ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ସୁରକ୍ଷା ଓ ମରାମତି ଲାଗି କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାରୁ ସିଭିଲ୍‌ ସୋସାଇଟି ଅସନ୍ତୋଷ ପ୍ରକାଶ କରିବା ସହ ଅଣ୍ଟା ଭିଡିଛି। ଏହାର ତୁରନ୍ତ ମରାମତି କରା ନ ଗଲେ ଆସନ୍ତା ୬ତାରିଖରେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋସାଇଟି ଗଣଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି। ଏନେଇ ପଢୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ସିଭିଲ୍‌ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସୋସାଇଟି ସଭ୍ୟାସଭ୍ୟ ଓ ବିଭିନ୍ନ ଗଣ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି।
ଗତ ୫ବର୍ଷ ହେଲା ଜିଲାର ବହୁ ଗଣସଙ୍ଗଠନ ଏହି ପୋଲର ସୁରକ୍ଷା ଓ ମରାମତି ପାଇଁ ଦାବି କରିଆସୁଛନ୍ତି। ମୟୂରଭଞ୍ଜ ଓ ଉତ୍ତର ଓଡ଼ିଶାକୁ ସଂଯୋଗ କରୁଥିବା ଏହି ପୋଲ ଉତ୍ତର ଓଡ଼ିଶାର ତଥା ବାଲେଶ୍ୱର ଜିଲାର ଜୀବନରେଖା କୁହାଯାଉଥିବା ସଂଯୋଗ ପଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷମାନେ ବିଳମ୍ବ କରୁଛନ୍ତି। ଗତ ୨୫ ତାରିଖ ପ୍ରସ୍ତାବିତ ଗଣଧାରଣା ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ, ଜିଲା ପ୍ରଶାସନଙ୍କ ସମେତ ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିଲାନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗଣଧାରଣା ପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସମସ୍ତ ନାଗରିକ, ଛାତ୍ର, ଯୁବକ, ମହିଳା, ଶ୍ରମିକ, ବୁଦ୍ଧିଜୀବୀ, ସାଂସ୍କୃତିକ, ବ୍ୟବସାୟୀ, ପରିବହନ, ସଙ୍ଗଠନ ସଦସ୍ୟ ଓ ବ୍ୟକ୍ତିବିଶେଷ ଯୋଗଦେବାକୁ ନିବେଦନ କରାଯାଇଛି। ସୋସାଇଟି ସମ୍ପାଦକ ଆଇନଜୀବୀ ମନୋଜ ନାୟକ ବୈଠକରେ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ। ସୋସାଇଟି ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ଗଣସଙ୍ଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ଅରୁଣ ଜେନା, ରୋଜି ପଟ୍ଟନାୟକ, ସରସ୍ବତୀ ପଣ୍ଡା, ବସନ୍ତ ସ, ମହମ୍ମଦ ସଫିକ୍‌, ସନ୍ତୋଷ ସାହୁ, ରାଜଲକ୍ଷ୍ମୀ ଚାଟାର୍ଜୀ, ମୁନା ପଣ୍ଡା, ଶରତ ଦଳେଇ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିକାଶ ଦାସ, ପ୍ରଦୀପ ଚାଟାର୍ଜୀ, ଜୟନ୍ତ ମହାନ୍ତି, ସଞ୍ଜୟ କୁମାର ଚୌଧୁରୀ, ପଞ୍ଚାନନ ପରିଡ଼ା, ଅଜିତ ବରାଳ, ସୁରେନ୍ଦ୍ର ପଣ୍ଡା, ଷ୍ଟାଲିନ୍‌ ମିଶ୍ର, ଅସିତ ବରଣ ଦାସ ଓ ସୁଦର୍ଶନ ଦାସ ପ୍ରମୁଖ ସହମତି ପ୍ରକାଶ କରିଥିଲେ। ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri