କନ୍ଧମାଳ ଜିଲା ଚିଠି: ତଦନ୍ତକୁ ନେଇ ସନ୍ଦେହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲାରେ ୨୦୧୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି। ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ) ସେମାନଙ୍କ ଅଞ୍ଚଳର ସ୍କୁଲରେ ନିଯୁକ୍ତ ଶିକ୍ଷକମାନଙ୍କ ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବେ। ସେପ୍ଟେମ୍ବର ୩୦ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ଏହି ଅବଧିର ୨ମାସ ପୂରିବାକୁ ବସିଥିଲେ ମଧ୍ୟ ଜିଲାରେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟ ସରିନାହିଁ। ଜିଲା ଅନ୍ତର୍ଗତ ୧୨ ବ୍ଲକର କେହି ବିଇଓ ଏହି ରିପୋର୍ଟ ଦାଖଲ କରିନାହାନ୍ତି। ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକମାନେ ଯାଞ୍ଚ ଅଧିକାରୀ ବିଇଓ, ସିଆର୍‌ସିସିଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲାରେ ବାହାର ଜିଲାରୁ ଆସି ମଧ୍ୟ ବହୁ ଶିକ୍ଷକ ଚାକିରି କରୁଛନ୍ତି। ଶିକ୍ଷା ସହାୟକ ନିଯୁକ୍ତି ସମୟରେ ଏହାକୁ ବିରୋଧ କରାଯାଇଥିଲା। କେବଳ ବାହାରୁ ଆସିଥିବା ଶିକ୍ଷକ ନୁହେଁ, ଜିଲାର କେତେଜଣ ଶିକ୍ଷକ ମଧ୍ୟ ଜାଲ୍‌ ସାର୍ଟିଫିକେଟ ଓ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ହାତେଇଛନ୍ତି। ପୂର୍ବରୁ ଜିଲାରେ ୫ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରି ଧରାପଡିଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ସହକାରୀ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଅନ୍ୟ କନିଷ୍ଠ ଶିକ୍ଷକଙ୍କୁ ସେବା ନିବୃତ୍ତ(ଡିସ୍‌ଏନ୍‌ଗେଜ୍‌) କରାଯାଇଛି। ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ବିଭିନ୍ନ ବିଭାଗରେ ଚାକିରି କରୁଥିବା କର୍ମଚାରୀଙ୍କ ତଦନ୍ତ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ଆଡମିନିଷ୍ଟ୍ରେଟର କରୁଥିଲେ। ଏବେ ତାହାକୁ ଆର୍‌ଡିସି କରୁଛନ୍ତି। କିନ୍ତୁ ଶିକ୍ଷକଙ୍କ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ରର ଯାଞ୍ଚ ଶିକ୍ଷା ବିଭାଗର ଅଧିକାରୀମାନେ କରୁଛନ୍ତି। ଗତ ୨୦ ତାରିଖରେ ଅନୁଷ୍ଠିତ କୁଇ ସମାଜ ସମନ୍ବୟ ସମିିତିର ପ୍ରତିଷ୍ଠା ଦିବସରେ ଜାଲ୍‌ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସେହିପରି ଏବେ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରି ତଦନ୍ତ କରାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି। କାରଣ ଯାଞ୍ଚ ଅଧିକାରୀ ସେହି ବିଭାଗର ହୋଇଥିବାରୁ ତଦନ୍ତର ସ୍ବଚ୍ଛତାକୁ ନେଇ ସନ୍ଦେହ ଉପୁଜିବା ସ୍ବାଭାବିକ।
– ରାକେଶ କୁମାର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା...

କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ

ଗଣିଆ,୨୯ା୩(ସନ୍ତୋଷ କୁମାର ପ୍ରଧାନ): ନୟାଗଡ଼ ଜିଲା ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri