କର୍ତ୍ତବ୍ୟରତ ଜିଆରଏସ୍‌ଙ୍କୁ ପୋଲିସର ଲାଠିମାଡ଼

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୭ା୪:  ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ବ୍ୟାଙ୍କ ଛକ ନିକଟରେ ସୋମବାର ବରୀ ଥାନାର ଜଣେ କନଷ୍ଟେବଳ ବରୀ ବ୍ଲକ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ଜିଆରଏସଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଜିଆରଏସ ବରୀ ଥାନାରେ ପ୍ରସନ୍ନଜିତ ବରାଳ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଜିଆରଏସ ସୋମବାର ପୂର୍ବାହ୍ନରେ କଳାମାଟିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାବେଳେ ଡ୍ୟୁଟିରେ ଥିବା କନଷ୍ଟେବଳ କୁଆଡେ ଯାଉଛ ବୋଲି ପଚାରିଥିଲେ। ଜିଆରଏସ ବରାଳ ନିଜର ପରିଚୟ ପତ୍ର ଦେଖାଇ କାର୍ଯ୍ୟାଳୟକୁ ଯାଉଛି ବୋଲି ଉତ୍ତର ଦେଇଥିଲେ। ହେଲେ ଅଭିଯୁକ୍ତ କନଷ୍ଟେବଳ କିଛି ଖାତିର ନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବାଡ଼େଇ ଚାଲିଥିଲେ। ଏନେଇ ଜିଆରଏସ ବରାଳ ପ୍ରଥମେ ବରୀ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରେ, ଜିଆରଏସ୍‌ଙ୍କୁ ପୋଲିସ ଆକ୍ରମଣ କରିଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି। ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ର ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri