କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ ଅଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ କରିବା ପର୍ଯ୍ୟନ୍ତ ସବୁଠି ୫-ଟି ଫେଲ୍‌ ମାରିଥିବା ମନେହେଉଛି। ଯାଜପୁର ଜିଲା ରସୁଲପୁର ବ୍ଲକର ହିତାଧିକାରୀଙ୍କ ପାଇଁ ଆସୁଥିବା ରାଶନ ସାମଗ୍ରୀକୁ ହଡ଼ପ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। କଳାବଜାରରେ ସାଧାରଣ ବଣ୍ଟନ ସାମଗ୍ରୀ ବିକ୍ରି ହେବା ଘଟଣା ୫-ଟିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି ା ଏଦିଗରେ ଅସାଧୁ ବ୍ୟବସାୟୀ, ପରିବହନ ସଂସ୍ଥା, ଜିଲା ପ୍ରଶାସନର ଭୂମିକା ଉପରକୁ ଅଙ୍ଗୁଳି ଉଠୁଛି। ଏହି ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବରଜପୁର ଗ୍ରାମର ଏକ କୋଠଘରେ ବେଆଇନ ଭାବେ ରାଶନ ସାମଗ୍ରୀ ମହଜୁଦ ରହିଥିବା ଜଣାପଡ଼ିବା ପରେ ମଙ୍ଗଳବାର ରାତିରେ ରସୁଲ୍‌ପୁର ବ୍ଲକ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ ସେଠାରେ ଚଢ଼ାଉ କରି ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ କରିଛନ୍ତି। ଏହି ଘଟଣାରୁ ଏଠାରେ କିପରି ଭାବରେ କଳାବଜାରୀ ଚାଲିଛି ତାହା ସହଜରେ ଅନୁମେୟ ହୋଇଯାଇଛି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟା ୭ଟା ୧୯ମିନିଟ୍‌ରେ ଏକ ଚାଉଳ ବୋଝେଇ ଟ୍ରକ୍‌ ନଂ- ଓଆର୦୯- ଇ-୦୦୩୩ ବରଜପୁର ଗ୍ରାମ ଭିତରକୁ ଆସିଥିଲା ା କୋଠଘର ନିକଟରେ ଚାଉଳ ବସ୍ତା ଖଲାସ କରୁଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବାକୁ ପାଇଥିଲେ। ଚାଉଳ ବୋଝେଇ ଟ୍ରକ୍‌ ସମ୍ମୁଖରେ ଲାଗିଥିବା ବ୍ୟାନରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡିଶା ରାଜ୍ୟ ଯୋଗାଣ ନିଗମ-ଯାଜପୁର ଜିଲା, ପରିବହନ ସଂସ୍ଥାର ନାମ ପ୍ରଫୁଲ ସାହୁ ବୋଲି ଉଲ୍ଲେଖ ଥିଲା। ଉକ୍ତ ବ୍ୟାନରରୁ ଟ୍ରକ୍‌ରେ ବୋଝେଇ ଚାଉଳ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣା ପଡ଼ିଛି। ଏହିଭଳି ପ୍ରତ୍ୟେକ ମାସରେ ଟ୍ରକ୍‌ ଟ୍ରକ୍‌ ଚାଉଳ ଆସି ଏଠାରେ ଖଲାସ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତାହା କେଉଁ ବ୍ୟବସାୟୀଙ୍କ ହୋଇଥାଇ ପାରେ ବୋଲି ଲୋକେ ମନେ କରିଆସୁଛନ୍ତି। ମାତ୍ର ଟ୍ରକ ସମ୍ମୁଖରେ ଲାଗିଥିବା ବ୍ୟାନର ରାଶନ ଚାଉଳ କଳାବାଜାରୀ ଉପରୁ ପରଦା ହଟାଇ ଦେଇଛି। ବର୍ଷବର୍ଷ ଧରି ଏହି କାରବାର ଚାଲି ଆସୁଛି । ପରିବହନ ସଂସ୍ଥା ପକ୍ଷରୁ ଡିଲର ପଏଣ୍ଟରେ କମ୍‌ ଓଜନର ଚାଉଳ ବସ୍ତା ଯୋଗାଇବା, ବ୍ଲକର ଗାଁ ଗଣ୍ଡାରେ ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଇବା, ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ଚାଉଳ ସଂଗ୍ରହ ନ କରି ଡିଲରମାନଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରିବା ଭଳି କେତେକ ବଳିଷ୍ଠ କାରଣରୁ ଚାଉଳ ଓ ଗହମ ବଳକା ରହୁଛି। ଡିଲରମାନେ ଆବଶ୍ୟକ ପରିମାଣର କୋଟାଠାରୁ କମ୍‌ ପରିମାଣର ଚାଉଳ ଉଠାଉଛନ୍ତି। ଏଦିଗରେ ପରିବହନ ସଂସ୍ଥା, ଡିଲର ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ବୁଝାବଣା ହୋଇଯାଉଛି। ଡିଲର ପଏଣ୍ଟକୁ ନ ଆସି ସିଧାସଳଖ ଟ୍ରକ ଟ୍ରକ ବୋଝେଇ ରାଶନ ଚାଉଳ ବାଟମାରଣା ହୋଇଯାଉଛି। ଏପରି କି ଯୋଗାଣ ନିଗମରୁ ଆସୁଥିବା ଟ୍ରକ୍‌ ବୋଝେଇ ଚାଉଳ ଗନ୍ତବ୍ୟସ୍ଥଳକୁ ନ ଆସି କଳାବଜାରୀଙ୍କ ଗୋଦାମକୁ ଚାଲି ଯାଉଛି ବୋଲି ଏଠାରେ ମିଳିଥିବା ସୁରାକରୁ ଜଣାପଡିଛି। ପ୍ରକାଶ ଥାଉ କି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଖାଦ୍ୟ ସୁରକ୍ଷା ଆଇନ ଓ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଖାଉଟିଙ୍କୁ ଟଙ୍କିକିଆ ଚାଉଳ ଓ ଗହମ ଯୋଗାଇ ଆସୁଛନ୍ତି। ଉକ୍ତ ଯୋଜନା ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହି ଯୋଜନା ସମ୍ପୂର୍ଣ ବାଟବଣା ହୋଇଛି । ଗରିବଙ୍କ ନାଁରେ ଆସୁଥିବା ଚାଉଳ କଳାବଜାରରେ ବିକ୍ରି ହେଉଛି । ଆଧାର ସଂଯୋଗ କରିବା ପରେ ସମଗ୍ର ବ୍ଲକ ଅଞ୍ଚଳରେ ୧୦ହଜାରୁ ଊର୍ଦ୍ଧ୍ୱ ଭୂତ ହିତାଧିକାରୀ ଧରାପଡିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିଲା। ଉକ୍ତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଚାଉଳ କେଉଁଆଡେ ଯାଉଥିଲା ତା ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଏଠାରେ ଜନୈକ ବ୍ୟବସାୟୀଙ୍କ ଗୋଦାମ ଘରେ ସାଧାରଣ ବଣ୍ଟନ ଚାଉଳ ଖଲାସ ହେବା ଘଟଣା ପ୍ରଘଟିତ ହେବା ପରେ ଏ ଦିଗରେ ରହିଥିବା ସନ୍ଦେହ ଉପରୁ ପରଦା ହଟି ଯାଇଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ରାଶନ ସାମଗ୍ରୀ ହଡ଼ପରେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ଜିଲାରେ କଳାବଜାରରେ ବିକ୍ରି ହେଉଥିବା ରାଶନ ସାମଗ୍ରୀ ସମ୍ପର୍କରେ ତଦନ୍ତ କରାଗଲେ ଏ ଦିଗରେ ହେଉଥିବା ବହୁ ଅନୈତିକ କାରବାର ଉପରୁ ପରଦା ହଟି ଯାଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri