କର୍ଲାମୁଣ୍ଡା ବ୍ଲକ: ୯ କେନ୍ଦ୍ରର ଘର ନାଁଇଁନ, ବିପଦ୍‌ ଅବସ୍‌ତାରେ ୩ କେନ୍ଦ୍ର

କର୍ଲାମୁଣ୍ଡା, ୧୧।୧୧(ଡି.ଏନ୍‌.ଏ.)-
ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆନେ ଜନସାଧାରନକୁଁ ଭିନେ ଭିନେ ସେବା ଯୁଗେଇ ଦେଉଛନ୍‌। ସେଥିରଲାଗି କେନ୍ଦ୍ରରେ ଝନେ କରମୀ ଆର ସହାୟିକାକୁଁ ନିଯୁକ୍ତ କରିଛନ୍‌। ହେଲେ ଅନେକ ଜାଗାରେ ଭିତିଭୂମି ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ବାଟ୍‌ବନା ହେଉଛେ। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ।
ସୂଚନା ଅନ୍‌ସାରେ କର୍ଲାମୁଣ୍ଡା ବ୍ଲକର ୧୨ଟା ପଁଚେତ୍‌ରେ ମୋଟ ୭୪ଟା ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। ସେ ଭିତରୁ ବିଜାପାଟି, ରିଞ୍ଜା(ଧରଣୀପଡ଼ା), ବାଗବୁରାଇ, ଝାରମୁଣ୍ଡା ପରମୁଖ ଗଁାରେ ଅଙ୍ଗନଓ୍ବାଡି କେନ୍ଦ୍ରର ଘର ତିଆର ହେଇ ନାଇଁପାରବାର। ସେନ୍‌ତା କର୍ଲାମୁଣ୍ଡା (ବସ୍ତି), ଗୋଇନ୍ଦମୁଣ୍ଡା, ଫଲସାପଡ଼ା, ଝିଲାପିପଡ଼ା, ତେରେକେଲା, କୁଶୁର୍ଲା(୧), ଏକାତରା ଆର ରେଙ୍ଗାଲି କେନ୍ଦ୍ରର ଘର ଦରଖଁଡ଼ିଆ ହେଇ ପଡ଼ିଛେ। ଇଆଡ଼େ ଭଟାପଲା, ସାପଲହରା, ବୋରପଦର, ସାନଡୁଙ୍ଗୁରୀଗୁଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ରମାନ ବିପଦ୍‌ ଅବସ୍‌ତାରେ ରହିଛେ। ସେନ୍‌ତା ବ୍ଲକର ଡଙ୍ଗରମୁଣ୍ଡା, ସାଲେପାଲି, ସିଆଲପଲା, ଟିକିରାପଡ଼ା, ଭଟାପଲା(ଧରଣୀପଡ଼ା), ସରଦାପୁର, କେର୍ଣ୍ଣାପଲା, ଭୀମଖୋଜପଡ଼ାରେ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ଦରକାର ଥିଲାବେଲେ ପରଶାସନ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଇ ଗଁାମାନକର ଜନସାଧାରନ ଅନେକ ସୁବିଧା ସୁଯୋଗରୁ ବଁଚିତ ହେଉଛନ୍‌। ଇ ବାବ୍‌ଦେ ଥାନୀଅ ସିଡିପିଓ ପାର୍ବତୀ ସାହୁକୁଁ ପଚରାଲାରୁ ଅଙ୍ଗନଓ୍ବାଡି କେନ୍ଦ୍ରର ଘର ତିଆରି କାମ ଶେଷ ନାଇଁପାରବାର। ସେଥିରଲାଗି କେତେ ଜାଗାରେ ପାସର ସ୍କୁଲମାନକେ ଅଙ୍ଗଓ୍ବାଡି କେନ୍ଦ୍ର ଚାଲୁଛେ ବଲି ସେ କହିଥିଲେ। ସୂଚନା ହିସାବେ ପଁଚେତ୍‌ ସମିତି ଜରିଆରେ ଅଙ୍ଗନଓ୍ବାଡି କେନ୍ଦ୍ର ଘର ତିଆରି କରାଯାଉଛେ। ହେଲେ ଦାଇତିଅରେ ଥିବାର ଯନ୍ତ୍ରୀମାନକର ଅଁାତରିକତା ଅଭାବ ସଂଗେ ପିସି କାରବାର ଲାଗି ଅନେକ କେନ୍ଦ୍ରର ତିଆରି କାମ୍‌ ସରି ନାଇଁ ପାରବାର ବଲି ଝନେ ଠିକାଦାର ନିଜର ନାଁ ଗୁପତ୍‌ ରଖି କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ଥାନୀଅ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାକୁଁ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri