Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ଶେଷ

କଟକ ଅଫିସ,୨୧ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ୬ ପଦବୀ ପାଇଁ ଆବେଦନ କରିଛନ୍ତି ମୋଟ ୧୨ଜଣ ପ୍ରତିନିଧି। ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ନିମନ୍ତେ ୨ଜଣ ଲେଖାଏ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଯୁଗ୍ମ ସମ୍ପାଦକ ନିମନ୍ତେ ୩ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ଆପେକ୍ସ କାଉନସିଲ ପଦବୀ ନିମନ୍ତେ ମାତ୍ର ଜଣେ ଆବେଦନ କରିଛନ୍ତି। ଏହି ଆବେଦନକାରୀ ଜଣଙ୍କ ହେଲେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ସମର୍ଥତ୍ତ କେନ୍ଦ୍ରାପଡ଼ା ଜିଲାର ଶୁଭାଶିଷ ସେନାପତି। ବିପକ୍ଷ ଗୋଷ୍ଠୀ ପକ୍ଷରୁ ଏହି ପଦବୀ ନିମନ୍ତେ ପ୍ରାର୍ଥୀ ଦିଆଯାଇନାହିଁ। ଶୁଭାଶିଷଙ୍କ ପ୍ରାର୍ଥିପତ୍ର ନାକଚ ନ ହେଲେ ମୋଟ ୬ ପଦବୀ ଭିତରୁ ଗୋଟିଏ ପଦବୀରେ ଏହି ଗୋଷ୍ଠୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ନିଶ୍ଚିତ । ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥିତାଲିକା ଘୋଷଣା କରାଯିବ। ୨୧ ତାରିଖ ଦିନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବ। ସେହିଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୨ ତାରିଖ ଦିନ ୧ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ କରାଯାଇଛି ।
ଦିନ ପ୍ରାୟ ୨ଟା ସମୟରେ ଆଶୀର୍ବାଦଙ୍କ ଗୋଷ୍ଠୀର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଓସିଏ କ୍ଲବ ପରିସରରୁ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଏମାନେ ପ୍ରାର୍ଥିପତ୍ର ଦାଖଲ ସ୍ଥଳକୁ ଆସିଥିଲେ । ୬ଟି ପଦବୀ ନିମନ୍ତେ ଏହି ଗୋଷ୍ଠୀ ପକ୍ଷରୁ ୭ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସଭାପତି ପଦବୀ ନିମନ୍ତେ ବୌଦ୍ଧ ଜିଲାର ପ୍ରତିନିଧି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦବୀ ନିମନ୍ତେ କଟକ ଜିଲାର ପ୍ରତିନିଧି ତଥା ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଖୋର୍ଦ୍ଧା ଜିଲାର ପ୍ରତିନିଧି ବିକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାନ ଓ ସୁନ୍ଦରଗଡ଼ ଜିଲାର ପ୍ରତିନିଧି ପ୍ରଭାତ କୁମାର ଭୋଳ, ଉପସଭାପତି ପଦବୀ ନିମନ୍ତେ ଅନୁଗୋଳ ଜିଲାର ପ୍ରତିନିଧି ଅକ୍ଷୟ କୁମାର ସାମନ୍ତ, ଆପେକ୍ସ କାଉନସିଲ ପଦବୀ ନିମନ୍ତେ କେନ୍ଦ୍ରାପଡ଼ା ଜିଲାର ପ୍ରତିନିଧି ଶୁଭାଶିଷ ସେନାପତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କ୍ଲବଗୁଡ଼ିକୁ ଏକାଠି କରି ନିର୍ବାଚନକୁ ଓହ୍ଲାଇଥିବା ବିପକ୍ଷ ଗୋଷ୍ଠୀ ପକ୍ଷରୁ ୬ଟି ପଦବୀ ନିମନ୍ତେ ୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୟୁନିୟନ ସ୍ପୋର୍ଟିଂ କ୍ଲବର ପ୍ରତିନିଧି ପ୍ରଦୀପ ଚୌହ୍ବାନ ସଭାପତି, ମଙ୍ଗଳା କ୍ଲବର ପ୍ରତିନିଧି ନବରଞ୍ଜନ ପଟ୍ଟନାୟକ ସମ୍ପାଦକ, ସୋନପୁର ଜିଲାର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଉପସଭାପତି, ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନ ଯୁଗ୍ମ ସମ୍ପାଦକ ଓ ଜଗତ୍‌ସିଂହପୁର ଜିଲାର ପ୍ରତିନିଧି ଅନିଲ କୁମାର ବିଶ୍ୱାଳ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏମାନେ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ଷ୍ଟାଡିୟମ ପରିସରରେ ପହଞ୍ଚିଥିଲେ। ଓସିଏର ଦୁଇ ମୁଖ୍ୟ ପଦବୀ ସଭାପତି ପଦବୀ ନିମନ୍ତେ ଆଶାୟୀ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ ରହିଥିବା ବେଳେ ସମ୍ପାଦକ ପଦବୀ ପାଇଁ ସଞ୍ଜୟ ବେହେରା ଓ ନବରଞ୍ଜନ ପଟ୍ଟନାୟକ ସାମ୍ନାସାମ୍ନି ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri