କର୍ଲାମୁଣ୍ଡା ବ୍ଲକ: ୯ କେନ୍ଦ୍ରର ଘର ନାଁଇଁନ, ବିପଦ୍‌ ଅବସ୍‌ତାରେ ୩ କେନ୍ଦ୍ର

କର୍ଲାମୁଣ୍ଡା, ୧୧।୧୧(ଡି.ଏନ୍‌.ଏ.)-
ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆନେ ଜନସାଧାରନକୁଁ ଭିନେ ଭିନେ ସେବା ଯୁଗେଇ ଦେଉଛନ୍‌। ସେଥିରଲାଗି କେନ୍ଦ୍ରରେ ଝନେ କରମୀ ଆର ସହାୟିକାକୁଁ ନିଯୁକ୍ତ କରିଛନ୍‌। ହେଲେ ଅନେକ ଜାଗାରେ ଭିତିଭୂମି ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ବାଟ୍‌ବନା ହେଉଛେ। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ।
ସୂଚନା ଅନ୍‌ସାରେ କର୍ଲାମୁଣ୍ଡା ବ୍ଲକର ୧୨ଟା ପଁଚେତ୍‌ରେ ମୋଟ ୭୪ଟା ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। ସେ ଭିତରୁ ବିଜାପାଟି, ରିଞ୍ଜା(ଧରଣୀପଡ଼ା), ବାଗବୁରାଇ, ଝାରମୁଣ୍ଡା ପରମୁଖ ଗଁାରେ ଅଙ୍ଗନଓ୍ବାଡି କେନ୍ଦ୍ରର ଘର ତିଆର ହେଇ ନାଇଁପାରବାର। ସେନ୍‌ତା କର୍ଲାମୁଣ୍ଡା (ବସ୍ତି), ଗୋଇନ୍ଦମୁଣ୍ଡା, ଫଲସାପଡ଼ା, ଝିଲାପିପଡ଼ା, ତେରେକେଲା, କୁଶୁର୍ଲା(୧), ଏକାତରା ଆର ରେଙ୍ଗାଲି କେନ୍ଦ୍ରର ଘର ଦରଖଁଡ଼ିଆ ହେଇ ପଡ଼ିଛେ। ଇଆଡ଼େ ଭଟାପଲା, ସାପଲହରା, ବୋରପଦର, ସାନଡୁଙ୍ଗୁରୀଗୁଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ରମାନ ବିପଦ୍‌ ଅବସ୍‌ତାରେ ରହିଛେ। ସେନ୍‌ତା ବ୍ଲକର ଡଙ୍ଗରମୁଣ୍ଡା, ସାଲେପାଲି, ସିଆଲପଲା, ଟିକିରାପଡ଼ା, ଭଟାପଲା(ଧରଣୀପଡ଼ା), ସରଦାପୁର, କେର୍ଣ୍ଣାପଲା, ଭୀମଖୋଜପଡ଼ାରେ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ଦରକାର ଥିଲାବେଲେ ପରଶାସନ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଇ ଗଁାମାନକର ଜନସାଧାରନ ଅନେକ ସୁବିଧା ସୁଯୋଗରୁ ବଁଚିତ ହେଉଛନ୍‌। ଇ ବାବ୍‌ଦେ ଥାନୀଅ ସିଡିପିଓ ପାର୍ବତୀ ସାହୁକୁଁ ପଚରାଲାରୁ ଅଙ୍ଗନଓ୍ବାଡି କେନ୍ଦ୍ରର ଘର ତିଆରି କାମ ଶେଷ ନାଇଁପାରବାର। ସେଥିରଲାଗି କେତେ ଜାଗାରେ ପାସର ସ୍କୁଲମାନକେ ଅଙ୍ଗଓ୍ବାଡି କେନ୍ଦ୍ର ଚାଲୁଛେ ବଲି ସେ କହିଥିଲେ। ସୂଚନା ହିସାବେ ପଁଚେତ୍‌ ସମିତି ଜରିଆରେ ଅଙ୍ଗନଓ୍ବାଡି କେନ୍ଦ୍ର ଘର ତିଆରି କରାଯାଉଛେ। ହେଲେ ଦାଇତିଅରେ ଥିବାର ଯନ୍ତ୍ରୀମାନକର ଅଁାତରିକତା ଅଭାବ ସଂଗେ ପିସି କାରବାର ଲାଗି ଅନେକ କେନ୍ଦ୍ରର ତିଆରି କାମ୍‌ ସରି ନାଇଁ ପାରବାର ବଲି ଝନେ ଠିକାଦାର ନିଜର ନାଁ ଗୁପତ୍‌ ରଖି କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ଥାନୀଅ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାକୁଁ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri