କଣିହଁ। ଏନ୍ଟିପିସିରେ ପହଞ୍ଚିଲା ଦୁଲଙ୍ଗ କୋଇଲା

ତାଳଚେର,୧୧ା୧(ନି.ପ୍ର.) – ଅନୁଗୋଳ ଜିଲା କଣିହଁ।ସ୍ଥିତ ଏନ୍‌ଟିପିସି ପ୍ଲାଣ୍ଟର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଚୁକ୍ତିମୁତାବକ ଝାରସୁଗୁଡ଼ାସ୍ଥିତ ଏନ୍‌ଟିପିସିର ଦୁଲଙ୍ଗ ମାଇନ୍ସରୁ କୋଇଲା ଅଣାଯାଇଛି। ଟ୍ରେନ୍‌ ଯୋଗେ ୫୭ ୱାଗନରେ ୩୩୫୦ ମେଟ୍ରିକ ଟନ୍‌ କୋଇଲା କଣିହଁ। ପ୍ଲାଣ୍ଟରେ ପହଞ୍ଚିଛି। ଏହି ଅବସରରେ ଏନ୍‌ଟିପିସି କଣିହଁ। ଚିଫ୍‌ ଜେନେରାଲ ମ୍ୟାନେଜର ସୁଦୀପ ନାଗ, ମହାପ୍ରବନ୍ଧକଗଣ ଏବଂ ବିଭାଗୀୟ ମୁଖ୍ୟଙ୍କ ଗହଣରେ ନଡ଼ିଆ ଭାଙ୍ଗି କୋଲ ର଼୍ୟାକ୍‌କୁ ଗ୍ରହଣ କରିଥିଲେ। ପ୍ଲାଣ୍ଟର ଦୀର୍ଘକାଳୀନ ସମସ୍ୟା ସମାଧାନ ନିମନ୍ତେ ନିଆଯାଇଥିବା ଏହି ପଦକ୍ଷେପ ପାଇଁ ଫୁଏଲ ମ୍ୟାନେଜମେଣ୍ଟ ଟିମ୍‌କୁ ନାଗ୍‌ କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏନ୍‌ଟିପିସିର କଣିହଁ। ପ୍ଲାଣ୍ଟରେ କୋଇଲା ସଙ୍କଟ ଯୋଗୁ ବର୍ଷର ଅନେକ ସମୟରେ ବିଜୁଳି ଉପତ୍ଦ।ନରେ ବାଧା ସୃଷ୍ଟି ହେଉଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଏମ୍‌ (ଓଆଣ୍ଡଏମ୍‌) ଏନ୍‌.ଏସ. ରାଓ, ଜିଏମ୍‌ (ଏଫ୍‌ଏମ୍‌) କେ.କେ. ଦାସ, ଜିଏମ୍‌ (ଏସ୍‌ଏସ୍‌ସି) ନବୀନ ବାଗାଇ, ଜିଏମ୍‌ (ଅପରେଶନ୍ସ) ପି. ଶିବରାମ କ୍ରୀଷ୍ଣା, ଏଜିଏମ (ଏଚ୍‌ଆର୍‌) କେ.ଏସ୍‌. ଶର୍ମା, ଏଜିଏମ୍‌ (ଇଏମ୍‌ଜି) ଏସ୍‌. ଏସ୍‌. ପ୍ରଧାନ, ଏଜିଏମ୍‌ (ଏମ୍‌ଜିଆର୍‌) ଏସ୍‌.କେ. ଦାସ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri