ଚୋର ଅପେକ୍ଷା…

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଦ୍ୟାବଧି ବିଶ୍ୱରେ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏବେ ଯାଏ ସମସ୍ତେ ଆଲୋଚନା କରୁଛନ୍ତି ଯେ, ଚାଇନାର ଉହାନରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବାରୁ ସବୁ ଦୋଷ ବେଜିଂର। କିନ୍ତୁ ବ୍ରିଟିଶ ଗଣମାଧ୍ୟମ ‘ଡେଲି ମେଲ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ବାଦୁଡ଼ିଙ୍କ ଉପରେ ହେଉଥିବା ଗବେଷଣା ପ୍ରକଳ୍ପରେ ଆମେରିକା ୩.୭ ମିଲିୟନ ଡଲାର ଲଗାଇଥିଲା। ଅନୁସନ୍ଧାନମୂଳକ ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ ପ୍ରୋଜେକ୍ଟକୁ ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପାଣ୍ଠି ଯୋଗାଇଆସୁଥିବାର ପ୍ରମାଣ ମିଳିଲାଣି। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିବା ପରେ ଆମେରିକାର ଆଇନ ପ୍ରଣୟନକାରୀମାନେ ସେଠାକାର ସରକାରଙ୍କୁ ଘେରିଛନ୍ତି। ଭୟଙ୍କର ଓ ଅମାନୁଷିକ ପରୀକ୍ଷଣ ସକାଶେ ପାଣ୍ଠି ବିନିଯୋଗର କି ଆବଶ୍ୟକତା ରହିଛି ବୋଲି ସେମାନେ ପ୍ରଶ୍ନ କରିବା ସ୍ବାଭାବିକ। ବାସ୍ତବରେ କରୋନା ଭୂତାଣୁ ପ୍ରସାର କରି ବିଶ୍ୱବାସୀଙ୍କୁ ଚାଇନା ଅତିଷ୍ଠ କରି ଦେଇଥିଲେ ମଧ୍ୟ ଏହା ପଛରେ ଆମେରିକା ରହିଥିବା ସବୁଠାରୁ ବିସ୍ମୟକର ବିଷୟ ହୋଇଛି।
ବିଶ୍ୱ ବ୍ୟାପାର, ତାହା ଭଲ ହେଉ ବା ଭେଲ ପ୍ରତି କ୍ଷେତ୍ରରେ ଆମେରିକାର ହସ୍ତକ୍ଷେପ ରହିଆସିଛି। ଅତୀତକୁ ଦେଖିଲେ ଅଲ୍‌ କାଏଦା ଭଳି ଆତଙ୍କବାଦୀ ସଙ୍ଗଠନକୁ ଆମେରିକା ଆର୍ଥିକ ପ୍ରୋତ୍ସାହନ ଦେଇ ବଢ଼ାଇ ଆସିଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱ ସ୍ତରରେ ରୁଷିଆର ମାମଲତକାରୀ ପ୍ରଭାବକୁ କମାଇବା ଲାଗି ବିଶୃଙ୍ଖଳା ସୃଷ୍ଟି କରିପାରୁଥିବା ଏକ ଆତଙ୍କବାଦୀ ସଙ୍ଗଠନ ଗଢ଼ିବା। ତାହା ହିଁ ହେଲା। ହେଲେ ପରବର୍ତ୍ତୀ ସମୟରେ ସେହି ସଙ୍ଗଠନ ଜରିଆରେ ଆମେରିକା ଭସ୍ମାସୁର ପାଲଟି ନିଜ ମୁଣ୍ଡରେ ହାତ ରଖିବାରୁ ୯/୧୧ ଭଳି ଆକ୍ରମଣ ଘଟିଲା। ପରବର୍ତ୍ତୀ ସମୟରେ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରାଯିବା କିମ୍ବା ଉକ୍ତ ସଙ୍ଗଠନକୁ ଦୁର୍ବଳ କରିବା ଲାଗି ଆମେରିକା ପଦକ୍ଷେପ ନେବା ସେତେଟା ଗୁରୁତ୍ୱ ବହନ କରିନାହିଁ। ଆଜିର ପରିସ୍ଥିତି ଦେଖିଲେ ଭୟଙ୍କର କରୋନା ଭାଇରସ୍‌ ସୃଷ୍ଟି ହେବା ପଛରେ ଆମେରିକାର ଅର୍ଥ ବିନିଯୋଗ ଆଉ ଏକ ଅମାନୁଷିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇଛି ବୋଲି କୁହାଯାଇପାରିବ। ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ହେଉଛି ଚାଇନାର ସବୁଠାରୁ ଅତ୍ୟାଧୁନିକ ଗବେଷଣାଗାର। ସେଠାରେ ଆମେରିକା କାହିଁକି ପାଣ୍ଠି ବିନିଯୋଗ କରିଥିଲା ଓ ଭୂତାଣୁ ସୃଷ୍ଟି ପଛରେ କି ରହସ୍ୟ ରହିଥିଲା, ତାହା ଜଣାପଡ଼ି ନାହିଁ। କିନ୍ତୁ ଯାହା ଆମେରିକାକୁ ବର୍ତ୍ତମାନ ଖିନ୍‌ଭିନ୍‌ କରିଚାଲିଛି, ତାହା ପରୋକ୍ଷରେ ନିଜ ଦ୍ୱାରା ସୃଷ୍ଟ କୋଭିଡ୍‌-୧୯ ଯୋଗୁ ଘଟିଥିବା ଭଳି ମନେହେଉଛି। ଅଦ୍ୟାବଧି ଆମେରିକାରେ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ଚାଇନାରୁ ଜନ୍ମ ନେଇଥିବା ଏହି ଭୂତାଣୁ ଆମେରିକାରେ ସର୍ବାଧିକ କ୍ଷତି କଲା।
ପୃଥିବୀରେ ଦୀର୍ଘକାଳ ସୁପରପାଓ୍ବାର ହୋଇ ବସିବା ଆମେରିକାର ଲକ୍ଷ୍ୟ ରହିଆସିଥିବାରୁ ଯେନତେନ ପ୍ରକାରେ ଏହାର ରାଷ୍ଟ୍ରମୁଖ୍ୟମାନେ ବିଭିନ୍ନ ସମୟରେ ନିଜକୁ ସୁହାଇଲା ଭଳି ପଦକ୍ଷେପ ନେଇଥାଆନ୍ତି। କିନ୍ତୁ ବିନାଶକାରୀ ଶକ୍ତିକୁ ପୁଷ୍ଟ କରିବା ଲାଗି ପ୍ରୟାସ କରାଯିବା ମାନେ ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ। କାହାକୁ ନିଜର ବଶତା ସ୍ବୀକାର କରେଇବା ଲାଗି ଏହିଭଳି ଉପାୟ ପାଞ୍ଚିବା ହେଉଛି ସମ୍ପୂର୍ଣ୍ଣ ଅନୈତିକ ଓ ଅଦୂରଦର୍ଶିତାର ପରିଚୟ ଦେଉଛି। ଅନ୍ୟପକ୍ଷରେ ଦେଖିଲେ ପ୍ରାୟ ସବୁ କଥାରେ ଆମେରିକା ବାହାଦୁରି ନେବା ପାଇଁ ବ୍ୟସ୍ତ। ଶୀତଳ ଯୁଦ୍ଧ ପରେ ରୁଷିଆ ଦୁର୍ବଳ ହୋଇଯାଇଥିବାରୁ ଆମେରିକାକୁ ଅତିକ୍ରମ କରିବା ଭଳି ଅନ୍ୟ କୌଣସି ରାଷ୍ଟ୍ର ବଳବାନ୍‌ ହୋଇପାରୁ ନାହାନ୍ତି। ତଥାପି ଆମେରିକାର କ୍ଷମତା ଭୋକ ମେଣ୍ଟୁ ନାହିଁ। କୌତୂହଳର ବିଷୟ ଯେ, ଆମେରିକାରେ କୋଭିଡ୍‌-୧୯ ବ୍ୟାପକ କ୍ଷତି କରିଥିବାରୁ ଚାଇନା ସରକାର ବିରୋଧରେ ୨୦ ଟ୍ରିଲିୟନ ଡଲାର କ୍ଷତିପୂରଣ ନେଇ ମାମଲା ରୁଜୁ କରାଯାଇଛି। ହେଲେ ବର୍ତ୍ତମାନର ପରିସ୍ଥିତିରେ କିଏ ପ୍ରକୃତ ଦୋଷୀ ତାହା ଜଳ ଜଳ ଦିଶିଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଢଗ ମନେପଡ଼େ-ଚୋର ଅପେକ୍ଷା ଚୋର ମାଉସୀ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?