ସମଲେଇ ମନ୍ଦିର, ହୀରାକୁଦର ବିକାଶ ହେବ

ସମ୍ବଲପୁର,୨୨ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ନବବର୍ଷ ଉପଲକ୍ଷେ ସେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସମଲେଇ ମନ୍ଦିରର ଆବଶ୍ୟକ ଅନୁସାରେ ବିକାଶ କରାଯିବ। ବିଶେଷ କରି ମନ୍ଦିର ଭିତ୍ତିଭୂମିର ବିକାଶ, ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ରହିବା ବ୍ୟବସ୍ଥା ସହ ଅନ୍ୟାନ ସୁବିଧା କରାଯିବ। ଏଥିପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ସରକାର ବହନ କରିବେ। ମନ୍ଦିରକୁ ଆହୁରି ସୁନ୍ଦର ଓ ଆକୃଷ୍ଟ କରାଯିବ। ସେହିପରି ହୀରାକୁଦ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ କିପରି ପରିଚିତ ହେବ ସେ ନେଇ ଯୋଜନା କରାଯିବ। ହୀରାକୁଦ ଡ୍ୟାମ ତଥା ପାରିପାର୍ଶ୍ୱିକ ଭିତ୍ତିଭୂମିର ବିକାଶ କରାଯିବ। ହୋଟେଲ,ରେଷ୍ଟୁରାଣ୍ଟ, କଟେଜ୍‌, ୱାଟର ସ୍ପୋର୍ଟସ, ବଗିଚା,କନ୍‌ଭେନସନ ସେଣ୍ଟର ନିର୍ମାଣ କରାଯିବ। ଏଥିପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ ସମ୍ବଲପୁରକୁ ଆସିବେ। ସେମାନେ ସମଲେଇ ମନ୍ଦିର ଓ ହୀରାକୁଦ ପରିଦର୍ଶନ କରି କିଭଳି ବିକାଶ କରାଯିବ ସେନେଇ ମ୍ୟାପ ଓ ବ୍ୟୟ ଅଟକଳ ପ୍ରସ୍ତୁତ କରିବେ। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ୫ ଟି ସଚିବ ଭି.କେ. ପାଣ୍ଡିଆନ, ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ବରଗଡରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ସମ୍ବଲପୁର ଆସି ମନ୍ଦଲିଆ ପଡିଆ ହେଲିପ୍ୟାଡ଼ରେ ଓହ୍ଳାଇଥିଲା। ଆରଡିସି ନିରଞ୍ଜନ ସାହୁ, ଜିଲାପାଳ ଶୁଭମ୍‌ ସକ୍‌ସେନା ଓ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ସମଲେଇ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ଭାଜପାର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକଦ୍ୱୟ ଜିଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ବିଧାୟକ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କୌଣସି ଦଳର ନୁହନ୍ତି। ତାଙ୍କୁ ସ୍ବାଗତ କରିବା ଆମର ଦାୟିତ୍ୱ। ସମ୍ବଲପୁର ବିକାଶ ପାଇଁ ମୁଁ ଦଳମତନିର୍ବିଶେଷରେ ତାଙ୍କୁ ସମର୍ଥନ କରିବି ବୋଲି କହିଥିଲେ। ଏ ସମ୍ପର୍କରେ ସରକାରୀ ଉପ ମୁଖ୍ୟସଚେତକ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାଁ ସମଲେଇଙ୍କ ଦର୍ଶନ ପରେ ମନ୍ଦିର ଓ ହୀରାକୁଦ ଡ୍ୟାମର ବିକାଶ ପାଇଁ ପ୍ରତିବଦ୍ଧତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମସ୍ତ ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବ। ତେବେ ମନ୍ଦିର ପରିସରରେ ବିଜେଡି ଜିନ୍ଦାବାଦ ବୋଲି କେତେକ କର୍ମୀ ନାରାବାଜି କରିବା ଘଟଣାକୁ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?