କରୋନା: ଆଶୀର୍ବାଦର ରୂପ ନେଉ

କରୋନା ଭୂତାଣୁର ଦ୍ରୁତ ବିସ୍ତାର ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଛି I ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ଏହା ପାଞ୍ଚମାସ ଭିତରେ ବିଶ୍ୱକୁ ନିଜ ପଞ୍ଝାରେ ବାନ୍ଧି ରଖିପାରିଛି I ଏହାଦ୍ୱାରା ବିଶ୍ୱର ବଡବଡ ସମୃଦ୍ଧଶାଳୀ ରାଷ୍ଟ୍ରମାନେ ଏକପ୍ରକାର ଉପାୟଶୂନ୍ୟ I
ଭାରତରେ ଏହାର ପ୍ରକୋପ ବଢିନାହିଁ ଏହା ନିଶ୍ଚୟ ଭଗବାନଙ୍କର ଆଶୀର୍ବାଦ I କାରଣ ଭାରତ ଭଳି ଏକ ଜନବହୁଳ ଦେଶରେ ଏହା ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ନିଶ୍ଚୟ ରହିଛି I ବିଶେଷଭାବରେ ଭାରତରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଯେଉଁ ସ୍ଥିତି ତାହା କରୋନା ସଂକ୍ରମଣକୁ ରୋକିବାରେ କେତେଦୂର ସମର୍ଥ ତାହା ମଧ୍ୟ ଆମେ ଊଣା ଅଧିକେ ଜାଣି ସାରିଲେଣି I
ତନ୍ମଧ୍ୟରେ ଆଉ ଗୋଟିଏ କଥା ଆଖି ଆଗରେ ଜଳଜଳ ହୋଇ ଦିଶୁଛି; ତାହା ହେଲା ଆମ ଦେଶର ଲୋକଙ୍କର ସଚେତନତା I ବିନା କାରଣରେ ବିପଦକୁ ଡାକିବା ପାଇଁ ଆମ ଦେଶର ଅନେକ ଲୋକ ‘ତାଲା ବନ୍ଦ’ ନିୟମକୁ ଉଲ୍ଲଂଘନ କରିବା ପରିଲକ୍ଷିତ ହେଉଛି I
ଯଦିଓ ଏ କ୍ଷେତ୍ରରେ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କିନ୍ତୁ ବାହାରେ ବୁଲୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଯେ ସେଇ ଗୋଟିଏ ଲକ୍ଷ୍ୟ ତାହା ଅସମ୍ଭବ I ବିନା କାମରେ ବାହାରେ ବୁଲୁଥିବା ବ୍ୟକ୍ତିମାନେ ନିଶ୍ଚୟ ଦେଶଦ୍ରୋହୀ I କିନ୍ତୁ ବାହାରେ ବୁଲୁଥିବା ସେହିଭଳି ବ୍ୟକ୍ତିମାନଙ୍କ ଭିତରେ ରହିଯାଇଛନ୍ତି କିଛି ଏଭଳି ବ୍ୟକ୍ତି ଯେଉଁମାନଙ୍କ ପାଖରେ ଏ ଦେଶ ଉତ୍ତରଦାୟୀ I
ସେମାନେ ହେଲେ ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ଦିନମଜୁରିଆ I ନବ ଭାରତକୁ ନିର୍ମାଣ କରିଥିବା ବିନ୍ଧାଣୀମାନେ ଯେ ଏତେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ତାହା ଦିଲ୍ଲୀଠାରୁ ପଲ୍ଲି ଯାଏ ସ୍ପଷ୍ଟ ବାରିହୋଇ ଯାଇଛି ଏବଂ ଏହା ସୂଚେଇ ଦେଉଛି ଯେ, ଭାରତର ଯାହା ବି ଭୌତିକ ବିକାଶ ହୋଇଛି ତାହା ମୂଲ୍ୟହୀନ I
କରୋନାର ଭୟାବହତା; ଯେଉଁଠି ଗୋଟିଏ ବ୍ୟକ୍ତି ପାଖରେ ଆଉ ଗୋଟିଏ ବ୍ୟକ୍ତି ଛିଡାହେଲେ ବି ମୃତ୍ୟୁର ଭୟ ରହିଛି ସେଠି ସବୁ ଜାଣିଶୁଣି ବି ହଜାର ହଜାର ଶ୍ରମିକ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଏକାଠି ହୋଇ ନିଜ ଭିଟାମାଟିକୁ ଫେରିଯିବାକୁ ନେହୁରା ହେଉଛନ୍ତି; ଏହାଠାରୁ ଲଜ୍ଜା ଆମ ଭାରତୀୟମାନଙ୍କ ପାଖରେ ଆଉ କ’ଣ ବା ଥାଇପାରେ ? କରୋନାର ମୃତ୍ୟୁର ଭୟ ସେମାନଙ୍କ ପାଇଁ ତୁଚ୍ଛ ଥିଲା ସେ ସମୟରେ I
ବର୍ତ୍ତମାନ ଦେଶର ପରିସ୍ଥିତି ଏବଂ ଏ ପରିସ୍ଥିତିରେ ଶ୍ରମିକମାନଙ୍କର ସ୍ଥିତି ନିଶ୍ଚୟ ଚିନ୍ତନୀୟ ବିଷୟ I
ସେମାନଙ୍କର ଏ ଦୁର୍ଦ୍ଦଶା କାହାପାଇଁ ? କ’ଣ ଏଥିପାଇଁ ସେ ନିଜେ ଦାୟୀ ? ବର୍ତ୍ତମାନର କେନ୍ଦ୍ର ସରକାର ତଥା ରାଜ୍ୟ ସରକାରମାନେ ସାମାନ୍ୟ ଖାଦ୍ୟ ଦେଇ ସ୍କୁଲ ଘର ଭିତରେ ତାଙ୍କୁ ଅବରୁଦ୍ଧ କରି ରଖିଦେଲେ କ’ଣ ସେମାନଙ୍କର ସମସ୍ୟାର ସମାଧାନ ହୋଇଗଲା ? ଯେଉଁ ଶ୍ରମିକମାନେ ଦିନ ତମାମ ଖଟିଖଟି ସଂଧ୍ୟାବେଳେ ଗଣ୍ଡେ ଖାଇବାକୁ ପାଇବେ କିନ୍ତୁ ରାତିରେ ଶୋଇଲା ବେଳକୁ ସକାଳର ପେଟଚିନ୍ତା ମାଡିବସୁଥିବ; ସେମାନଙ୍କର ସମସ୍ୟାର ସମାଧାନ କ’ଣ କିଛି ଦିନର ଖାଦ୍ୟ ଓ ବାସସ୍ଥାନ? ଆଜିର ଜୀବନ ଯା’ ପାଇଁ ସ୍ଥିର ନୁହେଁ ଭବିଷ୍ୟତ କରୋନାର ମୃତ୍ୟୁ ତା’ ପାଇଁ କ’ଣ ଭୟଙ୍କର ହୋଇପାରିବ ? ସମଗ୍ର ଭାରତରେ ଦୁଃଖ ଏବଂ ଦୁର୍ବିଷହରେ ବିତୁଥିବା ଶ୍ରମିକ ମାନଙ୍କର ଦୁଃଖ ଦେଖି ଅନୁମାନ କରାଯାଏ ଚାଇନା, ଇଟାଲି, ଆମେରିକା, ଫ୍ରାନ୍‌ସ ପ୍ରଭୃତି ଅତ୍ୟଧିକ କରୋନା କ୍ଷତିଗ୍ରସ୍ତ ଦେଶ ଅପେକ୍ଷା ଆମ ଭାରତ ବହୁତ କ୍ଷତିଗ୍ରସ୍ତ I
ଦିନୁଦିନ ବିକାଶ କରୁଥିବା ନବଭାରତର ନିର୍ମାତାମାନେ ଯେ ଏତେ ଦୁଃସ୍ଥ ଏବଂ ନିଷ୍ପେଷିତ ସେଭଳି ଦୃଷ୍ଟି ଅନ୍ୟ କୌଣସି କରୋନା ପ୍ରଭାବିତ ଦେଶରେ ଦେଖାଯାଇନାହିଁ I
ବାସ୍ତବରେ ଦେଖିବାକୁ ଗଲେ ଆଜକୁ ଶହ ଶହ ବର୍ଷ ଧରି ଭାରତର ଶ୍ରମିକମାନେ ଅଜ୍ଞାତ କରୋନାର ପ୍ରଭାବରେ ଜର୍ଜରିତ I
ପ୍ରଶାସନର ପ୍ରଭାବରେ ଆମେ ଶ୍ରମିକମାନଙ୍କୁ ଶାନ୍ତି କରିଦେବା ସତ, କିନ୍ତୁ ଏହାଦ୍ୱାରା ଭାରତର ଚିତ୍ର ବଦଳିପାରିବ ନାହିଁ I ତେଣୁ ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ, ଭିତ୍ତିଭୂମି ପ୍ରଭୃତି ସମସ୍ତ ବିକାଶ କରିବା ସଙ୍ଗେ ସଙ୍ଗେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କର ସମାନ ଚିନ୍ତନ ଶ୍ରମିକମାନଙ୍କର ବିକାଶ ପ୍ରତି ରହିବା ଆବଶ୍ୟକ I ଏଥିରେ ଦେଶର ପ୍ରତ୍ୟେକଟି ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅନିବାର୍ଯ୍ୟ I
ଶ୍ରମିକ ଯେ ଜଣେ ମଣିଷ; ଏ ତତ୍ତ୍ୱକୁ କେହି ବି ଭୁଲିଯିବା ଅନୁଚିତ I ତେବେ ସୂକ୍ଷ୍ମ ଦୃଷ୍ଟିରେ ବିଚାରକଲେ ଦେଖାଯାଏ, ପ୍ରତ୍ୟେକଟି ଶ୍ରମିକ ବିପଦ ବେଳରେ ତା’ ଭିଟାମାଟିକୁ ଚାଲିଯିବାକୁ ଶ୍ରେୟସ୍କର ମଣୁଛି I ଅପରପଟେ ଦେଖାଯାଏ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କାମ କରୁଛନ୍ତି I ତେବେ ନିଜ ରାଜ୍ୟରେ କାମ ଥାଇ ମଧ୍ୟ ଶ୍ରମିକ ଅନ୍ୟ ରାଜ୍ୟରେ କାମକରିବାର ଚିନ୍ତନକୁ ସରକାରଙ୍କୁ ଅନୁଧ୍ୟାନ କରିବାକୁ ପଡିବ I ଆମେ ଦେଖୁ ଓଡ଼ିଶାରେ ଆନ୍ଧ୍ରପ୍ରଦେଶ, ଓ୍ବେଷ୍ଟବେଙ୍ଗଲ ତଥା ବିହାର ପ୍ରଭୃତି ରାଜ୍ୟର ଅନେକ ଶ୍ରମିକ ନିୟୋଜିତ I ଠିକ୍‌ ସେହିଭଳି ଆନ୍ଧ୍ରପ୍ରଦେଶ, କେରଳ, ତାମିଲ୍‌ନାଡୁ ପ୍ରଭୃତି ପ୍ରଦେଶରେ ଓଡ଼ିଶାର ଶ୍ରମିକ ନିଯୁକ୍ତ I ଏ ପ୍ରକ୍ରିୟା ସମଗ୍ର ଭାରତରେ ଅଛି I ନିଜ ରାଜ୍ୟରେ ଜଣେ ଶ୍ରମିକ ଯେତିକି ରୋଜଗାର କରୁଛି ଅନ୍ୟ ରାଜ୍ୟରେ ଯଦି ସେହି ସମାନ ରୋଜଗାର ତେବେ ଯାତାୟାତ ଖର୍ଚ୍ଚ ତଥା ଘରଠାରୁ ଅନେକ ଦୂର ଯାଇ ଶ୍ରମିକମାନଙ୍କର ଲାଭ କ’ଣ ? ଏହା ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ରାଜ୍ୟରେ କାମ କରୁଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେଉଁ ରାଜ୍ୟରେ କାମ ହେଉଛି ସେହି ରାଜ୍ୟର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ I ବେଳେବେଳେ ନିଜ ରାଜ୍ୟର ଶ୍ରମିକମାନଙ୍କର ମନମାନି ମଧ୍ୟ ନଜରକୁ ଆସେ। ତେଣୁ ଏ କ୍ଷେତ୍ରରେ କାର୍ଯ୍ୟ କରିବାର ପ୍ରଣାଳୀ ଏବଂ ସମୟ ନିର୍ଘଣ୍ଟ କରି ଏ ସମସ୍ୟାର ସମାଧାନ ଏକାନ୍ତ ଜରୁରୀ I ଦ୍ୱିତୀୟତଃ ଗାଁ ଗାଁରେ କୃଷି ବର୍ତ୍ତମାନ ଏକପ୍ରକାର ଧରାଶାୟୀ I
କୃଷକର ପରିବାର କୃଷି ନ କରି ବାହାରେ ଡ୍ରାଇଭର ହୋଇ ବେଶି ଟଙ୍କା ରୋଜଗାର କରୁଛି I ଅଥଚ ଓଡ଼ିଶାରେ ଚାଷଜମି ପଡିଆ ପଡୁଛି I ଏ ସ୍ଥିତି ଆଉ କେତେଦିନ ଚାଲିବ ? ରାଜ୍ୟ ସରକାରଙ୍କ କୃଷି ବିଭାଗର ଏ ଦାୟିତ୍ୱ ନୁହେଁ କି ଜମି କାହିଁକି ଚାଷ ହେଉନାହିଁ ସେ ତତ୍ତ୍ୱକୁ ବିଚାର କରି କୃଷକକୁ ପ୍ରୋତ୍ସାହିତ କରିବା I ଯଦି କୃଷକ ନିଜ ଘରେ ରହି ଉପଯୁକ୍ତ ରୋଜଗାର କରିପାରିବ ତେବେ ବିପଦ ବେଳେ ସେ ନ ଖାଇ ନ ପିଇ ଭିଟାମାଟି କାହିଁକି ଖୋଜିବ ? ଓଡ଼ିଶାର ଅନେକ ଶ୍ରମିକ ବାହାରେ ଲଘୁ ଉଦ୍ୟୋଗ କଳକାରଖାନାରେ କାମ କରନ୍ତି, ମାଛ ଚାଷ କରନ୍ତି ତଥା ମୂଲ ଲାଗନ୍ତି I ସେହି ଶ୍ରମିକମାନେ ହିଁ ଆମକୁ ମାର୍ଗ ଦେଇଦେବେ କେଉଁ ଉପାୟରେ ସେମାନେ ନିଜ ଘରେ ରହି ନିଜ ପାଇଁ କର୍ମ ଯୋଗାଡ କରିପାରିବେ I ପ୍ରତି ପଞ୍ଚାୟତରେ ଲଘୁ ଉଦ୍ୟୋଗ, ମାଛଚାଷ, କପାଚାଷ ପ୍ରଭୃତି କରି ଶ୍ରମିକମାନଙ୍କୁ ସ୍ବାବଲମ୍ବୀ କରାଯାଇପାରିବ I ତେଣୁ ସରକାର ଏ କ୍ଷେତ୍ରରେ ଏକ ସୁଚିନ୍ତିତ ପଦକ୍ଷେପ ନେଇ ଦେଶର ସମୃଦ୍ଧିକୁ ଅଗ୍ରସର କରାଇବା ପାଇଁ ପ୍ରଯତ୍ନ କରନ୍ତୁ I
ଆଶା ଏହି କରୋନା ସଂକ୍ରମଣ ଶ୍ରମିକମାନଙ୍କର ଦୁର୍ଦ୍ଦଶାକୁ ପ୍ରତ୍ୟେକ ରାଜ୍ୟର ସରକାରଙ୍କୁ ଉଜ୍ଜୀବିତ କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଶ୍ରମିକ ସୁରକ୍ଷା ଦିଗରେ ସଚେତନ କରାଇବ I

ଡା. ଭାରତ ଭୂଷଣ ରଥ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ -୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri