡ୍ରେନେଜ ବ୍ୟବସ୍ଥା, ସବୁ ଅଞ୍ଚଳକୁ ଆଲୋକୀକରଣ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପୌରସଂସ୍ଥା ପକ୍ଷରୁ ଯୋଜନା କରାଯାଇଛି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଆଦର୍ଶ ସହର ଘୋଷଣା କରାଯିବା ପରେ ସହରକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଐତିହ୍ୟ, କଳାସଂସ୍କୃତିକୁ ସାଉଁଟି ରଖିବାକୁ ଚିତ୍ର ଅଙ୍କାଯାଉଛି। ଯୋଜନା କାର୍ଯ୍ୟକାରୀ କରିବା ଲାଗି ଅର୍ଥମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri