କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ୩ଟି ସହରରେ ମୋଟ ୧୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଏଥିରେ ମୋଟ ୧୦୯୫୦ଶଯ୍ୟା ରହିବ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଏହି କେନ୍ଦ୍ରଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି। ଶନିବାର ସୁଦ୍ଧା ୧୩୫ଟି କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଅପ୍ରେଲ ୩ ତାରିଖ ସୁଦ୍ଧା ବାକି କେନ୍ଦ୍ରଗୁଡିକ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି । ସୋନପୁର ବ୍ଲକରେ ୧୪୦୦ଶଯ୍ୟା ବିଶିଷ୍ଟ ୨୦ଟି କେନ୍ଦ୍ର, ବିନିକାରେ ୧୦୧୦ଶଯ୍ୟା ବିଶିଷ୍ଟ ୧୭ଟି, ବୀରମହାରାଜପୁରରେ ୧୫୦୦ଶଯ୍ୟା ବିଶିଷ୍ଟ ୧୭ଟି, ଡୁଙ୍ଗୁରିପାଲିରେ ୨୬୦୦ଶଯ୍ୟା ବିଶିଷ୍ଟ ୨୬ଟି, ତରଭାରେ ୨୧୦୦ଶଯ୍ୟା ବିଶିଷ୍ଟ ୪୭ଟି ଓ ଉଲୁଣ୍ଡାରେ ୧୭୦୦ଶଯ୍ୟା ବିଶିଷ୍ଟ ୨୩ଟି କେନ୍ଦ୍ର ଖୋଲାଯିବ। ସେହିପରି ସୁବର୍ଣ୍ଣପୁର ସହରରେ ୪୦୭ଶଯ୍ୟା ବିଶିଷ୍ଟ ୫ଟି, ତରଭା ସହରରେ ୮୦ଶଯ୍ୟା ବିଶିଷ୍ଟ ୨ଟି ଓ ବିନିକା ସହରରେ ୧୫୭ଶଯ୍ୟା ବିଶିଷ୍ଟ ୪ଟି କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି। ସମସ୍ତ କେନ୍ଦ୍ର ଓ ବ୍ଲକ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଶ୍ରମିକ ଏବେ ଘରକୁ ଫେରିଛନ୍ତି। ତେଣୁ କରୋନା ସଂକ୍ରମଣ ରୋକିବାକୁ ସାମୟିକ ଚିକିତ୍ସା କେନ୍ଦ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି। ଶନିବାର ଜିଲାପାଳ ବାନାର୍ଜୀ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ ସୁବର୍ଣ୍ଣପୁର ସହରର ହାତୀଶାଳ ସ୍ଥିତ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ, ସଂସ୍କୃତି ଭବନ, ଇନ୍‌ଡୋର ଷ୍ଟାଡିୟମ, ଗାନ୍ଧୀ ଷ୍ଟାଡିୟମ ଗ୍ୟାଲେରୀ ଓ ଟାଉନ ହଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସବୁ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖାଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?