କରୋନା ଆଁରେ ବିଶ୍ୱ

ପ୍ୟାରିସ୍‌/ ତେହେରାନ୍‌, ୧୪।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୫, ୦୪୩ରେ ପହଞ୍ଚିଛି। କେବଳ ଉତ୍ପତ୍ତି ସ୍ଥଳ ଚାଇନାରେ ୩,୧୭୬ ମୁଣ୍ଡ ଏଥିଲାଗି ଗଡ଼ିଲାଣି। ଏହା ବ୍ୟତୀତ ଇଟାଲୀରେ ୧,୦୧୬, ଇରାନ୍‌ରେ ୫୧୪ ବ୍ୟକ୍ତି ଏହି ରୋଗରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେଣି। ଗତ ଡିସେମ୍ବରରୁ ଏପର୍ଯ୍ୟନ୍ତ ମୋଟ ୧୨୧ ଦେଶର ୧,୩୪, ୩୦୦ ଲୋକ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। କ୍ରମଶଃ ଏହା ଅନ୍ୟ ଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାଇରସ୍‌ଜନିତ ମୃତ୍ୟୁକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ବିଭିନ୍ନ ଦେଶ ପକ୍ଷରୁ ଏହାକୁ ରୋକିବା ଲାଗି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୮୫ ଜୀବନ ଯାଇଛି। ଏହା ଗୋଟିଏ ଦିନରେ ଦେଶର ସର୍ବାଧିକ ମୃତ୍ୟୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର କିଆନୋଉସ୍‌ ଜାହାନ୍‌ପୋର ଦର୍ଶାଇଛନ୍ତି। କରୋନା ଭାଇରସ୍‌ରେ ଏଠାରେ ୫୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧,୩୬୪ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚାଇନା ପରେ ଇରାନ୍‌ରେ ଏହି ଭାଇରସ୍‌ ସବୁଠାରୁ ମାରାତ୍ମକ ଭାବେ ଉଭା ହୋଇଛି। ଅନେକ ନେତା ଓ ଅଧିକାରୀ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଇରାନ୍‌ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନିଙ୍କ ବୈଦେଶିକ ଉପଦେଷ୍ଟା ଅଲି ଆକବର ବେଲାୟତିଙ୍କୁ କରୋନା ସଂକ୍ରମିତ କରିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଏବେ କ୍ୱାରାଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri