Posted inଜାତୀୟ

କର୍ନାଟକରେ ସରକାର ବଞ୍ଚାଇବାକୁ କସରତ: କ୍ୟାବିନେଟ୍‌ରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ବେଙ୍ଗାଲୁରୁ,୯ା୭(ପି.ଟି.): କର୍ନାଟକ ବିଧାନସଭାରୁ କଂଗ୍ରେସ ଓ ଜେଡିଏସ୍‌ର ୧୪ ବିଧାୟକ ଇସ୍ତଫା ଦେବା ପରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ଦେଖାଦେଇଥିବା ସଙ୍କଟ ଟାଳିବା ପାଇଁ ଦୁଇ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଉଭୟ ଦଳର ସମସ୍ତ ମନ୍ତ୍ରୀ କୁମାରସ୍ବାମୀଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଲାଗି ସୁଯୋଗ ସୃଷ୍ଟି କରିଛନ୍ତି, ଯାହା ଫଳରେ ବିଦ୍ରୋହୀ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯାଇପାରିବ।
ସୋମବାର ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ୯ ଜଣ ଜେଡିଏସ୍‌ ମନ୍ତ୍ରୀ ସେମାନଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା ଚଳାଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ ଗଢ଼ାଯିବ ବୋଲି ସେ ଟୁଇଟ୍‌ କରିଛନ୍ତି। ଦଳର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଥିବା କଂଗ୍ରେସ ନେତା ବେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର କଂଗ୍ରେସର ୧୦ ଜଣ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ପରେ ସରକାରରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ବାଇର ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। ପୂର୍ବରୁ ଅନ୍ୟ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ।
ସୋମବାର ୨ ସ୍ବାଧୀନ ବିଧାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ସହ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଫଳରେ କୁମାରସ୍ବାମୀ ସରକାରରେ ସଙ୍କଟ ଆହୁରି ବଢ଼ିଯାଇଛି। ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଭାଜପାକୁ ସମର୍ଥନ ଜଣାଇଛନ୍ତି। ସେମାନେ ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ସେମାନଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଇସ୍ତଫା ଦେବା ପରେ ନଗେଶ ମୁମ୍ବାଇ ଯାଇ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗଦେଇଛନ୍ତି। କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନଙ୍କ ଇସ୍ତଫା ଗୃହୀତ ହେଲେ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବ। ଛୁଟିରେ ଥିବା ବାଚସ୍ପତି କେ.ଆର୍‌. ରମେଶକୁମାର ମଙ୍ଗଳବାର କାର୍ଯ୍ୟରେ ଯୋଗଦେବା ପରେ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏହା ପୂର୍ବରୁ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ଲାଗି ଦୁଇ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ଇସ୍ତଫା ଦେଇଥିବା ବିଧାୟକମାନଙ୍କ ସହ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ରାଜି ଏବଂ ସେମାନଙ୍କୁ ଇସ୍ତଫା ପ୍ରତ୍ୟାହାର କରିନେବାକୁ କୁହାଯିବ ବୋଲି ବେଣୁଗୋପାଳ କହିଛନ୍ତି। ସେମାନେ ଦଳକୁ ଫେରିବେ ଏବଂ ସରକାର ଭାଙ୍ଗିବନି ବୋଲି ବେଣୁଗୋପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାରରେ ଅସ୍ଥିରତା ପାଇଁ ସେ ଭାଜପାକୁ ଦାୟୀ କରିଛନ୍ତି। ଷଷ୍ଠ ଥର ପାଇଁ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ ହୋଇଛି। ପୂର୍ବରୁ ସେମାନେ ୫ ଥର ଫେଲ୍‌ ମାରିଥିଲେ, ଏଥର ମଧ୍ୟ ବିଫଳ ହେବେ ବୋଲି କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri