କଣ୍ଠଶିଳ୍ପୀମାନେ ଓଡ଼ିଶାର ପରମ୍ପରାକୁ ନ ଭୁଲନ୍ତୁ: ଶ୍ୟାମାମଣୀ

କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ୧୯୩୮ ଡିସେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣୀ ଦେବୀ। ସେ ପିଲାବେଳେ ଘର ପିଣ୍ଡାରେ ବସି ପାଲାଗୀତ ଶୁଣିଶୁଣି ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ୧୨ ବର୍ଷ ବୟସରେ ସେ ଆକାଶବାଣୀ କେନ୍ଦ୍ରରେ କାମ କରିବା ଆରମ୍ଭ କରିଥିଲେ। ଶ୍ୟାମାମଣୀଙ୍କ ବଡ଼ବାପା ହେଉଛନ୍ତି କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ। କଳା ପ୍ରତି ରୁଚି ରଖିଥିଲେ ମଧ୍ୟ ପିଲାବେଳେ ଅନେକ ବିରୋଧର ସେ ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କର ଯାତ୍ରା ଅଟକି ନ ଥିଲା। ପ୍ରାୟ ୭ ଦଶନ୍ଧି ଧରି ଓଡ଼ିଶୀ ସଙ୍ଗୀତରେ କଣ୍ଠଦାନ କରି ଦେଶ ବିଦେଶରେ ସେ ପ୍ରସିଦ୍ଧି ଲାଭ କରି ସାରିଲେଣି। ୧୯୫୮ରେ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ପୁରସ୍କୃତ ହୋଇଥିବା ଶ୍ୟାମାମଣୀ ଏବେସୁଦ୍ଧା ଅନେକ ପୁରସ୍କାରର ଅଧିକାରୀ ହୋଇସାରିଲେଣି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ୨୦୧୭ ବର୍ଷ ନିମନ୍ତେ ସର୍ବୋଚ୍ଚ ସମ୍ମାନ ତଥା ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇବାକୁ ସେ ମନୋନୀତ ହୋଇଛନ୍ତି। ଡ.ଶ୍ୟାମାମଣୀଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର।

ରାଜ୍ୟର ଏକ ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। କିପରି ଅନୁଭବ ହେଉଛି?
-ଖୁସି ଲାଗୁଛି। ହେଲେ ଅତ୍ୟଧିକ ଖୁସି ନୁହେଁ। ପିଲାବେଳୁ ମୋ ଗୁଣ ହିଁ ସେମିତି। ଖୁସି ଖବରରେ ଅଧିକ ଖୁସି ହୁଏନି କିମ୍ବା ଦୁଃଖ ଖବର ମୋତେ ଅଧିକ ମ୍ରିୟମାଣ କରେନି। ତଥାପି କଳା ପାଇଁ ପୁରସ୍କୃତ ହେବା ଜଣେ କଳାକାର ପାଇଁ ବଡ଼ କଥା। ରାଜ୍ୟବାସୀଙ୍କର ଭଲପାଇବା ପାଇଲି। ଆଜିପର୍ଯ୍ୟନ୍ତ ମିଳିଥିବା ସମସ୍ତ ସମ୍ମାନକୁ ମୁଁ ସମ୍ମାନ ଜଣାଏ।

ସଙ୍ଗୀତ ଦୁନିଆରେ ଏତେ ବର୍ଷର ଯାତ୍ରା କିପରି ରହିଛି?
-ବହୁତ ଲମ୍ବା ଯାତ୍ରା। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବମ୍ବେ ଯାଇ ଅନେକ ନାମୀଦାମୀ ସଙ୍ଗୀତକାରଙ୍କ ସହ କାର୍ଯ୍ୟ କରିଛି। ବିଭିନ୍ନ ଭାଷାର ଗୀତରେ କଣ୍ଠଦାନ କରିଛି। ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଗାଇବାର ସୁଯୋଗ ପାଇଛି। ଏପରି କି ପାରାଦୀପ ପୋର୍ଟ, ହୀରାକୁଦ ଡ୍ୟାମ୍‌, ରାଉରକେଲା ଷ୍ଟିଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ପ୍ରମୁଖ ସ୍ଥାନର ଉଦ୍‌ଘାଟନୀ ଉତ୍ସବରେ ଗୀତ ଗାଇଛି।

ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ?
– ଯେବେ ଦେଶର ଶ୍ରେଷ୍ଠ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ଭେଟିଥିଲି, ତାହା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ତାଙ୍କ ପାଦ ଛୁଇଁବା ମୋ ପାଇଁ ସ୍ବପ୍ନ ଭଳି ଥିଲା। ସବୁବେଳେ ତାଙ୍କ ପାଦ ଛୁଇଁବାକୁ ସୁଯୋଗ ଖୋଜୁଥିଲି। ହେଲେ ଦିନେ ତାଙ୍କୁ ତାଙ୍କ ବାସଭବନରେ ଭେଟିବାର ଅପୂର୍ବ ସୁଯୋଗ ମିଳିଲା। ସେଦିନ ତାଙ୍କ ପାଦ ଛୁଉଁଛୁଉଁ ଭୋଭୋ କରି କାନ୍ଦି ଉଠିଥିଲି।

ଓଡ଼ିଶୀ ଗୀତ ଗାଉଥିବା ଆଗାମୀ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଇଁ ବାର୍ତ୍ତା କ’ଣ ଦେବେ?
-ଏବେ ଗୀତ ପ୍ରତି ରୁଚି ରଖୁଥିବା ଯୁବପିଢ଼ି ଦ୍ୱନ୍ଦ୍ୱରେ ରହୁଛନ୍ତି। ଗୀତ ଦୁନିଆ ଏବେ ବିଶାଳ ହେଲାଣି। ବିଭିନ୍ନ ପ୍ରକାରର ଗୀତ ତିଆରି ହେଉଛି। ଫ୍ୟୁଜନ କରାଯାଉଛି। ହେଲେ ଯିଏ ଯେଉଁ ଗୀତ ଗାଉନା କାହିଁକି ଓଡ଼ିଶାର ମୂଳ ପରମ୍ପରାକୁ ଭୁଲି ନ ଯାଉ। ଏହା ହିଁ ଆମର ପରିଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri