କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ପୋଲିସ ଜିମାଦେବା ଘଟଣା: ଶର୍ମିଷ୍ଠାଙ୍କୁ ସମ୍ମାନିତ କଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨ା୧୦-ହାଇସ୍କୁଲରେ ପଢୁଥିବା ଦୁଇ ସାନ ଭଉଣୀ ଓ ତାଙ୍କ ସହାପାଠିନୀଙ୍କୁ ବାରମ୍ବାର କମେଣ୍ଟ ମାରି ହଇରାଣ କରୁଥିବା ଜଣେ ଉଦ୍ଧତ ଯୁବକଙ୍କୁ ବିଚ୍‌ ରାସ୍ତାରେ କାବୁ କରି ଟାଉନ୍‌ ଥାନାରେ ଜିମା ଦେଇଥିଲେ ସାହସୀ ଯୁକ୍ତତିନି କଲେଜ ଛାତ୍ରୀ ଶର୍ମିଷ୍ଠା ମିଶ୍ର। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ତାଙ୍କୁ ପ୍ରଶଂସା ପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ା ସମ୍ବର୍ଦ୍ଧିତ କଲାବେଳେ ଶର୍ମିଷ୍ଠାଙ୍କ ପିତା ସୁଶୀଳ ମିଶ୍ର, ଅତିରିକ୍ତ ଏସ୍‌ପି ସୁବାସ ଜମାଦାର, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଉପସ୍ଥିତ ଥିଲେ ା ଆଗାମୀ ଦିନରେ ମଧ୍ୟ ଶର୍ମିଷ୍ଠା ଏଭଳି ସାହସିକ ଓ ଉତ୍ତମ କାର୍ଯ୍ୟ ଜାରି ରଖିବେ ବୋଲି ଏସ୍‌ପି ମାଡକର ଆଶାପୋଷଣ କରିଥିଲେ ା ସମ୍ମାନିତ ହେବା ପରେ ଶର୍ମିଷ୍ଠା ଖୁସି ପ୍ରକାଶ କରିବା ସହ ଏହା ତାଙ୍କୁ ଆହୁରି ଅଧିକ ସାହସ ପ୍ରଦାନ କରିଛି ବୋଲି କହିଛନ୍ତି ା
ବଲାଙ୍ଗୀର ସାଲେପାଲି ନିବାସୀ ସୁଶୀଳ ମିଶ୍ରଙ୍କ ତିନି ଝିଅ ଭିତରୁ ବଡ ଝିଅ ହେଉଛନ୍ତି ଶର୍ମିଷ୍ଠା ମିଶ୍ର ା ସେ ଦେଓଗଁା ପଞ୍ଚାୟତ ସମିତି କଲେଜରେ ଯୁକ୍ତତିନି ଶେଷବର୍ଷ ଛାତ୍ରୀ ଭାବେ ପଢ଼ୁଛନ୍ତି ା ତାଙ୍କର ଦୁଇ ସାନ ଭଉଣୀ ଲିଚିଷ୍ଠା ଓ ଶ୍ରୁତିଷ୍ଠା ସ୍ଥାନୀୟ ଟାଉନ୍‌ ବାଳିକା ହାଇସ୍କୁଲରେ ଅଧ୍ୟୟନରତ ା ଦୁଇ ସାନ ଭଉଣୀ ତାଙ୍କ ସହପାଠିନୀଙ୍କ ସହ ସ୍କୁଲକୁ ପଢ଼ିବାକୁ ଗଲାବେଳେ ନିୟମିତ ଭାବେ ରାଜୀନଗରପଡାର ରଘୁନାଥ ଠାକୁର ଓ ତାଙ୍କ ଅନ୍ୟ ଦୁଇ ସାଙ୍ଗ ସେମାନଙ୍କୁ କମେଣ୍ଟ ମାରିବା ସହ ହଇରାଣ ହରକତ କରିଆସୁଥିଲେ ା ଏନେଇ ଦୁଇ ସାନ ଭଉଣୀ ଘରେ ତାଙ୍କ ବାପାଙ୍କୁ ଅଭିଯୋଗ କରିଥିଲେ ା ଫଳରେ କିଛିଦିନ ଧରି ଦୁଇ ସାନ ଝିଅ ସ୍କୁଲ ଯିବା ଆସିବା ବେଳେ ବାପା ସୁଶୀଳ ମିଶ୍ର ସେମାନଙ୍କ ସୁରକ୍ଷା ପାଇଁ ଯିବା ଆସିବା କରୁଥିଲେ ା ତେବେ ଯେଉଁଦିନ ସୁଶୀଳ ଛାତ୍ରୀମାନଙ୍କ ସହ ଯାଇପାରୁ ନ ଥିଲେ ସେହିଦିନ ସେମାନଙ୍କ ସ୍କୁଲ ଯିବା ପ୍ରାୟ ବନ୍ଦ ହୋଇଯାଉଥିଲା ା ଏହିପରି ଭାବେ ସେମାନଙ୍କ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି ହେଲା ା ଗତ ୨୬ ତାରିଖ ଦିନ ସ୍କୁଲ ଛୁଟିରୁ ଫେରୁଥିତ୍ବା ଦୁଇ ସାନଭଉଣୀଙ୍କ ସହ ଅନ୍ୟ ସହାପାଠିନୀଙ୍କୁ ରଘୁନାଥ ଓ ତାଙ୍କ ସାଙ୍ଗ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ା ଏହି ଘଟଣା ପରେ ଶର୍ମିଷ୍ଠା ସମ୍ପୃକ୍ତ ଉଦ୍ଧତ ଯୁବକଙ୍କୁ ପାନେ ଦେବେ ବୋଲି ସାହସ ବାନ୍ଧିଥିଲେ ା ୨୭ ତାରିଖ ଦିନ ଛାତ୍ରୀମାନେ ସ୍କୁଲରୁ ଫେରୁଥିତ୍ବାବେଳେ ସର୍କିଟ ହାଉସ ରାସ୍ତାର ବାଣିଜ୍ୟକର ଅଫିସ ଛକରେ ସମ୍ପୃକ୍ତ ତିନି ଯୁବକ ପୁଣି ଥରେ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବାବେଳେ ପଛରେ ଆସୁଥିତ୍ବା ଶର୍ମିଷ୍ଠା ଦୌଡି ଯାଇ ଦୁର୍ବ୍ୟବହାରକାରୀ ରଘୁନାଥ ଠାକୁରଙ୍କୁ ଉତ୍ତମ ମଧ୍ୟମ ଦେଇ କାବୁ କରି ନେଇଥିଲେ ା ଏହା ଦେଖି ତାଙ୍କର ସହଯୋଗୀମାନେ ଫେରାର ହୋଇଯାଇଥିଲେ ା ଏହାପରେ ସେଠାରେ ଲୋକଙ୍କ ଭିଡ ଜମି ଯାଇଥିଲା ା ଶର୍ମିଷ୍ଠାଙ୍କ ପିତା ସୁଶୀଳ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ା ଏହାପରେ କାବୁ କରିଥିବା ରଘୁନାଥଙ୍କୁ ଧରି ଶର୍ମିଷ୍ଠା ମୁଖ୍ୟ ରାସ୍ତାରେ ଚଲାଇ ନେଇ ଟାଉନ୍‌ ଥାନାରେ ପୋଲିସ ଜିମା ଦେଇଥିଲେ ା ଏହି ଘଟଣା ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ା ତାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri