ଓସିଏ ଭୋଟର୍‌ ତାଲିକାକୁ ନେଇ ବିବାଦ

ବ୍ରହ୍ମପୁର ଅଫିସ୍‌,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍‌ଙ୍କ ନାମ ପ୍ରକାଶ କରାଯାଇଛି। ଭୋଟର୍‌ ହେବା ପାଇଁ ବିଭିନ୍ନ ସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ଆବେଦନ କରାଯାଇଥିଲେ ମଧ୍ୟ ମାତ୍ର ୭୩ ନାମକୁ ହିଁ ସ୍ବୀକୃତି ମିଳିଛି । ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ତରଫରୁ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନାମ ଭୋଟର୍‌ ତାଲିକାରେ ରହିଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କାରଣ ଜିଡିସିଏ ପଦାଧିକାରୀଙ୍କୁ ନେଇ ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏଣୁ ଭୋଟର୍‌ ତାଲିକାରେ ଅଶୋକଙ୍କ ନାମକୁ ଚ୍ୟାଲେଞ୍ଜ କରିଛନ୍ତି ସଭାପତି ରମେଶ ଚନ୍ଦ୍ର ପାତ୍ର। ଏନେଇ ସେ ଲିଖିତ ଭାବେ ଓସିଏ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌.ମଜୁମଦାର୍‌, ବିସିସିଆଇ ପାଇଁ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିଯୁକ୍ତ ଆମିକଶ୍‌କ୍ୟୁରୀ ପି.ଏସ୍‌. ନରସିଂହାଙ୍କୁ ଜଣାଇଛନ୍ତି ।
ଚିଠିରେ ସଭାପତି ରମେଶ ଉଲ୍ଲେଖ କରିଛନ୍ତି, ଜିଡିସିଏର ଅଧିକାଂଶ ସଦସ୍ୟ ଏବଂ ପ୍ରତିଷ୍ଠାତା ଓ ଆଜୀବନ ସଦସ୍ୟମାନେ ତାଙ୍କ ନାମକୁ ଭୋଟର୍‌ ତାଲିକାରେ ଯୋଡ଼ିବାକୁ ଓସିଏକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ସଂଘ ପଦାଧିକାରୀଙ୍କ ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କିତ ଏକ ମାମଲା ଆଡିସିନାଲ୍‌ ସିନିୟର୍‌ ସିଭିଲ ଜଜ୍‌ଙ୍କ କୋର୍ଟରେ ରୁଜୁ ହୋଇଥିଲା। ଶୁଣାଣି ପରେ ସଂଘ ସଭାପତି ଭାବେ ରମେଶଙ୍କ ନାମକୁ ସ୍ବୀକୃତି ମିଳିଥିଲା।
ଅନ୍ୟପଟେ ଗତ ବର୍ଷ ଜୁଲାଇରେ ସଂଘ ପଦାଧିକାରୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ନିର୍ବାଚନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଥିଲା ।
ମତଦାନ ହୋଇଥିଲେ ମଧ୍ୟ ଫଳାଫଳ ଶୁଣାଣି ଉପରେ ରୋକ୍‌ ଲଗାଇଥିଲେ ଜିଲା ଜଜ୍‌ କୋର୍ଟ। ଏଯାଏ ନିର୍ବାଚନ ଫଳ ଘୋଷଣା ହୋଇନାହିଁ। ଏଭଳି ସ୍ଥଳେ ଅଶୋକଙ୍କ ନାମ ଓସିଏ ଭୋଟର୍‌ ତାଲିକାରେ କେମିତି ରହିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜିଡିସିଏ ପକ୍ଷରୁ କେବଳ ସେ ହିଁ ଭୋଟର୍‌ ତାଲିକାରେ ରହିପାରିବେ ବୋଲି ରମେଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏପରିକି ଜିଡିସିଏ ପଦାଧିକାରୀଙ୍କୁ ନେଇ ବିଭିନ୍ନ କୋର୍ଟରେ ରୁଜୁ ହୋଇଥିବା ମାମଲା ଏବଂ ତାର ଶୁଣାଣିଗୁଡ଼ିକର ନକଲ ସେ ନିଜ ଦାବିପତ୍ର ସହ ଯୋଡ଼ିଛନ୍ତି। ଏଥି ସହ ଓସିଏର ପୂର୍ବ ପଦାଧିକାରୀଙ୍କୁ ମଧ୍ୟ ସେ ଏହି ମାମଲାରେ ସମାଲୋଚନା କରିଛନ୍ତି।
ଉପରେ ଅଧିକାରକୁ ନେଇ ଅନେକ ବର୍ଷ ହେଲା ବିବାଦ ଲାଗି ରହିଛି। ପୂର୍ବରୁ ଏ ସମ୍ପର୍କରେ ଏକ ମାମଲା ବ୍ରହ୍ମପୁର ଆଡିସିନାଲ୍‌ ସିନିୟର୍‌ ସିଭିଲ ଜଜ୍‌ଙ୍କ କୋର୍ଟରେ ଚାଲିଥିଲା।
୨୦୧୮ ଫେବୃୟାରୀ ୨୮ରେ କୋର୍ଟ ଏହାର ରାୟ ଶୁଣାଇଥିଲେ। ୨୦୦୫ ମାର୍ଚ୍ଚ ୬ରେ ସଂଘର ଯେଉଁ ପଦାଧିକାରୀମାନେ ରହିଥିଲେ, ସେମାନେ ପୁନଃ ସେହି ପଦବୀଗୁଡ଼ିକରେ ରହିବେ ବୋଲି କୋର୍ଟ ରାୟ ଦେଇଥିଲେ। ଏଥି ସହ ପୁଣି ଥରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଡିସିଏ ନିର୍ବାଚନ ପାଇଁ ୨୦୧୮ ଜୁଲାଇରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ୨୦୧୮ ଜୁଲାଇରେ ସଭାପତି ରମେଶ ପାତ୍ର ଏବଂ ପୂର୍ବତନ ସମ୍ପାଦକ ଡବ୍ଲୁ.ଭି. ରାଜା ଜିଲା ଜଜ୍‌ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ନିର୍ବାଚନ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ଉପରେ ଅଙ୍କୁୁଶ ଲଗାଇଥିଲେ । ଜୁଲାଇ ୨୨ରେ ନିର୍ବାଚନ ହୋଇଥିଲା। ୧୧ ପଦବୀ ଥିଲେ ମଧ୍ୟ ୧୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଏଯାଏ ଏହି ନିର୍ବାଚନର ଫଳ ଘୋଷଣା ହୋଇନାହିଁ ।
ସମ୍ପର୍କରେ ସମ୍ପାଦକ ଅଶୋକ ସାହୁଙ୍କୁ ପଚାରିବାରୁ ଗତ ୧୧ତାରିଖରେ ଜିଡିସିଏର ଏକ୍‌ଜିକ୍ୟୁଟିଭ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଡିସିଏ ପକ୍ଷରୁ ମୋ ନାମକୁ ଭୋଟର୍‌ ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଓସିଏକୁ ଅବଗତ କରାଯାଇଥିଲା। ତଦନୁଯାୟୀ ଓସିଏ ଭୋଟର୍‌ ତାଲିକାରେ ମୋ ନାମ ରହିଛି। ଅନେକ ବର୍ଷ ହେଲା ଗଞ୍ଜାମ ଜିଲାରେ କ୍ରିକେଟ ଶିବିର ଆୟୋଜନଠାରୁ ଖେଳାଳି ଚୟନ ଦିଗରେ କାର୍ଯ୍ୟ କରିଛି। ଜିଲାରେ କ୍ରିକେଟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଏ କଥାକୁ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri