ଓସିଏ ଭୋଟର୍‌ ତାଲିକାକୁ ନେଇ ବିବାଦ

ବ୍ରହ୍ମପୁର ଅଫିସ୍‌,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍‌ଙ୍କ ନାମ ପ୍ରକାଶ କରାଯାଇଛି। ଭୋଟର୍‌ ହେବା ପାଇଁ ବିଭିନ୍ନ ସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ଆବେଦନ କରାଯାଇଥିଲେ ମଧ୍ୟ ମାତ୍ର ୭୩ ନାମକୁ ହିଁ ସ୍ବୀକୃତି ମିଳିଛି । ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ତରଫରୁ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନାମ ଭୋଟର୍‌ ତାଲିକାରେ ରହିଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କାରଣ ଜିଡିସିଏ ପଦାଧିକାରୀଙ୍କୁ ନେଇ ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏଣୁ ଭୋଟର୍‌ ତାଲିକାରେ ଅଶୋକଙ୍କ ନାମକୁ ଚ୍ୟାଲେଞ୍ଜ କରିଛନ୍ତି ସଭାପତି ରମେଶ ଚନ୍ଦ୍ର ପାତ୍ର। ଏନେଇ ସେ ଲିଖିତ ଭାବେ ଓସିଏ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌.ମଜୁମଦାର୍‌, ବିସିସିଆଇ ପାଇଁ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିଯୁକ୍ତ ଆମିକଶ୍‌କ୍ୟୁରୀ ପି.ଏସ୍‌. ନରସିଂହାଙ୍କୁ ଜଣାଇଛନ୍ତି ।
ଚିଠିରେ ସଭାପତି ରମେଶ ଉଲ୍ଲେଖ କରିଛନ୍ତି, ଜିଡିସିଏର ଅଧିକାଂଶ ସଦସ୍ୟ ଏବଂ ପ୍ରତିଷ୍ଠାତା ଓ ଆଜୀବନ ସଦସ୍ୟମାନେ ତାଙ୍କ ନାମକୁ ଭୋଟର୍‌ ତାଲିକାରେ ଯୋଡ଼ିବାକୁ ଓସିଏକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ସଂଘ ପଦାଧିକାରୀଙ୍କ ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କିତ ଏକ ମାମଲା ଆଡିସିନାଲ୍‌ ସିନିୟର୍‌ ସିଭିଲ ଜଜ୍‌ଙ୍କ କୋର୍ଟରେ ରୁଜୁ ହୋଇଥିଲା। ଶୁଣାଣି ପରେ ସଂଘ ସଭାପତି ଭାବେ ରମେଶଙ୍କ ନାମକୁ ସ୍ବୀକୃତି ମିଳିଥିଲା।
ଅନ୍ୟପଟେ ଗତ ବର୍ଷ ଜୁଲାଇରେ ସଂଘ ପଦାଧିକାରୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ନିର୍ବାଚନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଥିଲା ।
ମତଦାନ ହୋଇଥିଲେ ମଧ୍ୟ ଫଳାଫଳ ଶୁଣାଣି ଉପରେ ରୋକ୍‌ ଲଗାଇଥିଲେ ଜିଲା ଜଜ୍‌ କୋର୍ଟ। ଏଯାଏ ନିର୍ବାଚନ ଫଳ ଘୋଷଣା ହୋଇନାହିଁ। ଏଭଳି ସ୍ଥଳେ ଅଶୋକଙ୍କ ନାମ ଓସିଏ ଭୋଟର୍‌ ତାଲିକାରେ କେମିତି ରହିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜିଡିସିଏ ପକ୍ଷରୁ କେବଳ ସେ ହିଁ ଭୋଟର୍‌ ତାଲିକାରେ ରହିପାରିବେ ବୋଲି ରମେଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏପରିକି ଜିଡିସିଏ ପଦାଧିକାରୀଙ୍କୁ ନେଇ ବିଭିନ୍ନ କୋର୍ଟରେ ରୁଜୁ ହୋଇଥିବା ମାମଲା ଏବଂ ତାର ଶୁଣାଣିଗୁଡ଼ିକର ନକଲ ସେ ନିଜ ଦାବିପତ୍ର ସହ ଯୋଡ଼ିଛନ୍ତି। ଏଥି ସହ ଓସିଏର ପୂର୍ବ ପଦାଧିକାରୀଙ୍କୁ ମଧ୍ୟ ସେ ଏହି ମାମଲାରେ ସମାଲୋଚନା କରିଛନ୍ତି।
ଉପରେ ଅଧିକାରକୁ ନେଇ ଅନେକ ବର୍ଷ ହେଲା ବିବାଦ ଲାଗି ରହିଛି। ପୂର୍ବରୁ ଏ ସମ୍ପର୍କରେ ଏକ ମାମଲା ବ୍ରହ୍ମପୁର ଆଡିସିନାଲ୍‌ ସିନିୟର୍‌ ସିଭିଲ ଜଜ୍‌ଙ୍କ କୋର୍ଟରେ ଚାଲିଥିଲା।
୨୦୧୮ ଫେବୃୟାରୀ ୨୮ରେ କୋର୍ଟ ଏହାର ରାୟ ଶୁଣାଇଥିଲେ। ୨୦୦୫ ମାର୍ଚ୍ଚ ୬ରେ ସଂଘର ଯେଉଁ ପଦାଧିକାରୀମାନେ ରହିଥିଲେ, ସେମାନେ ପୁନଃ ସେହି ପଦବୀଗୁଡ଼ିକରେ ରହିବେ ବୋଲି କୋର୍ଟ ରାୟ ଦେଇଥିଲେ। ଏଥି ସହ ପୁଣି ଥରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଡିସିଏ ନିର୍ବାଚନ ପାଇଁ ୨୦୧୮ ଜୁଲାଇରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ୨୦୧୮ ଜୁଲାଇରେ ସଭାପତି ରମେଶ ପାତ୍ର ଏବଂ ପୂର୍ବତନ ସମ୍ପାଦକ ଡବ୍ଲୁ.ଭି. ରାଜା ଜିଲା ଜଜ୍‌ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ନିର୍ବାଚନ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ଉପରେ ଅଙ୍କୁୁଶ ଲଗାଇଥିଲେ । ଜୁଲାଇ ୨୨ରେ ନିର୍ବାଚନ ହୋଇଥିଲା। ୧୧ ପଦବୀ ଥିଲେ ମଧ୍ୟ ୧୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଏଯାଏ ଏହି ନିର୍ବାଚନର ଫଳ ଘୋଷଣା ହୋଇନାହିଁ ।
ସମ୍ପର୍କରେ ସମ୍ପାଦକ ଅଶୋକ ସାହୁଙ୍କୁ ପଚାରିବାରୁ ଗତ ୧୧ତାରିଖରେ ଜିଡିସିଏର ଏକ୍‌ଜିକ୍ୟୁଟିଭ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଡିସିଏ ପକ୍ଷରୁ ମୋ ନାମକୁ ଭୋଟର୍‌ ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଓସିଏକୁ ଅବଗତ କରାଯାଇଥିଲା। ତଦନୁଯାୟୀ ଓସିଏ ଭୋଟର୍‌ ତାଲିକାରେ ମୋ ନାମ ରହିଛି। ଅନେକ ବର୍ଷ ହେଲା ଗଞ୍ଜାମ ଜିଲାରେ କ୍ରିକେଟ ଶିବିର ଆୟୋଜନଠାରୁ ଖେଳାଳି ଚୟନ ଦିଗରେ କାର୍ଯ୍ୟ କରିଛି। ଜିଲାରେ କ୍ରିକେଟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଏ କଥାକୁ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri