କଟକରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ପଥ ଉତ୍ସବ

କଟକ ଅଫିସ, ୧୩ା୧୧:ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି। ବୁଧବାର ପ୍ରଥମ ଦିନରେ ଏଥିରେ ହାତଗଣତି ଲୋକ ଦେଖିବାକୁ ମିଳିଥିଲେ। ପ୍ରଚାର, ପ୍ରସାର ଅଭାବରୁ ଜନସମାଗମ ହୋଇ ନ ଥିବା ଜଣାପଡ଼ିଛି।
ପ୍ରଥମ ଦିବସରେ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲା କଳା ସଂସ୍କୃତି ସଂଘ ପକ୍ଷରୁ ୧୩୦ ଜଣ କଳାକାରଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ହୋଇଥିଲା। ନଗର ସଂକୀର୍ତ୍ତନ ସହ ଘୋଡ଼ାନାଚ କରାଯାଇଥିଲା। ପ୍ରଫେସର ସଞ୍ଜୟ ଶତପଥୀଙ୍କ ତତ୍ତ୍ବାବଧାନରେ ଶ୍ରୀଗୁରୁ ଭାଗବତ ଗାନ କାର୍ଯ୍ୟକ୍ରମ ସ୍ଥଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏଥିରେ ୨୫ ଜଣ କଳାକାର ପାରମ୍ପରିକ ମୃଦଙ୍ଗ ବାଦ୍ୟ ବଜାଇଥିଲେ। ଭୁବନେଶ୍ୱରସ୍ଥ ଡିଏଭି ପବ୍ଲିକ ସ୍କୁଲର ଶିଶୁ କଣ୍ଠଶିଳ୍ପୀ ତନୁଶ୍ରୀ ଜେନା ବହୁ ଲୋକପ୍ରିୟ ହିନ୍ଦୀ ଗୀତ ଗାଇଥିଲେ। ପତଞ୍ଜଳି ପକ୍ଷରୁ ଦର୍ଶକଙ୍କୁ ଫିଟନେସ୍‌ର ମନ୍ତ୍ର ଦିଆଯାଇଥିଲା। ବ୍ୟାୟାମ ମାଧ୍ୟମରେ ବିଭିନ୍ନ ରୋଗରୁ ମଣିଷ କିଭଳି ମୁକ୍ତ ରହିପାରିବ ସେ ନେଇ ବାର୍ତ୍ତା ଦିଆଯାଇଥିଲା। ଏହାଛଡ଼ା ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନର ସମ୍ପାଦକ ପାର୍ଥ ସାରଥି ଜେନାଙ୍କ ତତ୍ତ୍ୱାବଧାନରେ ୧୬ଜଣ ପ୍ରଶିକ୍ଷାର୍ଥୀ ସ୍କେଟିଂ ପ୍ରଦର୍ଶନ କରିଥିଲେ। ଏହି ଉତ୍ସବ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri