କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ୩ଟି ସହରରେ ମୋଟ ୧୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଏଥିରେ ମୋଟ ୧୦୯୫୦ଶଯ୍ୟା ରହିବ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଏହି କେନ୍ଦ୍ରଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି। ଶନିବାର ସୁଦ୍ଧା ୧୩୫ଟି କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଅପ୍ରେଲ ୩ ତାରିଖ ସୁଦ୍ଧା ବାକି କେନ୍ଦ୍ରଗୁଡିକ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି । ସୋନପୁର ବ୍ଲକରେ ୧୪୦୦ଶଯ୍ୟା ବିଶିଷ୍ଟ ୨୦ଟି କେନ୍ଦ୍ର, ବିନିକାରେ ୧୦୧୦ଶଯ୍ୟା ବିଶିଷ୍ଟ ୧୭ଟି, ବୀରମହାରାଜପୁରରେ ୧୫୦୦ଶଯ୍ୟା ବିଶିଷ୍ଟ ୧୭ଟି, ଡୁଙ୍ଗୁରିପାଲିରେ ୨୬୦୦ଶଯ୍ୟା ବିଶିଷ୍ଟ ୨୬ଟି, ତରଭାରେ ୨୧୦୦ଶଯ୍ୟା ବିଶିଷ୍ଟ ୪୭ଟି ଓ ଉଲୁଣ୍ଡାରେ ୧୭୦୦ଶଯ୍ୟା ବିଶିଷ୍ଟ ୨୩ଟି କେନ୍ଦ୍ର ଖୋଲାଯିବ। ସେହିପରି ସୁବର୍ଣ୍ଣପୁର ସହରରେ ୪୦୭ଶଯ୍ୟା ବିଶିଷ୍ଟ ୫ଟି, ତରଭା ସହରରେ ୮୦ଶଯ୍ୟା ବିଶିଷ୍ଟ ୨ଟି ଓ ବିନିକା ସହରରେ ୧୫୭ଶଯ୍ୟା ବିଶିଷ୍ଟ ୪ଟି କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି। ସମସ୍ତ କେନ୍ଦ୍ର ଓ ବ୍ଲକ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଶ୍ରମିକ ଏବେ ଘରକୁ ଫେରିଛନ୍ତି। ତେଣୁ କରୋନା ସଂକ୍ରମଣ ରୋକିବାକୁ ସାମୟିକ ଚିକିତ୍ସା କେନ୍ଦ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି। ଶନିବାର ଜିଲାପାଳ ବାନାର୍ଜୀ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ ସୁବର୍ଣ୍ଣପୁର ସହରର ହାତୀଶାଳ ସ୍ଥିତ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ, ସଂସ୍କୃତି ଭବନ, ଇନ୍‌ଡୋର ଷ୍ଟାଡିୟମ, ଗାନ୍ଧୀ ଷ୍ଟାଡିୟମ ଗ୍ୟାଲେରୀ ଓ ଟାଉନ ହଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସବୁ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖାଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri