ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। ଫଳରେ ସେହି ଷ୍ଟ୍ରେଚରରେ ମହିଳା ରୋଗୀ ଜଣକ ଦୀର୍ଘ ଘଣ୍ଟାଏ ଧରି ପଡ଼ିରହିଥିଲେ। ପରେ ତାଙ୍କ ପରିବାର ଲୋକ ପହଞ୍ଚି କାନ୍ଧରେ ବୋହି ମହିଳାଙ୍କୁ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଏଠାରେ ରୋଗୀଙ୍କୁ ତତ୍କାଳ ତଥା ଉତ୍ତମ ସେବା ଯୋଗାଇ ଦିଆଯିବା କଥା। କିନ୍ତୁ କର୍ତ୍ତୃପକ୍ଷ ରୋଗୀ ସେବା ପ୍ରତି ଆବଶ୍ୟକ ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ଏପରି ଅବ୍ୟବସ୍ଥା ଦେଖାଯାଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ଗୁରୁବାର ଜଣେ ମହିଳା ରୋଗୀ ପୁଅ ସହ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ୱାର୍ଡରେ ଭର୍ତ୍ତି କରାଇଥିଲେ। ତେବେ ତିନି ମହଲା ଉପରେ ଥିବା ୱାର୍ଡକୁ ଷ୍ଟେଚର ଧରି ନେବା ପାଇଁ କୌଣସି କର୍ମଚାରୀ ନ ଥିଲେ। ମହିଳାଙ୍କ ପୁଅ ଦୀର୍ଘ ଘଣ୍ଟାଏ ଧରି କର୍ମଚାରୀଙ୍କୁ ଖୋଜାଖୋଜି କରୁଥିବା ବେଳେ ଏଣେ ରୋଗୀ ଜଣକ ତଳେ ଷ୍ଟ୍ରେଚରରେ ଶୋଇ ରହିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ପୁଅ ଘରକୁ ଫୋନ କରିବା ପରେ ମହିଳାଙ୍କ ସ୍ବାମୀ ପହଞ୍ଚି କାନ୍ଧରେ ବୋହି ରୋଗୀଙ୍କୁ ଓ୍ବାର୍ଡକୁ ନେଇଥିଲେ। ଏ ନେଇ ମେଡିକାଲରେ ଚାପା ଉତ୍ତେଜନା ଦେଖା ଦେଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ରୋଗୀ ଓ ସମ୍ପର୍କୀୟଙ୍କୁ ଚୁପ୍‌ କରାଇ ଦେଇଥିବା ଆଲୋଚନା ହେଉଛି। ଏ ନେଇ ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri