କପ୍ତିପଦା ଥାନା ଏଏସ୍‌ଆଇଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର,୧୭-୯ (ବ୍ୟୁରୋ):ମୟୂରଭଞ୍ଜ ଜିଲା କପ୍ତିପଦା ପୋଲିସ ନ୍ୟାୟ ଦେଉନି। ପୂର୍ବରାଗ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଛି। ଥାନାର ଜଣେ ଏଏସ୍‌ଆଇ ମିଛ ମାମଲାରେ ଫସାଇ ମହିଳାଙ୍କୁ ବଳାକତ୍ାର ଉଦ୍ୟମ କରିବା ସହ ପରିବାର ସଦସ୍ୟଙ୍କୁ ଜେଲ୍‌ ପଠାଇଛନ୍ତି। ପରିବାର ଲୋକେ ଥାନା ଅଧିକାରୀ ଓ ଏସ୍‌ପିଙ୍କୁ ଭେଟି ନ୍ୟାୟ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ବରଂ ନିର୍ଯାତନା ବଢ଼ି ଚାଲିବାରୁ ଶେଷରେ ପୀଡିତ ପରିବାରର ସଦସ୍ୟମାନେ ନ୍ୟାୟ ପାଇଁ ସୋମବାର ଭୁବନେଶ୍ୱର ଆସି ନବୀନ ନିବାସ ନିକଟରେ ପହଞ୍ଚତ୍ଥିଲେ। ଉପସ୍ଥିତ ପୋଲିସକୁ ଏ ସମ୍ପର୍କରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ସୁଯୋଗ ନ ମିଳିବାରୁ ଶେଷରେ ସେମାନେ ସେଠାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ କାବୁ କରିନେବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ। ଅଭିଯୋଗ ରଖାଯିବା ପରେ ସେମାନଙ୍କୁ ସେଠାରୁ କ୍ୟାପିଟାଲ ପୋଲିସ ଭ୍ୟାନ୍‌ରେ ବସାଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଛାଡ଼ିଦେଇଥିଲା।
ଅଭିଯୋଗ ମୁତାବକ, କଳହକୁ ନେଇ ଗତ ମେ ମାସରେ ଏହି ପରିବାରର ଜଣେ ମହିଳାଙ୍କ ସ୍ବାମୀଙ୍କ ନାମରେ ପଡୋଶୀଙ୍କ ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଜଣକ ମଧ୍ୟ ପଡୋଶୀ ଲୋକଙ୍କ ନାମରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତଭାର ନେଇଥିବା ଏଏସ୍‌ଆଇ ଶୁଭେନ୍ଦୁ ବେହେରା ବିଭିନ୍ନ ସମୟରେ ପୀଡିତାଙ୍କୁ ଥାନାକୁ ଡାକି ଦୁର୍ବ୍ୟବହାର କରୁଥିଲେ। ମେ’ ୧୨ ବିଳମ୍ବିତ ରାତିରେ ଏଏସ୍‌ଆଇ ବେହେରା ଜଣେ ହୋମଗାର୍ଡଙ୍କ ସହ ପୀଡିତାଙ୍କ ଘରେ ପହଞ୍ଚତ୍ ଶୋଇଥିବା ଅବସ୍ଥାରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିବାରୁ ଏସ୍‌ଆଇ ବେହେରାଙ୍କ ମୁଣ୍ଡ ଗ୍ରୀଲ୍‌ରେ ମାଡ଼ ହୋଇ ଫାଟିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଥାନାର ଅନ୍ୟ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଉଦଳା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମ୍ପୃକ୍ତ ଏଏସ୍‌ଆଇଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୬୬/୧୯)ରୁଜୁ କରି ପୀଡିତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ବଳାତ୍କାର ଉଦ୍ୟମ ନେଇ ପୀଡିତା ଜଣକ ତାଙ୍କ ଯାଆଙ୍କ ସହ ଅଭିଯୋଗ କରିବାକୁ ଥାନାକୁ ଯାଇଥିବାବେଳେ ପୋଲିସ ସେମାନଙ୍କୁ ମିଛ ମାମଲାରେ ଫସାଇ କୋର୍ଟଚାଲାଣ କରିଥିଲା। ସେହିଭଳି ଏହି ମାମଲାରେ ତାଙ୍କ ଦିଅର ଓ ଶ୍ୱଶୁର କୋର୍ଟରୁ ଜାମିନ ପାଇଯାଇଥିଲେ ମଧ୍ୟ ପୋଲିସ ରାଗ ରଖି ନାନା ହଇରାଣ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଏନେଇ ଏଏସ୍‌ଆଇ ବେହେରା କହିଛନ୍ତି, ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ ରହିଥିବାରୁ ତାଙ୍କ ଘରେ ଚଢାଉ କରିଥିଲୁ। ହେଲେ ଗିରଫରୁ ବର୍ତ୍ତିବା ପାଇଁ ପୋଲିସକୁ ପରିବାର ସଦସ୍ୟ ଆକ୍ରମଣ କରିଥିଲେ। ବଳାକତ୍ାର ଉଦ୍ୟମ ଅଭିଯୋଗ ମିଛ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri