Posted inଫୁରସତ

କମ୍‌ ତାପମାତ୍ରା ଜୋନ୍‌ରେ ଅସମ୍ଭାଳ ତାତି, ରାସ୍ତାରେ କରାଯାଇଛି ଓ୍ବାଟର ଫଲ୍‌, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ସମଗ୍ର ୟୁରୋପରେ ବର୍ତ୍ତମାନ ଅସମ୍ଭାଳ ତାତି। ଜୁନ୍‌ ଶେଷ ସପ୍ତାହରେ ମଧ୍ୟ ଏଠାକାର ତାପମାତ୍ରା ୪୫ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଏଠାରେ ତାପମାତ୍ରା ୪୫.୧ ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୦୩ ଅଗଷ୍ଟରେ ଦକ୍ଷିଣ ମଣ୍ଟେପେଲିୟରରେ ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ ଥିଲା। ୟୁରୋପ ୨୫ ଡିଗ୍ରୀରୁ ୪୫ ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ଥିବାରୁ ଏହାକୁ କମ୍‌ ତାପମାତ୍ରା ଜୋନ୍‌ ବୋଲି କୁହାଯାଏ। କିନ୍ତୁ ଚଳିତବର୍ଷ ଏଠାରେ ସର୍ବାଧିକ ତାପମାତ୍ରା ଥିବା ଜଣାପଡ଼ିଛି। ୪୦ ଡିଗ୍ରୀ ଉତ୍ତାପ ହେଲେ ଏଠାକାର ଲୋକଙ୍କ ପାଇଁ ଅସମ୍ଭାଳ ହେଉଥିବାବେଳେ ଜୁନ୍‌ରେ ଏତେ ଅଧିକ ତାପମାତ୍ରା ଅସହ୍ୟ ହୋଇଛି। ପାଣିପାଗ ବୈଜ୍ଞାନିକ କୁହନ୍ତି, ୟୁରୋପରେ ବଢ଼ୁଥିବା ତାପମାତ୍ରା ପାଇଁ ଆଫ୍ରିକାରୁ ଆସୁଥିବା ଗରମ ପବନ ଦାୟୀ। ୩୪ ବର୍ଷ ମଧ୍ୟରେ ଏପରି ତାପମାତ୍ରା କେବେ ବଢ଼ି ନ ଥିଲା ବୋଲି କହିଛି ୟୁରୋପର ପାଣିପାଗ ବିଭାଗ। ୨୦୫୦ ମସିହାରେ ଏହା ୪ ଗୁଣ ହେବ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ସଡ଼କକୁ ଥଣ୍ଡା ରଖିବା ପାଇଁ ସେଠାକାର ସରକାର ସ୍ଥାନେ ସ୍ଥାନେ ଓ୍ବାଟର ଫଲ୍‌ର ବ୍ୟବସ୍ଥା କରିଥିବାବେଳେ ଆଉ କିଛି ସ୍ଥାନରେ ସୁଇମିଂ ପୁଲ୍‌ ମଧ୍ୟ କରିଛନ୍ତି। ଫଳରେ ଲୋକେ ତାତିରୁ ନିସ୍ତାର ପାଇପାରିବେ। ଏଠାକୁ ଯିବା ପାଇଁ ଲୋକଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ମାଗଣାରେ ଏହି ସୁବିଧା ଉପଲବ୍ଧ। ସ୍ପେନ୍‌ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଫ୍ରାନ୍ସରେ ୩୨ଡିଗ୍ରୀ ଏବଂ ଜର୍ମାନୀରେ ୩୯ ଡିଗ୍ରୀ ଏବଂ ପ୍ୟାରିସ୍‌ରେ ୩୦ ଡିଗ୍ରୀ ସେଲ୍‌ସିୟସ ରହିଛି। ଆଶ୍ଚର୍ଯ୍ୟର କଥା ହେଲା ଏଗୁଡ଼ିକ ଅତ୍ୟନ୍ତ କମ୍‌ ତାପମାତ୍ରା ରହୁଥିବା ସ୍ଥାନ। କିନ୍ତୁ ଚଳିତବର୍ଷ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri