କଳିଙ୍ଗରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୪।୯(ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ। ଆଉ ଠିକ୍‌ ଦୁଇମାସ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବ। ଗୁରୁବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ସେ ବିଶ୍ୱକପ ଟ୍ରଫି ଓ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂ, ଓଡ଼ିଶା ହକି ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ତଥା କମିଶନର ଆର୍‌. ଭିନିଲ କ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ମେଗା ଇଭେଣ୍ଟ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖରେ ଶେଷ ହେବ। ୫ଟି କନ୍‌ଫେଡେରେଶନରୁ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଏହି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବେ। ଗତଥରର ଚାମ୍ପିୟନ ଭାରତ ସମେତ କୋରିଆ, ମାଲେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ, ଆମେରିକା, କାନାଡା, ଚିଲି ଓ ଆର୍ଜେଣ୍ଟିନା ଏଥିରେ ଭାଗନେବେ। ତେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ଏହି ବିଶ୍ୱକପ୍‌ରୁ ଓହରିଯାଇଛନ୍ତି। ୨୧ ବର୍ଷରୁ କମ୍‌ ବର୍ଗରେ ଏହି ବିଶ୍ୱକପ୍‌ ଏବେ ପ୍ରତି ଚାରିବର୍ଷରେ ଥରେ ଆୟୋଜନ ହେଉଛି। ବିଶ୍ୱକପ୍‌ର ଗତ ସଂସ୍କରଣ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଓ ଏଥିରେ ଭାରତ ଟାଇଟଲ ହାସଲ କରିଥିଲା।
ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଦ୍ୱାଦଶ ସଂସ୍କରଣର ଆୟୋଜନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖମନ୍ତ୍ରୀ ଗ୍ରହଣ କରିଥିଲେ। ଏହା ପ୍ରଥମେ ଗୁଆହାଟୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ପୂର୍ବରୁ କିଳଙ୍ଗ ଷ୍ଟାଡିୟମରେ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ହକି ଇଭେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଓଡ଼ିଶା ଏବେ ଜାତୀୟ ହକିର ପେଣ୍ଠସ୍ଥଳୀରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହକିର ପ୍ରଚାର, ପ୍ରସାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିବେ। ବିଶ୍ୱସ୍ତରରେ ଭାରତ ହକିରେ ଆହୁରି ଉଲ୍ଲେଖନୀୟ ସଫଳତା ପାଇବା ପାଇଁ ରାଜ୍ୟ ସରକାର କ୍ଷମତା ଅନୁଯାୟୀ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ବିଶ୍ୱକପ୍‌ ଆୟୋଜନ କରିବାକୁ ଓ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳକୁ ସ୍ବାଗତ କରିବାକୁ ଆମେ ଉତ୍ସାହିତ ଅଛୁ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଆମେ ଏହି ବିଶ୍ୱକପ୍‌କୁ ଏକ ସୁରକ୍ଷିତ ପରିବେଶରେ ସଫଳତାର ସହ ଆୟୋଜନ କରିବାକୁ ପ୍ରାଧାନ୍ୟ ଦେବୁ। ହାତରେ ଖୁବ୍‌ କମ୍‌ ସମୟ ଥିବା ବେଳେ ବିଶ୍ୱକପ୍‌ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଦେଶର ସମ୍ମାନ ରକ୍ଷା କରିବାକୁ ଯାଇ ଆମେ ଏହି ପ୍ରସ୍ତାବ ଗ୍ରହଣ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ପୁରୁଷ ଓ ମହିଳା ହକି ଦଳର ସଫଳତା ପଛରେ ଓଡ଼ିଶାର ଅବଦାନ କଥା ସେ ଉଲ୍ଲେଖ କରିଥିଲେ। ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍‌ ପଦକ ହାସଲ କରିଥିଲା ଓ ମହିଳା ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବା ସହ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରି ଇତିହାସ ସୃଷ୍ଟି କରିଥିଲା। ପୂର୍ବରୁ ମଧ୍ୟ ଓଡ଼ିଶା ୨୦୧୭ରେ ସମାନ ଢଙ୍ଗରେ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିଥିଲା। ଆୟୋଜନରୁ ରାଞ୍ଚି ଶେଷ ମୁହୂର୍ତ୍ତରେ ଓହରିଯିବା ପରେ ଓଡ଼ିଶା ମାତ୍ର ୯୦ ଦିନ ମଧ୍ୟରେ ଏହି ମେଗା ଇଭେଣ୍ଟକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରି ଉଦାହରଣ ସୃଷ୍ଟି କରିଥିଲା।
୨୧ ବର୍ଷରୁ କମ୍‌ ତଥା ଜୁନିୟର ବିଶ୍ୱକପ୍‌ ଏଫ୍‌ଆଇଏଚ୍‌ କ୍ୟାଲେଣ୍ଡରର ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ। ଏହାକୁ ଆୟୋଜନ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ଏହା ନିଶ୍ଚିତ ଭାବେ ଏକ ବଡ଼ କଥା ବୋଲି ବାତ୍ରା କହିଛନ୍ତି। ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି ଓ ଏଠାରେ କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି। ହକି ଓ କ୍ରୀଡ଼ାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସ ପ୍ରଶଂସନୀୟ। କୋଭିଡ୍‌-୧୯ ପ୍ରୋଟୋକଲ ଅନୁଯାୟୀ ଏହି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ ହେବ ବୋଲି ବାତ୍ରା ଆଶା ପ୍ରକାଶ କରିଛନ୍ତି। ସେହିପରି କ୍ରମାଗତ ଦୁଇଟି ଜୁନିୟର ବିଶ୍ୱକପ୍‌ ଆୟୋଜନ କରିବା ଭାରତ ତଥା ହକି ଇଣ୍ଡିଆ ପାଇଁ ଏକ ଗୌରବର ବିଷୟ ବୋଲି ରାଜିନ୍ଦର କହିଛନ୍ତି। ପୂର୍ବରୁ ୨୦୧୬ରେ ଲକ୍ଷ୍ନୌରେ ବିଶ୍ୱକପ୍‌ର ଗତ ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଥିଲା। ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ପୁଣି ଥରେ ଏହି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ ହେବ ବୋଲି ସେ କହିଛନ୍ତି। ହକି ଓ କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ତାଙ୍କ ପ୍ରୟାସକୁ ଆହୁରି ତ୍ୱରାନ୍ବିତ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri