କମିଶନରେଟ ପୋଲିସର ସ୍ବତନ୍ତ୍ର ଚଢ଼ାଉ; ୮ ଥାନା ଅଞ୍ଚଳର ୧୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକରୋଡ/ବାରଙ୍ଗ(ଡି.ଏନ୍‌.ଏ.),୧୧।୭:  ରାଜଧାନୀରେ ଚୋରା ନିଶା କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୁଟପାଟ, ଛିନ୍‌ତାଇ ଘଟଣା ବଢି ଚାଲିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରାଉନସୁଗାର ଓ ଗଞ୍ଜେଇ ନିଶା କବଳରେ ଯୁବପିଢି ପଡି ଅନେକ ଆପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି। ଏହା ଉପରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସ ଟିମ ପକ୍ଷରୁ ୨ଦିନ ଧରି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ସ୍ବତନ୍ତ୍ର ଅପରେଶନ ଚଳାଇଥିଲା। ବଡଗଡ, ଲକ୍ଷ୍ମୀସାଗର, ଚନ୍ଦକା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଶହୀଦନଗର, ଇନଫୋସିଟି ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ ଚଢାଉ କରିଥିଲା। ଏହି ୮ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ଏବଂ ଗଞ୍ଜେଇ ଜବତ କରାଯାଇଛି। ଆଗାମୀ ଦିନରେ ଏହି ଅପରେଶନକୁ ଅଧିକ କଡାକଡି କରାଯିବା ସହ ରାଜଧାନୀରେ ନିଶା କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ବୁଧବାର କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ନେଇ ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ କରାଯାଇ ଚୋରା କାରବାରରେ ସମ୍ପୃକ୍ତ ୧୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, କମିଶନରେଟ ପୋଲିସ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ଏବଂ ଗଞ୍ଜେଇ ବିକ୍ରି ବଢିବା ସହ ଲୁଟପାଟ ସଂଖ୍ୟା ବଢ଼ୁଥିବାରୁ ପୋଲିସ କମିଶନର ଏ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏ ନେଇ ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଞ୍ଚଳରେ ଥିବା ଥାନାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ନକ୍ସା ପ୍ରସ୍ତୁତ ହୋଇଥିଲା। ମଙ୍ଗଳବାର ଏବଂ ବୁଧବାର ଯୋଜନା ମୁତାବକ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏକା ସାଙ୍ଗରେ ସ୍ବତନ୍ତ୍ର ପୋଲିସ ଟିମ ଚଢାଉ କରିଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ଚଡାଉ କରାଯାଇ ଦେଢ କେଜି ଗଞ୍ଜେଇ ଜବତ କରାଯିବା ସହ ୧୬୧/୧୯ରେ ମାମଲା ରୁଜୁ କରି ବାବାଜି ଚନ୍ଦ୍ର ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୦.୩୫ ଗ୍ରାମ ବ୍ରାଉନସୁଗାର ଓ ୪ହଜାର ଟଙ୍କା ଜବତ କରାଯିବା ସହ ୧୮୪/୧୯ରେ ମାମଲା ରୁଜୁ କରାଯିବା ସହ ଆୟେସା ବିବି ଓ ସରିଫ ଖାନଙ୍କୁ ଗିରଫ କରାଯାଇଛି। ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଚଢାଉ କରାଯାଇ ୧.୨୧୫ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୧୨୪/୧୯ରେ ଏକ ମାମଲା ରୁଜୁ କରାଯାଇ ମାନସ ସାହୁଙ୍କୁ ଗିରଫ କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚଢାଉ କରାଯାଇ ୩ କେଜି ଗଞ୍ଜେଇ ଜବତ କରିବା ସହ ୧୨୪/୧୯ରେ ମାମଲା ରୁଜୁ କରି ଲଳିତ ମୋହନ ପଣ୍ଡାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୦ ଗ୍ରାମ ବ୍ରାଉନସୁଗାର ସହ କାର୍‌, ବାଇକ, ସୁନାଚେନ, ୩ଟି ମୋବଇଲ ଏବଂ ୧୪ ହଜାର ଟଙ୍କା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ପୋଲିସ ୩୫୬/୧୯ରେ ଏକ ମାମଲା ରୁଜୁ କରି ମୁନା ସେଠୀ, ସୁଶାନ୍ତ କୁମାର ସାହୁ ଓ ସତ୍ୟଜିତ ସାମଲଙ୍କୁ ଗିରଫ କରିଛି। ସେହିପରି ଖଣ୍ଡଗିରି ଥାନାରେ ୩୫୭/୧୯ ନଂ ମାମଲାରେ ୭ ଗ୍ରାମ ବ୍ରାଉନସୁଗାର, ବାଇକ, ୩ ହଜାର ଟଙ୍କା ଜବତ କରିବାସହ ଶିବୁ ଦାସ ଓ ଜି ସତ୍ୟନରାୟଣ ରାଓଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିବ ଦାସଙ୍କ ନାମରେ ଜଟଣୀ ଥାନାରେ ୮ଟି ମାମଲା ରହିଛି। ଶହୀଦନଗର ଥାନା ଅଞ୍ଚଳରେ ଚଢାଉ କରାଯାଇ ଦେଢ କେଜି ଗଞ୍ଜେଇ ଜବତ କରିବା ସହ ୨୯୯/୧୯ ରେ ଏକ ମାମଲା ରୁଜୁ କରାଯାଇ ଲଣ୍ଡା ଓରଫ ସୁରେନ୍ଦ୍ର ମହାରଣାଙ୍କୁ ଗିରଫ କରାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଚଢାଉ କରାଯାଇ ୫ କେଜି ଗଞ୍ଜେଇ ଜବତ କରାଯିବା ସହ ୧୪୬/୧୯ରେ ଏକ ମାମଲା ରୁଜୁ କରାଯାଇ ଲୁମା ଖାନଙ୍କୁ ଗିରଫ କରାଯାଇଛି। ସେହିପରି ନୟାପଲ୍ଲୀ ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୧.୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩୦୭/୧୯ରେ ମାମଲା ରୁଜୁ କରାଯାଇ ଭାଲୁ ଓରଫ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ବେଆଇନ ଚୋରା ନିଶା କାରବାର ସମ୍ପର୍କରେ ପୋଲିସକୁ ଅନେକ ତଥ୍ୟ ହସ୍ତଗତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?