କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେବାକୁ ପଛାନ୍ତି ନାହିଁ। ହେଲେ ଏବେ କିଛି ଅଲଗା ଘଟଣା ଘଟିଛି। ନିକଟରେ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିବା ବେଳେ ଉଭୟ କରନ୍‌ ଏବଂ କଙ୍ଗନା ଏହାକୁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ନେଇ କିଭଳି ଅନୁଭବ କରୁଛନ୍ତି ବୋଲି କରନ୍‌ଙ୍କୁ ପଚରାଯାଇଥିଲା। ଉତ୍ତରରେ କରନ୍‌ କଙ୍ଗନାଙ୍କ ଭୂରିଭୂରି ପ୍ରଶଂସା କରିଛନ୍ତି, ଯାହା ଅନେକଙ୍କୁ ଆଶ୍ୱର୍ଯ୍ୟାନ୍ବିତ କରିଛି।

ଏକ ଖବରଦାତା ସଂସ୍ଥା ସହ ସାକ୍ଷାତ୍‌କାର ସମୟରେ କରନ୍‌ କହିଛନ୍ତି, ଆମ ଭିତରେ ତିକ୍ତତା ତ ରହିଆସିଛି। ହେଲେ ଆମେ ବାହାରେ ଭେଟହେଲେ ବିନମ୍ରତାର ସହ କଥା ହେଉ, ଶୁଭେଚ୍ଛା ଜଣାଉ। ଜଣେ ଫିଲ୍ମ ନିର୍ମାତା ଭାବେ କଙ୍ଗନାଙ୍କ ପ୍ରତିଭା, କ୍ରାଫ୍ଟକୁ ମୁଁ ସମ୍ମାନ କରେ। ନିଜକୁ ପ୍ରମାଣିତ କରିପାରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଜଣେ। ଏଣୁ ସେ ସମ୍ମାନର ପାତ୍ରୀ। ଏକତା କପୁର ଏବଂ ଅଦନାନ ସାମୀଙ୍କ ଛଡ଼ା କଙ୍ଗନାଙ୍କ ସହ ପଦ୍ମଶ୍ରୀ ପାଇବା ସମ୍ମାନର କଥା।

ଏଭଳି ଉତ୍ତର ଶୁଣି ଆଗାମୀ ଦିନରେ ସେ କଙ୍ଗନାଙ୍କ ସହ ଫିଲ୍ମରେ କାମ କରିବେ ବୋଲି ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ କଙ୍ଗନାଙ୍କ ଆବଶ୍ୟକତା ଫିଲ୍ମରେ ଥିଲେ ସେ ନିଶ୍ଚିତ ଫୋନ୍‌ କରିବେ ବୋଲି କହିଛନ୍ତି। ଯାହା ବି ସମସ୍ୟା ଥାଉନା କାହିଁକି ଶେଷରେ ମୁଁ ଜଣେ ଫିଲ୍ମ ନିର୍ମାତା। ତେଣୁ ଜଣେ କଳାକାରଙ୍କୁ ଫିଲ୍ମରେ ନେବା ବଡ଼ କଥା ନୁହେଁ। ମୁଁ ଏଥିରେ ବିଶ୍ୱାସ କରେ ବୋଲି କରନ୍‌ କହିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ କଙ୍ଗନା କ’ଣ ଏହାର ଉତ୍ତର ରଖୁଛନ୍ତି ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

ବାଙ୍କିପୁର ବିଜେତା ପ୍ରଶାନ୍ତ କିଶୋର କେତେ ଧନୀ? ପାଟନାରୁ ଦିଲ୍ଲୀ-ନୋଏଡା ପର୍ଯ୍ୟନ୍ତ ରହିଛି…

ପାଟନା,୩।୮: ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ନୀରଜ ସିହ୍ନାଙ୍କୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

ଦାଦନ ଖଟିବାକୁ ଯାଇଥିଲେ , ଶବ ହେଇ ଘରକୁ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

ଲଗାତାର ୯ଦିନ ସ୍କୁଲ ଛୁଟି, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୩।୮: ନର୍ସରୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅଗଷ୍ଟ ୪ରୁ ଅଗଷ୍ଟ ୧୨ (ମୋଟ ୯ ଦିନ) ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ଅନଲାଇନ୍ କ୍ଲାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri