କମୁନି ହାତୀପଲ ଉତ୍ପାତ

ପରଜଙ୍ଗ, ୨୬।୮(ଡି.ଏନ.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର ରାତିରେ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମରେ ପଶି ହିଂସ୍ର ଦନ୍ତା ଦୌରାତ୍ମ୍ୟ କରିଥିଲା। ହାତୀ ଗର୍ଜନରେ ଅଞ୍ଚଳ ଥରହର ହୋଇଯାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରାତି କଟାଇଥିଲେ।
ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦନ୍ତା ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ବିଳମ୍ବିତ ରାତିରେ ଗ୍ରାମରେ ପଶି ପୁରୁଷୋତ୍ତମ ବାରିକଙ୍କ ଘର ଭାଙ୍ଗି ଦେଇଥିଲା। ପରିବାର ସଦସ୍ୟ ଶୋଇଥିବାବେଳେ ଦନ୍ତା ଚାଳ ଘର ଭାଙ୍ଗି ଦେଇଥିଲା। ଫଳରେ ସମସ୍ତେ ଚାପି ହୋଇ ରହିଯାଇଥିଲେ। ହାତୀ ବିଭିନ୍ନ ଆସବାବପତ୍ର ନଷ୍ଟ କରିଦେଇଛି। ହାତୀ ପଳାଇଯିବା ପରେ ପଡ଼ୋଶୀ ଉଠି ପୁରୁଷୋତ୍ତମ ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ରତ୍ନାକର ଭୂତିଆ, ବସନ୍ତ ନାଏକଙ୍କ ଘର ମଧ୍ୟ ଦନ୍ତା ଭାଙ୍ଗିଦେଇଛି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତ କୁହନ୍ତି, ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ହାତୀ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ରବିବାର ଭୋର୍‌ରୁ ହାତୀପଲ ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ପାର ହୋଇ ବାରବାଙ୍ଗ ଜଙ୍ଗଲକୁ ଚାଲିଯାଇଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଘଉଡ଼ାଇବାକୁ କାମାକ୍ଷାନଗର, ଦଦରାଘାଟି ସେକ୍ସନରୁ ହାତୀ ସ୍କ୍ବାଡ୍‌ଙ୍କୁ ଡକାଯାଇଛି। ହାତୀ ଗତିବିଧି ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri