Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ଶେଷ

କଟକ ଅଫିସ,୨୧ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ୬ ପଦବୀ ପାଇଁ ଆବେଦନ କରିଛନ୍ତି ମୋଟ ୧୨ଜଣ ପ୍ରତିନିଧି। ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ନିମନ୍ତେ ୨ଜଣ ଲେଖାଏ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଯୁଗ୍ମ ସମ୍ପାଦକ ନିମନ୍ତେ ୩ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ଆପେକ୍ସ କାଉନସିଲ ପଦବୀ ନିମନ୍ତେ ମାତ୍ର ଜଣେ ଆବେଦନ କରିଛନ୍ତି। ଏହି ଆବେଦନକାରୀ ଜଣଙ୍କ ହେଲେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ସମର୍ଥତ୍ତ କେନ୍ଦ୍ରାପଡ଼ା ଜିଲାର ଶୁଭାଶିଷ ସେନାପତି। ବିପକ୍ଷ ଗୋଷ୍ଠୀ ପକ୍ଷରୁ ଏହି ପଦବୀ ନିମନ୍ତେ ପ୍ରାର୍ଥୀ ଦିଆଯାଇନାହିଁ। ଶୁଭାଶିଷଙ୍କ ପ୍ରାର୍ଥିପତ୍ର ନାକଚ ନ ହେଲେ ମୋଟ ୬ ପଦବୀ ଭିତରୁ ଗୋଟିଏ ପଦବୀରେ ଏହି ଗୋଷ୍ଠୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ନିଶ୍ଚିତ । ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥିତାଲିକା ଘୋଷଣା କରାଯିବ। ୨୧ ତାରିଖ ଦିନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବ। ସେହିଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୨ ତାରିଖ ଦିନ ୧ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ କରାଯାଇଛି ।
ଦିନ ପ୍ରାୟ ୨ଟା ସମୟରେ ଆଶୀର୍ବାଦଙ୍କ ଗୋଷ୍ଠୀର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଓସିଏ କ୍ଲବ ପରିସରରୁ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଏମାନେ ପ୍ରାର୍ଥିପତ୍ର ଦାଖଲ ସ୍ଥଳକୁ ଆସିଥିଲେ । ୬ଟି ପଦବୀ ନିମନ୍ତେ ଏହି ଗୋଷ୍ଠୀ ପକ୍ଷରୁ ୭ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସଭାପତି ପଦବୀ ନିମନ୍ତେ ବୌଦ୍ଧ ଜିଲାର ପ୍ରତିନିଧି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦବୀ ନିମନ୍ତେ କଟକ ଜିଲାର ପ୍ରତିନିଧି ତଥା ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଖୋର୍ଦ୍ଧା ଜିଲାର ପ୍ରତିନିଧି ବିକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାନ ଓ ସୁନ୍ଦରଗଡ଼ ଜିଲାର ପ୍ରତିନିଧି ପ୍ରଭାତ କୁମାର ଭୋଳ, ଉପସଭାପତି ପଦବୀ ନିମନ୍ତେ ଅନୁଗୋଳ ଜିଲାର ପ୍ରତିନିଧି ଅକ୍ଷୟ କୁମାର ସାମନ୍ତ, ଆପେକ୍ସ କାଉନସିଲ ପଦବୀ ନିମନ୍ତେ କେନ୍ଦ୍ରାପଡ଼ା ଜିଲାର ପ୍ରତିନିଧି ଶୁଭାଶିଷ ସେନାପତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କ୍ଲବଗୁଡ଼ିକୁ ଏକାଠି କରି ନିର୍ବାଚନକୁ ଓହ୍ଲାଇଥିବା ବିପକ୍ଷ ଗୋଷ୍ଠୀ ପକ୍ଷରୁ ୬ଟି ପଦବୀ ନିମନ୍ତେ ୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୟୁନିୟନ ସ୍ପୋର୍ଟିଂ କ୍ଲବର ପ୍ରତିନିଧି ପ୍ରଦୀପ ଚୌହ୍ବାନ ସଭାପତି, ମଙ୍ଗଳା କ୍ଲବର ପ୍ରତିନିଧି ନବରଞ୍ଜନ ପଟ୍ଟନାୟକ ସମ୍ପାଦକ, ସୋନପୁର ଜିଲାର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଉପସଭାପତି, ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନ ଯୁଗ୍ମ ସମ୍ପାଦକ ଓ ଜଗତ୍‌ସିଂହପୁର ଜିଲାର ପ୍ରତିନିଧି ଅନିଲ କୁମାର ବିଶ୍ୱାଳ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏମାନେ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ଷ୍ଟାଡିୟମ ପରିସରରେ ପହଞ୍ଚିଥିଲେ। ଓସିଏର ଦୁଇ ମୁଖ୍ୟ ପଦବୀ ସଭାପତି ପଦବୀ ନିମନ୍ତେ ଆଶାୟୀ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ ରହିଥିବା ବେଳେ ସମ୍ପାଦକ ପଦବୀ ପାଇଁ ସଞ୍ଜୟ ବେହେରା ଓ ନବରଞ୍ଜନ ପଟ୍ଟନାୟକ ସାମ୍ନାସାମ୍ନି ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?