କମିଶନରେଟ ପୋଲିସର ସ୍ବତନ୍ତ୍ର ଚଢ଼ାଉ; ୮ ଥାନା ଅଞ୍ଚଳର ୧୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକରୋଡ/ବାରଙ୍ଗ(ଡି.ଏନ୍‌.ଏ.),୧୧।୭:  ରାଜଧାନୀରେ ଚୋରା ନିଶା କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୁଟପାଟ, ଛିନ୍‌ତାଇ ଘଟଣା ବଢି ଚାଲିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରାଉନସୁଗାର ଓ ଗଞ୍ଜେଇ ନିଶା କବଳରେ ଯୁବପିଢି ପଡି ଅନେକ ଆପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି। ଏହା ଉପରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସ ଟିମ ପକ୍ଷରୁ ୨ଦିନ ଧରି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ସ୍ବତନ୍ତ୍ର ଅପରେଶନ ଚଳାଇଥିଲା। ବଡଗଡ, ଲକ୍ଷ୍ମୀସାଗର, ଚନ୍ଦକା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଶହୀଦନଗର, ଇନଫୋସିଟି ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ ଚଢାଉ କରିଥିଲା। ଏହି ୮ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ଏବଂ ଗଞ୍ଜେଇ ଜବତ କରାଯାଇଛି। ଆଗାମୀ ଦିନରେ ଏହି ଅପରେଶନକୁ ଅଧିକ କଡାକଡି କରାଯିବା ସହ ରାଜଧାନୀରେ ନିଶା କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ବୁଧବାର କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ନେଇ ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ କରାଯାଇ ଚୋରା କାରବାରରେ ସମ୍ପୃକ୍ତ ୧୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, କମିଶନରେଟ ପୋଲିସ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ଏବଂ ଗଞ୍ଜେଇ ବିକ୍ରି ବଢିବା ସହ ଲୁଟପାଟ ସଂଖ୍ୟା ବଢ଼ୁଥିବାରୁ ପୋଲିସ କମିଶନର ଏ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏ ନେଇ ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଞ୍ଚଳରେ ଥିବା ଥାନାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ନକ୍ସା ପ୍ରସ୍ତୁତ ହୋଇଥିଲା। ମଙ୍ଗଳବାର ଏବଂ ବୁଧବାର ଯୋଜନା ମୁତାବକ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏକା ସାଙ୍ଗରେ ସ୍ବତନ୍ତ୍ର ପୋଲିସ ଟିମ ଚଢାଉ କରିଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ଚଡାଉ କରାଯାଇ ଦେଢ କେଜି ଗଞ୍ଜେଇ ଜବତ କରାଯିବା ସହ ୧୬୧/୧୯ରେ ମାମଲା ରୁଜୁ କରି ବାବାଜି ଚନ୍ଦ୍ର ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୦.୩୫ ଗ୍ରାମ ବ୍ରାଉନସୁଗାର ଓ ୪ହଜାର ଟଙ୍କା ଜବତ କରାଯିବା ସହ ୧୮୪/୧୯ରେ ମାମଲା ରୁଜୁ କରାଯିବା ସହ ଆୟେସା ବିବି ଓ ସରିଫ ଖାନଙ୍କୁ ଗିରଫ କରାଯାଇଛି। ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଚଢାଉ କରାଯାଇ ୧.୨୧୫ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୧୨୪/୧୯ରେ ଏକ ମାମଲା ରୁଜୁ କରାଯାଇ ମାନସ ସାହୁଙ୍କୁ ଗିରଫ କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚଢାଉ କରାଯାଇ ୩ କେଜି ଗଞ୍ଜେଇ ଜବତ କରିବା ସହ ୧୨୪/୧୯ରେ ମାମଲା ରୁଜୁ କରି ଲଳିତ ମୋହନ ପଣ୍ଡାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୦ ଗ୍ରାମ ବ୍ରାଉନସୁଗାର ସହ କାର୍‌, ବାଇକ, ସୁନାଚେନ, ୩ଟି ମୋବଇଲ ଏବଂ ୧୪ ହଜାର ଟଙ୍କା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ପୋଲିସ ୩୫୬/୧୯ରେ ଏକ ମାମଲା ରୁଜୁ କରି ମୁନା ସେଠୀ, ସୁଶାନ୍ତ କୁମାର ସାହୁ ଓ ସତ୍ୟଜିତ ସାମଲଙ୍କୁ ଗିରଫ କରିଛି। ସେହିପରି ଖଣ୍ଡଗିରି ଥାନାରେ ୩୫୭/୧୯ ନଂ ମାମଲାରେ ୭ ଗ୍ରାମ ବ୍ରାଉନସୁଗାର, ବାଇକ, ୩ ହଜାର ଟଙ୍କା ଜବତ କରିବାସହ ଶିବୁ ଦାସ ଓ ଜି ସତ୍ୟନରାୟଣ ରାଓଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିବ ଦାସଙ୍କ ନାମରେ ଜଟଣୀ ଥାନାରେ ୮ଟି ମାମଲା ରହିଛି। ଶହୀଦନଗର ଥାନା ଅଞ୍ଚଳରେ ଚଢାଉ କରାଯାଇ ଦେଢ କେଜି ଗଞ୍ଜେଇ ଜବତ କରିବା ସହ ୨୯୯/୧୯ ରେ ଏକ ମାମଲା ରୁଜୁ କରାଯାଇ ଲଣ୍ଡା ଓରଫ ସୁରେନ୍ଦ୍ର ମହାରଣାଙ୍କୁ ଗିରଫ କରାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଚଢାଉ କରାଯାଇ ୫ କେଜି ଗଞ୍ଜେଇ ଜବତ କରାଯିବା ସହ ୧୪୬/୧୯ରେ ଏକ ମାମଲା ରୁଜୁ କରାଯାଇ ଲୁମା ଖାନଙ୍କୁ ଗିରଫ କରାଯାଇଛି। ସେହିପରି ନୟାପଲ୍ଲୀ ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୧.୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩୦୭/୧୯ରେ ମାମଲା ରୁଜୁ କରାଯାଇ ଭାଲୁ ଓରଫ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ବେଆଇନ ଚୋରା ନିଶା କାରବାର ସମ୍ପର୍କରେ ପୋଲିସକୁ ଅନେକ ତଥ୍ୟ ହସ୍ତଗତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri