Posted inଖେଳ

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ଚାଲିଛି

ଲଣ୍ଡନ, ୧୬ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଭୟ ସତ୍ତ୍ୱେ ୟୁରୋପ୍‌ ଫାଇଟରମାନଙ୍କ ଲାଗି ବକ୍ସିଂ କ୍ୱାଲିଫାୟର୍ସ ଲଣ୍ଡନଠାରେ ଯଥାରୀତି ଚାଲିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବକ୍ସିଂ ଟାସ୍କ ଫୋର୍ସର ନିର୍ଦ୍ଦେଶକ୍ରମେ ଅବଶ୍ୟ ସୋମବାରଠାରୁ ଏହା ରୁଦ୍ଧଦ୍ୱାର ମଧ୍ୟରେ ଅନୁଷ୍ଠିତ ହେଉଛି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ବିଶ୍ୱବ୍ୟାପୀ ପ୍ରାୟ ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସସ୍‌ପେଣ୍ଡ କରାଯାଇଛି। କିନ୍ତୁ ଏଠାରେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ‘ଦି ବକ୍ସିଂ ରୋଡ୍‌ ଟୁ ଟୋକିଓ’ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। କୁପର ବକ୍ସ ଆରେନାରେ ପ୍ରଥମ ଦୁଇ ଦିନ ଏହାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ୟୁରୋପର ୧୨ଟି ଦେଶରୁ ପ୍ରାୟ ୩୫୦ ମହିଳା ଓ ପୁରୁଷ ଦର୍ଶକ ଭାଗ ନେଇଛନ୍ତି। ୨୦୨୦ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବା କ୍ଷେତ୍ରରେ ୟୁରୋପ ବକ୍ସରମାନଙ୍କ ଲାଗି ଏହା ପ୍ରଥମ ସୁଯୋଗ। ୟୁରୋପିଆନ ବକ୍ସିଂ କନଫେଡେରେଶନ (ଇୟୁବିସି) ସଭାପତି ଫ୍ରାଙ୍କୋ ସଭାପତି ଫାଲସିନେଲି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରତିଯୋଗିତା ଆୟୋଜନ କରିବା ବଡ଼ ରିସ୍କ। ଜଣେ ବକ୍ସର ଭାଇରସ ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ଅଧିକ। ପୁନଶ୍ଚ ବିମାନ ଯାତାୟାତ କଟକଣା ଜାରି ହୋଇଥିବାରୁ ପ୍ରତିଯୋଗୀମାନେ ନିଜ ଘରକୁ ଫେରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଖବର ଅନୁସାରେ ବ୍ରିଟେନରେ କୋଭିଡ୍‌-୧୯ ଦ୍ୱାରା ୧,୩୭୨ ସଂକ୍ରମିତ ହୋଇଥିବାବେଳେ ରବିବାର ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବକ୍ସିଂ କ୍ୱାଲିଫାୟର୍ସଙ୍କ ଆୟୋଜକଗଣ ସଫେଇ ଦେଇ କହିଛନ୍ତି, ଇଭେଣ୍ଟର ଆରମ୍ଭ ପୂର୍ବରୁ ପ୍ରତିଯୋଗୀମାନଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଟିମ୍‌କୁ ନିୟମିତ ହ୍ୟାଣ୍ଡ୍‌ଓ୍ବାସ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଯଦି କୌଣସି ବକ୍ସରଙ୍କଠାରେ ଥଣ୍ଡା କିମ୍ବା ଜ୍ୱର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସ୍ଥାନୀୟ ଆୟୋଜକଙ୍କୁ ଅବଗତ କରାଇବାକୁ ପଡ଼ିବ। ସମ୍ପୃକ୍ତ ବକ୍ସର କାହା ସହିତ ମିଳାମିଶା ନ କରି ଏକାକୀ ଇନ୍‌ଡୋରରେ ରହିବାକୁ ହେବ। ଏହାଛଡ଼ା ଦୈନିକ ଏକ ଡ଼ାକ୍ତରୀ ଦଳ ଦ୍ୱାରା ବକ୍ସରମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଏଣେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଶନିବାର କହିଛନ୍ତି ତାଙ୍କ ଦେଶରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୪ରୁ ଟୋକିଓ ଅଲିମ୍ପିକ୍ସ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?