କରଞ୍ଜିଆ ଉପ କାରଗାରରୁ ଫେରାର କଏଦୀ ଗିରଫ

ଠାକୁରମୁଣ୍ଡା,୨୭ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପକାରାଗାରରୁ ଗତ ୧୬ ତାରିଖରୁ ଫେରାର ହୋଇଯାଇଥିବା କଏଦୀ ଭଗବାନ ଟୁଡୁକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ା ଯାଜପୁର ଜିଲା ପୁରୁଣାପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ନରହତ୍ୟା ମାମଲାରେ ଗିରଫ ହୋଇଥିବା ଭଗବାନ ଯାଜପୁର ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ା ଗତ ତା୧୬ା୮ା୨୦୧୭ ରିଖରେ ଯାଜପୁର ଜେଲରୁ ତାଙ୍କୁ କରଞ୍ଜିଆ ଉପକାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା ା ତେବେ ସବୁଦିନ ଭଳି ଉପ କାରାଗାର ବଗିଚା କାମ କରୁଥିବା ବେଳେ ଗତ ୧୬ତାରିଖରେ ସେ ସେଠାରୁ ଫେରାର ହୋଇଯାଇଥିଲେ ା ୩ ଦିନ ପରେ ଉପକାରାଗାର ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁ କରଞ୍ଜିଆ ଥାନାରେ ଏସମ୍ପର୍କରେ ଏତଲା ଦେଇଥିଲେ। ଏଥିନେଇ ଥାନାରେ ଏକ ମାମଲା (ନଂ.୮୧/୧୯)ରେ ରୁଜୁ ହୋଇଥିଲା ା ଭଗବାନ ଫେରାର ଘଟଣା ସମୟରେ କାର୍ଯ୍ୟରତ ଜମାଦାର ସୁକାନ୍ତ ବେହେରା ମାନସିକ ଭାରସାମ୍ୟ ହରାଇ କ୍ୱାର୍ଟରରୁ କେଉଁଆଡେ ଚାଲିଯିବା ପରେ ଗତ ୨୩ତାରିଖରେ ତାଙ୍କ ମୃତଦେହ ସହର ଉପକଣ୍ଠ ଗ୍ରୀଡ ଷ୍ଟେସନ ସମ୍ମୁଖ ଏକ ଶାଳଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ା ଭଗବାନ ଫେରାର ହେବା ପରେ କରଞ୍ଜିଆ ପୋଲିସ ତାଙ୍କ ଗତିବିଧି ସମ୍ପର୍କରେ ନଜର ରଖିଆସୁଥିଲା ା ତେବେ ଭଗବାନ ଗାଁରେ ଥିବା ଖବର ପାଇ ମଙ୍ଗଳବାର ରାତିରେ ଥାନା ସବଇନ୍ସପେକ୍ଟର ରଞ୍ଜିତା ପ୍ରଧାନ, ଏଏସଆଇ କୋଦଣ୍ଡ ସେଠୀ ସଦଳବଳ ଯାଜପୁର ଯାଇ କାଳିଆପାଣି ପୋଲିସ ସହାୟତାରେ ଭଗବାନଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଅଦାଲତରେ ବୁଧବାର ହାଜର ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା
ଏହି କଏଦୀ ଫେରାର ଘଟଣାରେ ଡ୍ୟୁଟିରେ ଥିବା ମୃତ ଜମାଦାର ସୁକାନ୍ତ ବେହେରା ଓ ଗେଟ୍‌ ୱାର୍ଡରଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବା ବେଳେ ଉପକାରାଗାର ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁଙ୍କୁ ରାୟଗଡା ବଦଳି କରାଯାଇଛି। ୨୪ ତାରିଖ ଦିନ ନୂତନ ଅଧୀକ୍ଷକ ଭାବେ ଉପେନ୍ଦ୍ର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri