କାଦୁଆ ଆଶ୍ରମ ଏବେ ଜରାଜୀର୍ଣ୍ଣ

ପୁରୀ ଅଫିସ/ସାକ୍ଷୀଗୋପାଳ, ୪ା୮ (ଡି.ଏନ.ଏ.): ସାକ୍ଷୀଗୋପାଳ ନିକଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ କାଦୁଆ ଗଁ।। ଏହି ଗଁ।ରେ ୧୯୨୫ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତିଆରି କରିଥିଲେ ଦରିଦ୍ର ନାରାୟଣ ସେବା ସଂଘ। ଲୋକମୁଖରେ ଏହା କାଦୁଆ ଆଶ୍ରମ ଭାବେ ପରିଚିତ। ଗୋପବନ୍ଧୁଙ୍କ ସେବାର ସନ୍ତକ ଭାବେ ସ୍ମୃତି ବହନ କରୁଥିବା ଏହି ଆଶ୍ରମରେ ଗରିବ ଏବଂ ଅସହାୟ ଲୋକଙ୍କୁ କାମ ଧନ୍ଦା ଯୋଗାଇ ଦିଆଯାଉଥିଲା। ସୂତା କାଟିବା, ତନ୍ତରେ ଖଦି ବସ୍ତ୍ର ତିଆରି କରିବା, ବସ୍ତ୍ରରେ ରଙ୍ଗ ଦେବା, ମହୁ ଓ ଏଣ୍ଡିପୋକ ଚାଷ, ଘଣାରେ ତେଲ ପେଡ଼ିିବା ଆଦି କାମ କରୁଥିଲେ ଅନେକ ଲୋକ। ଏଥିସହ ପ୍ରାକୃତିକ ବିପତ୍ତି ଯେପରି କି ବନ୍ୟା, ବାତ୍ୟା, ଘରପୋଡ଼ି ସମୟରେ ଗୋପବନ୍ଧୁଙ୍କ ପ୍ରେରଣାରେ ବିପନ୍ନଙ୍କୁ ସେବା ମଧ୍ୟ ଯୋଗାଇ ଦେଉଥିଲେ। ଏହାବ୍ୟତୀତ ଏହି ଆଶ୍ରମ ପରିସରରେ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଥିଲା। ସମାଜ ବିକାଶରେ ଏହି ଆଶ୍ରମର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଘରେ ଘରେ ଖଦିର ପ୍ରସାର, ସୂତା କାଟି ବସ୍ତ୍ର ତିଆରି କରିବା, ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା, କୁଟି ଖାଅ କାଟି ପିନ୍ଧର ବାର୍ତ୍ତା ଘରେ ଘରେ ପହଞ୍ଚାଇବାର ମାଧ୍ୟମ ପାଲଟିଥିଲା ଏହି ଆଶ୍ରମ। ବିଭିନ୍ନ ସଭା ସମାବେଶ ଏବଂ ପୂଜ୍ୟପୂଜା, ସେବାଶିବିର ଏଠାରେ ଆୟୋଜନ ହେଉଥିବାବେଳେ ଏକଦା ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଆଶ୍ରମରେ ପାଦ ଥାପି ଗୋଟିଏ ରାତି ବିତାଇଥିଲେ। ଗୋପବନ୍ଧୁଙ୍କ ଜନସେବାକୁ ସେ ଢେର ପ୍ରଶଂସା ମଧ୍ୟ କରିଥିଲେ। ଏଭଳି ଐତିହ୍ୟର ସ୍ମୃତି ବହନ କରୁଥିବା ଏହି ଆଶ୍ରମ ଆଜି ଖଁ। ଖଁ। । ୨୦/୨୫ ବର୍ଷ ହେବ ଏକପ୍ରକାର ନିସ୍ତବ୍ଧ ପାଲଟିଥିବା ଆଶ୍ରମ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ଏହା ପରିସରରେ ଥିବା ଘରଗୁଡ଼ିକ ଭାଙ୍ଗି ଯାଇଥିବାବେଳେ ଏହାର ପୁନରୁଦ୍ଧାର ଦିଗରେ କେହି ନଜର ଦେଉନାହାନ୍ତି । ଫଳରେ ଏ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଜଗଦ୍ଦେବ କହିଛନ୍ତି, ସ୍ବଦେଶୀ ସ୍ବାବଲମ୍ବନ ଏବଂ ସେବା ହିଁ ଏହି ଆଶ୍ରମର ମୂଳମନ୍ତ୍ର ଥିଲା। ହେଲେ ଐତିହ୍ୟକୁ ଜାବୁଡ଼ି ଧରିଥିବା ଏହି ଆଶ୍ରମ ଉପେକ୍ଷିତ ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଜରୁରୀ ହୋଇପଡିଛି ବୋଲି ଜଗଦ୍ଦେବ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?