କଣ୍ଠଶିଳ୍ପୀମାନେ ଓଡ଼ିଶାର ପରମ୍ପରାକୁ ନ ଭୁଲନ୍ତୁ: ଶ୍ୟାମାମଣୀ

କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ୧୯୩୮ ଡିସେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣୀ ଦେବୀ। ସେ ପିଲାବେଳେ ଘର ପିଣ୍ଡାରେ ବସି ପାଲାଗୀତ ଶୁଣିଶୁଣି ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ୧୨ ବର୍ଷ ବୟସରେ ସେ ଆକାଶବାଣୀ କେନ୍ଦ୍ରରେ କାମ କରିବା ଆରମ୍ଭ କରିଥିଲେ। ଶ୍ୟାମାମଣୀଙ୍କ ବଡ଼ବାପା ହେଉଛନ୍ତି କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ। କଳା ପ୍ରତି ରୁଚି ରଖିଥିଲେ ମଧ୍ୟ ପିଲାବେଳେ ଅନେକ ବିରୋଧର ସେ ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କର ଯାତ୍ରା ଅଟକି ନ ଥିଲା। ପ୍ରାୟ ୭ ଦଶନ୍ଧି ଧରି ଓଡ଼ିଶୀ ସଙ୍ଗୀତରେ କଣ୍ଠଦାନ କରି ଦେଶ ବିଦେଶରେ ସେ ପ୍ରସିଦ୍ଧି ଲାଭ କରି ସାରିଲେଣି। ୧୯୫୮ରେ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ପୁରସ୍କୃତ ହୋଇଥିବା ଶ୍ୟାମାମଣୀ ଏବେସୁଦ୍ଧା ଅନେକ ପୁରସ୍କାରର ଅଧିକାରୀ ହୋଇସାରିଲେଣି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ୨୦୧୭ ବର୍ଷ ନିମନ୍ତେ ସର୍ବୋଚ୍ଚ ସମ୍ମାନ ତଥା ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇବାକୁ ସେ ମନୋନୀତ ହୋଇଛନ୍ତି। ଡ.ଶ୍ୟାମାମଣୀଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର।

ରାଜ୍ୟର ଏକ ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। କିପରି ଅନୁଭବ ହେଉଛି?
-ଖୁସି ଲାଗୁଛି। ହେଲେ ଅତ୍ୟଧିକ ଖୁସି ନୁହେଁ। ପିଲାବେଳୁ ମୋ ଗୁଣ ହିଁ ସେମିତି। ଖୁସି ଖବରରେ ଅଧିକ ଖୁସି ହୁଏନି କିମ୍ବା ଦୁଃଖ ଖବର ମୋତେ ଅଧିକ ମ୍ରିୟମାଣ କରେନି। ତଥାପି କଳା ପାଇଁ ପୁରସ୍କୃତ ହେବା ଜଣେ କଳାକାର ପାଇଁ ବଡ଼ କଥା। ରାଜ୍ୟବାସୀଙ୍କର ଭଲପାଇବା ପାଇଲି। ଆଜିପର୍ଯ୍ୟନ୍ତ ମିଳିଥିବା ସମସ୍ତ ସମ୍ମାନକୁ ମୁଁ ସମ୍ମାନ ଜଣାଏ।

ସଙ୍ଗୀତ ଦୁନିଆରେ ଏତେ ବର୍ଷର ଯାତ୍ରା କିପରି ରହିଛି?
-ବହୁତ ଲମ୍ବା ଯାତ୍ରା। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବମ୍ବେ ଯାଇ ଅନେକ ନାମୀଦାମୀ ସଙ୍ଗୀତକାରଙ୍କ ସହ କାର୍ଯ୍ୟ କରିଛି। ବିଭିନ୍ନ ଭାଷାର ଗୀତରେ କଣ୍ଠଦାନ କରିଛି। ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଗାଇବାର ସୁଯୋଗ ପାଇଛି। ଏପରି କି ପାରାଦୀପ ପୋର୍ଟ, ହୀରାକୁଦ ଡ୍ୟାମ୍‌, ରାଉରକେଲା ଷ୍ଟିଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ପ୍ରମୁଖ ସ୍ଥାନର ଉଦ୍‌ଘାଟନୀ ଉତ୍ସବରେ ଗୀତ ଗାଇଛି।

ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ?
– ଯେବେ ଦେଶର ଶ୍ରେଷ୍ଠ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ଭେଟିଥିଲି, ତାହା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ତାଙ୍କ ପାଦ ଛୁଇଁବା ମୋ ପାଇଁ ସ୍ବପ୍ନ ଭଳି ଥିଲା। ସବୁବେଳେ ତାଙ୍କ ପାଦ ଛୁଇଁବାକୁ ସୁଯୋଗ ଖୋଜୁଥିଲି। ହେଲେ ଦିନେ ତାଙ୍କୁ ତାଙ୍କ ବାସଭବନରେ ଭେଟିବାର ଅପୂର୍ବ ସୁଯୋଗ ମିଳିଲା। ସେଦିନ ତାଙ୍କ ପାଦ ଛୁଉଁଛୁଉଁ ଭୋଭୋ କରି କାନ୍ଦି ଉଠିଥିଲି।

ଓଡ଼ିଶୀ ଗୀତ ଗାଉଥିବା ଆଗାମୀ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଇଁ ବାର୍ତ୍ତା କ’ଣ ଦେବେ?
-ଏବେ ଗୀତ ପ୍ରତି ରୁଚି ରଖୁଥିବା ଯୁବପିଢ଼ି ଦ୍ୱନ୍ଦ୍ୱରେ ରହୁଛନ୍ତି। ଗୀତ ଦୁନିଆ ଏବେ ବିଶାଳ ହେଲାଣି। ବିଭିନ୍ନ ପ୍ରକାରର ଗୀତ ତିଆରି ହେଉଛି। ଫ୍ୟୁଜନ କରାଯାଉଛି। ହେଲେ ଯିଏ ଯେଉଁ ଗୀତ ଗାଉନା କାହିଁକି ଓଡ଼ିଶାର ମୂଳ ପରମ୍ପରାକୁ ଭୁଲି ନ ଯାଉ। ଏହା ହିଁ ଆମର ପରିଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?