Posted inଜାତୀୟ

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ୍ବାଘା ସୀମାରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ରବିବାର ଅଟାରୀ ସୀମାରେ ପହଞ୍ଚିଛନ୍ତି। ପାକିସ୍ତାନ ତରଫରୁ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଡା. ମହମ୍ମଦ ଫୈସଲଙ୍କ ଅଧ୍ୟକ୍ଷତାରେ ୨୦ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ଏଥିରେ ଅଂଶ ଗ୍ରହଣ କରିବେ। ଭାରତୀୟ ଅଧିକାରୀଙ୍କ ଦ୍ୱାରା ଖଲିସ୍ତାନବାସୀଙ୍କୁ କରତାରପୁର କରିଡର ବୈଠକଠାରୁ ଦୂରେଇ ରଖିବା ଓ ଏହାକୁ ଆତଙ୍କବାଦ ମୁକ୍ତ ରଖିବା ପ୍ରସଙ୍ଗକୁ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁଙ୍କୁ ଗୁରୁଦ୍ୱାର ଶ୍ରୀ କରତାରପୁର ସାହିବର ଦର୍ଶନ ପାଇଁ ଅନୁମତି ମିଳିବା, ଗୁରୁପର୍ବ ଓ ବିଶେଷ ଐତିହାସିକ ପର୍ବ ଅବସରରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ଗୁରୁଦ୍ୱାର ସାହିବ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ଶୁଳ୍କ ଉପରେ ମଧ୍ୟ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି, ଆଜି ଦ୍ବିପାକ୍ଷିକ ଆଲୋଚନା

ଏଭିଆନ୍‌-ଲେସ୍‌-ବାଏନ୍ସ,୧୭ା୬: ଫ୍ରାନ୍ସର ଏଭିଆନ୍‌-ଲେସ୍‌-ବାଏନ୍ସରେ ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତା ଏକାଠି ହୋଇଥିବାବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି କରମର୍ଦ୍ଦନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri